ଅନନ୍ୟ

ଚାଖି ଖୁଣ୍ଟିଆ ଙ୍କ ୨୦୩ ତମ ଜୟନ୍ତୀ ପାଳିତ।

ଚାଖି ଖୁଣ୍ଟିଆ ଙ୍କ ୨୦୩ ତମ ଜୟନ୍ତୀ ପାଳିତ।
ପୁରୀ ୯/୧ ଦେଶର ସୁରକ୍ଷା ଓ ଗୌରବ ପାଇଁ ବିପ୍ଲବୀ ଚାଖି ଖୁଣ୍ଟିଆ ବା ଚନ୍ଦନ ହଜୁରୀଙ୍କର ଅବଦାନ ଅତୁଳନୀୟ।ସେ ଏପରି ଜଣେ ବୀର ଯିଏ ଦେଶ ମାତୃକାର ସେବା ସହ ମହାପ୍ରଭୁଙ୍କ ସେବା ରେ ମଧ୍ୟ ସମର୍ପିତ ଥିଲେ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା। ଆଜି ପୂର୍ବାହ୍ନରେ ସଦଭାବନା ସଭାଗୃହ ଠାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଚାଖି ଖୁଣ୍ଟିଆ ସ୍ମୃତି ସମିତି ର ମିଳିତ ସହଯୋଗରେ ଚାଖି ଖୁଣ୍ଟିଆଙ୍କର ୨୦୩ ତମ ଜୟନ୍ତୀ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ମହାପୁରୁଷ ମାନଙ୍କର ସେବା ତ୍ୟାଗ ଓ ବଳିଦାନ ସମ୍ପର୍କରେ ଆଗାମୀ ପିଢ଼ି କୁ ଅବଗତ କରାଯିବା ଉଚିତ ବୋଲି କହିଥିଲେ।ଚନ୍ଦନ ହଜୁରୀ ଙ୍କ ଜୀବନୀ, ଆଦର୍ଶ,ତ୍ୟାଗ ସମ୍ପର୍କରେ ଛାତ୍ରଛାତ୍ରୀ ଓ ସାଧାରଣ ଜନତା ଅବଗତ ହେବା ଉଚିତ।ଏହା ଦ୍ଵାରା ପ୍ରତ୍ୟେକ ଙ୍କ ମଧ୍ୟରେ ଦେଶ ପ୍ରେମ ଭାବନା ଜାଗ୍ରତ ହେବ ବୋଲି ସେ କହିଥିଲେ।ଅନ୍ୟତମ ଅତିଥି ଭାବେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଚାଖି ଖୁଣ୍ଟିଆ ଙ୍କ ତ୍ୟାଗ ଓ ବୀରତ୍ବର କଥା କାଳ କାଳକୁ ପ୍ରତିଟି ଓଡ଼ିଆ ଙ୍କୁ ଉଦବୁଦ୍ଧ କରିବ ବୋଲି କହିବା ସହ ଆମ ମହାନ ପରମ୍ପରା ଓ ଗୌରବ କୁ ଆଗକୁ ନେବାକୁ ଶପଥ ନେବାକୁ ମତ ଦେଇଥିଲେ।ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ପ୍ରଫେସର କୈଳାସ ଚନ୍ଦ୍ର ଟୀକାୟତରାୟ ଚାଖି ଖୁଣ୍ଟିଆ ଙ୍କ ଜନ୍ମ, ନାମର ସାର୍ଥକତା, କର୍ମ,ସଂଗ୍ରାମ, ଦେଶପ୍ରେମ, ଆଧ୍ୟାତ୍ମିକତା, ଚାଖି ଙ୍କ ଦ୍ୱାରା ରଚିତ ଜଗନ୍ନାଥ ଜଣାଣ ଭଜନ ସମ୍ପର୍କରେ ବିଷଦ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଚାଖି ଙ୍କ ଦାୟାଦ ହଜୁରୀ ନୀଳକଣ୍ଠ ଖୁଣ୍ଟିଆ, ସ୍ମୃତି ସମିତିର କାର୍ଯ୍ୟକାରୀ ସଭାପତି ମାୟାଧର ମହାରଣା,ସର୍ବୋଦୟ ସମିତିର ସଭାପତି ଉମାବଲ୍ଲଭ ମହାପାତ୍ର ଚାଖି ଙ୍କ ଜୀବନୀ ଓ କାର୍ଯ୍ୟ ଧାରା ସମ୍ପର୍କରେ ଆଲୋଚନା କରି ତାଙ୍କ ପରି ଦୁର୍ଦ୍ଦଶ ସଂଗ୍ରାମୀ ପୁରୀ ମାଟିରେ ଜନ୍ମ ନେବା ଅତ୍ୟନ୍ତ ଗୌରବର କଥା।ତାଙ୍କରି ଭଳି ସାହସୀ ଓ ଦେଶ ପ୍ରେମୀ ହେବାକୁ ସେମାନେ ଅନୁରୋଧ କରିଥିଲେ। ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ବାଗତ, ଅତିଥି ପରିଚୟ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଚାଖି ଖୁଣ୍ଟିଆ ସ୍ମୃତି ସମିତି ସମ୍ପାଦକ ଧୃବ ଚରଣ କର ସମସ୍ତଙ୍କୁ ସ୍ୱାଗତ କରିଥିଲେ।ଉଲ୍ଲେଖନୀୟ ଅବଦାନ ପାଇଁ ମୂର୍ତ୍ତି ଶିଳ୍ପୀ ମଧୁସୂଦନ ମହାରଣା ଓ ସାଜ ଶିଳ୍ପୀ ସୋମନାଥ ପଟ୍ଟନାୟକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ପୂର୍ବରୁ ଅନୁଷ୍ଠିତ ପ୍ରତିଯୋଗିତାର କୃତି ପ୍ରତଯୋଗୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ସେହିପରି ବିଶ୍ୱମ୍ଭର ବିଦ୍ୟାପୀଠର ଏୟାର ୱ୍ବିଙ୍ଗ୍ସ ଟିମ ଓ ପୋଲିସ ହାଇସ୍କୁଲର ସିଭିଲିଆନ ଟିମକୁ ଶୃଙ୍ଖଳା ରକ୍ଷା ପାଇଁ ପୁରସ୍କୃତ କରାଯାଇଥିଲା।ଶ୍ରୀପର୍ଣ୍ଣା କଳା ପରିଷଦ ସ୍ୱାଗତ ସଂଗୀତ ଓ ଚାଖି ଙ୍କ ରଚିତ ଭଜନ ପରିବେଷଣ କରିଥିଲେ।ଶେଷରେ ଅନାମ ଚନ୍ଦ୍ର ସାହୁ ଓ ଶିବ ସୁନ୍ଦର ସୁନ୍ଦର ମିଶ୍ର ଙ୍କ ସଂଯୋଜନା ରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।ଏଥିରେ ଅର୍ଜୁନ ପରମଗୁରୁ,ନାରାୟଣ ନନ୍ଦ, ଫୁଲରାଣୀ ପାଳ,ରାଜେଶ ବେହେରା, ଦେବଦତ୍ତ ପ୍ରଧାନ,କରୁଣାକର ଭୋଳ, ମହେଶ୍ବର ଜେନା ପ୍ରମୁଖ କବିତା ପଠନ କରିଥିଲେ।ପ୍ରତ୍ୟୁଷରୁ ପୁରୀ କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ ଙ୍କ କାର୍ଯ୍ୟାଳୟ ଠାରେ ଚାଖି ଖୁଣ୍ଟିଆ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା।ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରାଙ୍କ ସହ ପିକେଡିଏର ସଚିବ ମାୟାଧର ବେହେରା,ଉପରୋକ୍ତ ଅତିଥି ମାନେ,କୃଷ୍ଣଚନ୍ଦ୍ର ମିଶ୍ର, ଗଣେଶ୍ବର ପ୍ରହରାଜ, ସୁକାନ୍ତ ପଣ୍ଡା, ଅଖିଳ କୁମାର ଦଳାଇ,ବିଜୟ ଦାସ,ବିଶ୍ବନାଥ ବେହେରା, ବିଭୁଦାନନ୍ଦ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ମାଲ୍ୟାର୍ପଣ କରିବା ସହ ସ୍ମୃତି ଚାରଣ କରିଥିଲେ।ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ ଯୋଗ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!