ଓଡିଶା ଖବର
ଗୁରୁବାଇ ଗ୍ରାମରାସ୍ତା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ

ପୁରୀ ଜିଲ୍ଲା(AKN NEWS):କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ ଏ ହେଉଛି ଗୁରୁବାଇ ଗ୍ରାମର ଦୃଶ୍ୟ ବର୍ଷା ପାଣିରେ ଗ୍ରାମର ଏ ଭଳି ଶୋଚନୀୟ ଅବସ୍ଥା ଉପୁଜିଛି । ଏଥିପ୍ରତି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସଙ୍ଗେ ସଙ୍ଗେ ଅସନ୍ତୋଷ ପ୍ରକାଶ କରିଛନ୍ତି । କି ଭଳି ଭାବରେ ରାସ୍ତା ମରାମତି ବା ପୂର୍ନର ଉଦ୍ଧାର ହୋଇ ପାରିବ ସେ ଦିଗରେ ସରକାର ଙ୍କ ନିକଟରେ ଗୁରୁବାଇ ଗ୍ରାମ ବାସିନ୍ଦା ଦାବି ରଖିଛନ୍ତି । ଏ ନେଇ ଗ୍ରାମର ମହିଳା ଓ ପୁରୁଷମାନେ ମତ ବ୍ୟକ୍ତ କରିଛନ୍ତି କି ଯଦି ଗ୍ରାମ ରାସ୍ତାର ତୁରନ୍ତ ପୂର୍ନର ଉଦ୍ଧାର ନ କରାଯାଏ ତା ହେଲେ ଆମେ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି କଥା ରଖିଛନ୍ତି ।
କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN NEWS


