ଓଡିଶା ଖବର

ଚାଟଶାଳ ତରଫରୁ ଟି. ଏନ. ଟି ରେ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ

ଚାଟଶାଳା ତରଫରୁ ଟି. ଏନ. ଟି ରେ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ

ବ୍ରହ୍ମପୁର,(ଏକେଏନ୍ ନ୍ୟୁଜ୍ ): ଶିକ୍ଷା କ୍ଷେତ୍ରରେ ସମଗ୍ର ଓଡିଶା ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଟି. ଏନ. ଟି ରେ ଗତ ରବିବାର ଏକ ବିଜ୍ଞାନ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି, ସ୍ଥାନୀୟ ବ୍ରହ୍ମପୁର, ଗାନ୍ଧୀନଗର ସ୍ଥିତ ଚlଟଶାଳା ଅନୁଷ୍ଠାନ ର ବିଶିଷ୍ଟ ଶିକ୍ଷାବିତ ଙ୍କ ଦ୍ଵାରା ଏହା ପ୍ରଦର୍ଶିତ ହୋଇଥିଲା, ବିଜ୍ଞାନ ର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଯାହା କେବଳ ପାଠ୍ୟ ପୁସ୍ତକ ମଧ୍ୟ୍ୟରେ ସୀମିତ ରହିଯାଉଥିଲା ତାହାକୁ ବାସ୍ତବ ରେ ରୂପାନ୍ତରଣ କରି ଅନେକ ମଡେଲ ମାଧ୍ୟ୍ୟମରେ ପିଲାଙ୍କୁ ଉପସ୍ଥାପନା କରାଯାଇଥିଲା, ଚାଟଶାଳା ବିଜ୍ଞାନ ଲାବ ର ମୁଖ୍ୟ ଶାନ୍ତନୁ କୁମାର ପାତ୍ର ଅନୁବିକ୍ଷଣ ଯନ୍ତ୍ର ଭଳି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ର ବ୍ୟବହାର ତଥା ପରିଚାଳନା ଇତ୍ୟାଦି ସମ୍ପର୍କରେ ପିଲା ମାନଙ୍କୁ ନିଖୁଣ ଭାବେ ଦେଖାଇଥିଲେ, ଛାତ୍ର ଛାତ୍ରୀ ମାନେ ମଧ୍ୟ ବିଜ୍ଞାନ ର ବାସ୍ତବ ଚିତ୍ର କୁ ମନ ଭରି ଉପଭୋଗ କରିଥିଲେ,ପିଲାମାନଙ୍କ ଭବିଷ୍ୟତ ଗଠନ ଦିଗରେ ଏଭଳି ବିଜ୍ଞାନ ପ୍ରଦର୍ଶନୀ ଏକାନ୍ତ ଆବଶ୍ୟକ ବୋଲି ମତ ପୋଷଣ କରିଛନ୍ତି ଅନୁଷ୍ଠାନ ମୁଖ୍ୟ ଶ୍ରୀ ଅଜୟ କୁମାର ଦ୍ବିବେଦୀl ଉକ୍ତ ଅବସରରେ ଅନୁଷ୍ଠାନ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ତଥା ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ l

ମୋହିତ କୁମାର ସାହୁ ଙ୍କ ରିପୋର୍ଟ ଏକେଏନ୍ ନ୍ୟୁଜ୍। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!