ଓଡିଶା ଖବର

ବରିଷ୍ଠ ଯାଦବ ସଂଗଠକ ସତ୍ୟ ନାରାୟଣ ବିଶି(ବୁନା) ଙ୍କ ବିଜେପି ରେ ଯୋଗଦାନ 

(AKN NEWS):ଆଜି ନୂତନ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ଭାରତୀୟ ଜନତା ପାର୍ଟି କଳାହାଣ୍ଡିର ଭବାନୀପାଟଣା ନଗର ମଣ୍ଡଳ ସଭାପତି ଚିତ୍ତରଞ୍ଜନ ପାତ୍ରଙ୍କ ନେତୃତ୍ୱରେ ପୁଣ୍ୟଶ୍ଳୋକ ରାଣୀ ଅହଲ୍ୟାବାଇ ହୋଲକରଙ୍କ 300 ତମ ଜନ୍ମଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ୱାର୍ଡ-1ରେ ଅବସ୍ଥିତ ଜଳେଶ୍ୱର ମନ୍ଦିର ଠାରେ ଏକ ସ୍ୱଚ୍ଛ ଭାରତ ସଫେଇ କାର୍ଯ୍ୟକ୍ରମ ହୋଇଯାଇଅଛି I ଏହି ଉପଲକ୍ଷେ ଏହି ୱାର୍ଡ ର ବରିଷ୍ଠ ନେତା ତଥା କଳାହାଣ୍ଡି ଯାଦବ ସମାଜର ଜଣେ ଆଗଧାଡିର ନେତା ତଥା ବରିଷ୍ଠ ସଂଗଠକ ସତ୍ୟନାରାୟଣ ବିଶି(ବୁନା) ବିଜୁ ଜନତା ଦଳ ଛାଡି ଭାରତୀୟ ଜନତା ପାର୍ଟିର ନୀତି, ଆଦର୍ଶ ଏବଂ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱ ପ୍ରତି ଆକର୍ଷିତ ହୋଇ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତଥା ଜିଲ୍ଲାର ନେତୃତ୍ୱ ମଣ୍ଡଳୀ ଙ୍କ ପ୍ରତି ଆସ୍ଥାଭାଜନ ହୋଇ ବିଜେପିରେ ଯୋଗଦାନ କରି ବିଧିବଦ୍ଧ ଭାବରେ ସାମିଲ ହୋଇଛନ୍ତି I ନଗର ମଣ୍ଡଳ ସଭାପତି ଙ୍କ ନେତୃତ୍ୱରେ ଦଳ ତରଫରୁ ପୂର୍ବତନ ନଗର ସଭାପତି ସନ୍ତୋଷ ବିଶି, ଡା. ଭବାନୀ ଶଙ୍କର ନିଆଲ, ଶୋଭାଗିନୀ ପାତ୍ର, ବିନୀତା ଦାଶ, ପ୍ରଦୀପ କୁମାର ଦାସ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରୁ ନରହରି ପଟ୍ଟନାୟକ, ବୈକୁଣ୍ଠ ମିଶ୍ର, ରାକେଶ ଶର୍ମା,ପ୍ରକାଶ ଢଙ୍ଗଡ଼ାମାଝି, ମାନସ ଜେନା, ପଦ୍ମାବତୀ ଶବର, ବାସନ୍ତୀ ବାଣୁଆ, ରିଙ୍କି ପୂଜାରୀ, ହିମାଂଶୁ ବିଶ୍ୱାଳ, ଅକୁର ହରପାଲ, ମନୋଜ ନାଏକ, ମୁରଲୀ ସେଠି, ପତବନ୍ତ ସିଂ, ରାମକୃଷ୍ଣ ରାଉତ, ଭଗବାନ ସୁନାନୀ,ପଦ୍ମଲୋଚନ ମିଶ୍ର, ଶଙ୍କର ସେନାପତି ସମୂହ ଶ୍ରୀଯୁକ୍ତ ବୁନା ବିଶିଙ୍କୁ ଦଳରେ ସାମିଲ ହେବାନେଇ ସ୍ୱାଗତ ଜଣେଇଥିଲେ I ଦଳ ତରଫରୁ ସ୍ୱାଗତ କରିଥିବା ଯୋଗୁଁ ବିଶି ମହୋଦୟ ନଗର ସଭାପତି, ଜିଲ୍ଲା ସଭାପତି ସମେତ ଜିଲ୍ଲାର ସମସ୍ତ ନେତୃତ୍ୱ ମଣ୍ଡଳୀ ଙ୍କୁ ଅଶେଷ ଧନ୍ୟବାଦ ଦେବାସହ ପ୍ରଦୀପ କୁମାର ଦାସଙ୍କୁ ବିଶେଷ ଧନ୍ୟବାଦ ଜଣାଇଥିଲେ I

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!