ଓଡିଶା ଖବର

ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ।

ପୁରୀ ୮/୩ (AKN NEWS): ସମାଜକୁ ବିକଶିତ ଓ ପ୍ରଗତିଶୀଳ କରିବାରେ ମହିଳା ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ।ଆଜି ମହିଳା ମାନେ ସଶକ୍ତ ଓ ସାହସୀ ହୋଇଛନ୍ତି।ରୋଷେଇଶାଳ ଠାରୁ ବିମାନ ଚାଳନା,ଶିକ୍ଷା ଠାରୁ ସେନାବାହିନୀ ପର୍ଯ୍ୟନ୍ତ ସେମାନେ ପରିବ୍ୟାପ୍ତ ହୋଇଛନ୍ତି ବୋଲି ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି। ଆଜି ପବିତ୍ର ମହାଶିବରାତ୍ରି ଅବସରରେ ଶ୍ରୀ ଲୋକନାଥ ଜାଗରପଦା ଠାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଥିଲା।ଏଥିରେ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଡେପୁଟି କଲେକ୍ଟର ବିବେକାନନ୍ଦ ସାହୁ, ସମାଜସେବୀ ଶ୍ୟାମ ପ୍ରକାଶ ସେନାପତି, ଲାଲା ଅନନ୍ତ କୁମାର ସିଂହ, ଜୟନ୍ତୀ ମହାପାତ୍ର, ମଧୁମିତା ମହାପାତ୍ର ପ୍ରମୁଖ ଯୋଗ ଦେଇ ମହିଳା ମାନଙ୍କ ସ୍ଥିତି, ପରିସ୍ଥିତି ଓ ବର୍ତ୍ତମାନ ର ପ୍ରଗତି ସମ୍ପର୍କରେ ଆଲୋକପାତ କରିଥିଲେ।ୟୋର୍ସ ହୋପ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଟ୍ରଷ୍ଟର ସଂଯୋଜିକା ରିନାରାଣୀ ନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସମାଜସେବା ରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରଶ୍ମିତା ଦାସମହାପାତ୍ର, ପ୍ରିୟଙ୍କା ମହାପାତ୍ର, ଚନ୍ଦନା ମହାପାତ୍ର ରଥ,ପୂର୍ଣ୍ଣ କାମନା ହୋତା, ସଂଯୁକ୍ତା ଆପଟ,ତନୁଜା ମହାନ୍ତି, ପି ଭାନୁ ରାଓ,କମଳିନୀ ମହାପାତ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ପୁରୀ ରୁ ରଞ୍ଜନ ଦାସ ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!