ଗୋଲାମୁଣ୍ଡା ବ୍ଲକ ସ୍ତରୀୟ ଯୁଗ୍ମ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ।

ଧର୍ମଗଡ଼:(AKN NEWS):କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସଭା ଗୃହରେ କଳାହାଣ୍ଡି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି।
ଏଥିରେ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ ଙ୍କ ନେତୃତ୍ୱରେ ଯୁଗ୍ମ ଶୁଣାଣି ଅନୁଷ୍ଟିତରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦୟାମୟ ପାଢ଼ୀ, ଉପ ଜିଲ୍ଲାପାଳ ଧିମାନ ଚକମା, ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ବିଶ୍ଵନାଥ ରାଉତ , ତହସିଲଦାର ଶ୍ରୀ ଚନ୍ଦନ କୁମାର ନାୟକ ଓ ଜିଲ୍ଲା ର ଅନେକ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଆଜିର ଅଭିଯୋଗ ଶୁଣାଣୀ ରେ ମୋଟ୍ ୧୩୮ ଗୋଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା । ଅଭିଯୋଗ ମଧ୍ୟରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା , ପାନୀୟଜଳ ଯୋଗାଣ , ନୂତନ ରାସନ୍ କାର୍ଡ ପ୍ରଦାନ , ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ , ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତା , ଜମି ସମସ୍ୟା , ଚିକିତ୍ସା ପାଇଁ ଆର୍ଥିକ ସହାୟତା , ରାସ୍ତା , ବିଦ୍ୟୁତ୍ ଇତ୍ୟାଦି ରହିଥିଲା ବେଳେ ଗୋଲାମୁଣ୍ଡା ସମ୍ମନିତ ଶିଶୁବିକାଶ ପ୍ରକଳ୍ପ, ମାନଝରି pwd ରାସ୍ତା ଡ୍ରେନ ସମସ୍ୟା ,ଗୋଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମସ୍ୟା କୁ ନେଇ ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲା ଙ୍କ ପକ୍ଷରୁ ଅଭିଯୋଗ। ତତ୍ ସହିତ ପୋଲିସ ଅଧିକାରୀ ,ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ବ୍ଲକ ର ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କ ସମେତ ଗୋଲାମୁଣ୍ଡା ବ୍ଲକ ର ଅନେକ ଜନସାଧାରଣ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ୨୮ ଗୋଟି ଗ୍ରାମ ପଞ୍ଚାୟତ ର ଅଭିଯୋଗକାରି ନିଜ ନିଜ ଅଭିଯୋଗ ନେଇ ଜିଲ୍ଲାପାଲ ଙ୍କୁ ଜଣାଇଥିଲେ।
ଅଭିଯୋଗ ଅନୁଯାୟୀ ବିଭାଗୀୟ ଅଧିକାରୀଙ୍କୁ ସାଙ୍ଗେ ସାଙ୍ଗେ ସମାଧାନ କରିବା ପାଇଁ ଜିଲ୍ଲାପାଲ ନିର୍ଦ୍ଦେଶ କରିଥିଲେ । ଭିନ୍ନ କ୍ଷମ ମଧ୍ୟରୁ ସର୍ବମୋଟ ତିରିଶ ଜଣ ଅଭିଯୋଗକାରୀ ନିଜ ନିଜ ସମସ୍ୟା ନେଇ ଅଭିଯୋଗ ଦାଖଲ କରିଥିଲେ । ସେଥି ମଧ୍ୟରୁ ୬ଟି ହୁଇଲ୍ ଚ୍ୟାୟାର ଓ ୫ଟି ଟ୍ରାଇ ସାଇକେଲ ପ୍ରଦାନ କରି ଥିବା ସୂଚନା ମିଳିଛି।
dhramgarh upa khanda ru shyam sundar agrawal AKN NEWS


