ଗୋଲାମୁଣ୍ଡା ବ୍ଲକରେ ୩୧୦ ନୂତନ ଭତ୍ତା ବଣ୍ଟନ

ଗୋଲାମୁଣ୍ଡା,ତା.୨୨/୧୦(AKN NEWS): ଆଜି ଗୋଲାମୁଣ୍ଡା ବ୍ଲକ ସଭାଗୃହ ଠାରେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ନେତୃତ୍ବରେ ବ୍ଲକର ୨୮ ଗୋଟି ଗ୍ରାମ ପଞ୍ଚାୟତର ୩୧୦ ଜଣ ହିତାଧିକାରୀଙ୍କୁ ମଧୁବାବୁ ଓ ଇନ୍ଦିରା ଗାନ୍ଧୀ ପେନସନ ଯୋଜନାରେ ଭତ୍ତା ବଣ୍ଟନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଡ଼ିଓ ତ୍ରିପୁରା ମହାନନ୍ଦ, ଏବିଡ଼ିଓ ବିଜୟ କୁମାର ନାୟକ, ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦନ କୁମାର ବିହାରୀ, ଖଲିଆପାଲି ସରପଞ୍ଚ ଜିମୂତ ବାହାନ ହରପାଳ, ନୂଆଗାଁ ସରପଞ୍ଚ ଦୁଷ୍ମନ୍ତ ଭୋଇ, କୁହୁରା ସରପଞ୍ଚ ପିଙ୍କି ତାଣ୍ଡି, ଉଦେସୁରୁଙ୍ଗ ସରପଞ୍ଚ ନାରାୟଣ ଅଘରିଆ, ମହାଳିଙ୍ଗ ସମିତି ସଭ୍ୟ କିରଣ ସିଂ, ସମାଜ ସେବୀ ଶାମ ସୁନ୍ଦର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ଭତ୍ତା ବଣ୍ଟନ କରିଥିଲେ । ପୂର୍ବରୁ କଳାହାଣ୍ଡି ଜିଲ୍ଲାରେ ଗୋଲାମୁଣ୍ଡା ବ୍ଲକ ଭତ୍ତା ପ୍ରଦାନରେ ବହୁ ପଛରେ ଥିବାବେଳେ ବ୍ଲକ ଅଧ୍ୟକ୍ଷ ଭାବେ ଶ୍ରୀ ମହାନନ୍ଦ ଯୋଗଦାନ ପରେ ଗାଁ ଗାଁ ବୁଲି ଲୋକଙ୍କ ଅଭିଯୋଗ ଶୁଣି ବହୁ ବାଦ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ କ୍ରମଶଃ ଭତ୍ତା ପ୍ରଦାନ କରି ଆଜି ଗୋଲାମୁଣ୍ଡା ବ୍ଲକ ଭତ୍ତା ପ୍ରଦାନ କରିବାରେ ଜିଲ୍ଲାର ଶୀର୍ଷ ସ୍ଥାନରେ ପହଞ୍ଚି ପାରିଛି ।
ଆଜି ବ୍ଲକକୁ ଆସି ପାରିନଥିବା ହିତାଧିକାରୀଙ୍କୁ ତାଙ୍କ ଘରକୁ ଯାଇ ଭତ୍ତା ପ୍ରଦାନ କରିବାକୁ ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରକାଶ ଥାଉକି ସର୍ବ ପ୍ରଥମେ ଦିବ୍ୟାଙ୍ଗ,ପରିତ୍ୟକ୍ତା, ତୃତୀୟ ଲିଙ୍ଗ, ବିଧବା ମାଁ ମାନଙ୍କୁ ଗୁରୁତ୍ୱ ଦେଇ ଭତ୍ତା ଅନୁମୋଦନ କରାଯାଇଛି, ଜିଲ୍ଲା ରେ ସର୍ବାଧିକ ଗୋଲାମୁଣ୍ଡା ବ୍ଲକ ରେ ଅନୁମୋଦନ ହୋଇଥିବା ଯୋଗୁଁ ବ୍ଲକ ପ୍ରଶାସନ, ଉପ ଜିଲ୍ଲାପାଳ ଧର୍ମଗଡ଼, ଜିଲ୍ଲାପାଳ କଳାହାଣ୍ଡି,ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ ନାଏକ, ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ଜୁନାଗଡ଼ ବିଜେପି ବିଧାୟକ ପ୍ରାର୍ଥୀ ମନୋଜ ମେହେର ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ ଧନ୍ୟବାଦ ଦେଇଛନ୍ତି ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ
dhramgarh upa khanda ru shyam sundar agrawal akn news


