ଓଡିଶା ଖବର

ଚନାବେଡା ଆଶ୍ରମ ବିଦ୍ୟାଳୟ ରେ ବାର୍ଷିକ ମହୋତ୍ସବ ଅନୁଷ୍ଠିତ

ନୂଆପଡା 8 3 2024(AKN NEWS): ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଚନାବେଡା ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି|ଆଶ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପୀତବାସ ଜଗତ ଅଧକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ନିରୀକ୍ଷକ ଉଦୟ ସିଂ ମାଝୀ ଯୋଗଦେଇ କଠିନ ପରିଶ୍ରମ କରି ଛାତ୍ର ଛାତ୍ରୀ ମାନେ ଆଗକୁ ବଢିବା ପାଇଁ ଆହ୍ବାନ ଦେଇଥିଲେ।

ସମ୍ମାନିତ ଅତିଥି ଭାବରେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ରଜତ କୁମାର ସାହୁ ,ମୁଖ୍ୟ ବକ୍ତା ଭାବରେ ପଲ୍ଲୀ ପ୍ରଗତି ମହାବିଦ୍ୟାଳୟ ବଙ୍କାପୁର ଦୋହେଲ ପଡ଼ାର ଅଧ୍ୟକ୍ଷ ରୁଦ୍ରମାଧବ ବାରିକ, ଶିକ୍ଷକ ଲଇବାନ ବାଗ,ଶିକ୍ଷକ ଇନ୍ଦ୍ର ବାଗ,ଶିକ୍ଷକ ଅଖିଳ ଧରୁଆ , ଶିକ୍ଷୟିତ୍ରୀ ଝରାମଣି ଦେଇ,ଅଧ୍ୟାପକ ଜିତେନ୍ଦ୍ର ସୁନା, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ପଞ୍ଚାନନ ବେହେରା ପ୍ରମୁଖ ଯୋଗଦେଇ ଦୃଢ଼ ଇଚ୍ଛା ଶକ୍ତି ଦ୍ଵାରା ଆଗକୁ ଯାଇହୁଏ ତେଣୁ ସବୁବେଳେ ଅଧ୍ୟବସାୟ ସହ ଗୁରୁ ଗୁରୁଜନଙ୍କ କଥା ମାନି ଚଳିବା ପାଇଁ ଛାତ୍ର ଛାତ୍ରୀଙ୍କୁ କହିଥିଲେ। ଏଅବସରରେ ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ପରେ ସ୍କୁଲ ଛାତ୍ର ଛାତ୍ରୀ ନୃତ୍ୟ ସଙ୍ଗୀତ ଓ ଡ୍ରାମା ପରିବେଷଣ କରିଥିଲେ। ଶିକ୍ଷକ ରଜନୀ କାନ୍ତ ଯୋଷୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଧନ୍ୟବାଦ୍ ଅର୍ପଣ କରିଥିଲେ ବରିଷ୍ଠ ଶିକ୍ଷକ କୈଳାସ ଚନ୍ଦ୍ର ବାଗ। ବରିଷ୍ଠ ଶିକ୍ଷକ ସତ୍ୟ ପଟେଲ, ଶୁଭାକର ମାଝୀ,ଟିକେରାମ ମେହେର , ଶିକ୍ଷୟିତ୍ରୀ ତରୁଲତା ମହାନନ୍ଦ, ସନ୍ଧ୍ୟା ରାଣୀ ଆଡ଼ବଙ୍ଗ ବିଦ୍ୟାଳୟ ର ସମସ୍ତ ଅଣ ଶୈକ୍ଷିକ କର୍ମଚାରୀ, କମିଟି ର ସଦସ୍ୟ ,ଅଭିଵାବକ ଅବିଭାବିକା ତଥା ଗ୍ରାମର ଭଦ୍ରବ୍ୟକ୍ତି ବୃନ୍ଦ ଯୋଗଦାନ କରି ସମ୍ପୂର୍ଣ ସହଯୋଗ କରିଥିଲେ |

ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!