ଉଲିପଦର ଗ୍ରାମରେ କଂଗ୍ରେସର ମିଶ୍ରଣ ପର୍ବ।

ଉଲିପଦର ଗ୍ରାମରେ କଂଗ୍ରେସର ମିଶ୍ରଣ ପର୍ବ।
ଦାରିଙ୍ଗବାଡ଼ି, ୨୦/୧୧, (AKN News): ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଝିଞ୍ଜିରିଗୁଡା ଗ୍ରାମ ପଞ୍ଚାୟତର ଉଲିପଦର ଗ୍ରାମର ୬୧ ପରିବାର କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି। ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଆଶାୟୀ ପାର୍ଥି ଅମୀରଚାନ୍ଦ ନାୟକଙ୍କ ନେତୃତ୍ୱରେ କଂଗ୍ରେସ ଦଳରେ ସାମିଲ ହୋଇଥିବା ବେଳେ ସେମାନଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ଵାଗତ କରିଥିଲେ ।
ଏହି ମିଶ୍ରଣ କାର୍ଯ୍ୟକ୍ରମରେ କଂଗ୍ରେସର ବରିଷ୍ଠ ନେତା ଅମୀରଚାନ୍ଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ସମାନିତ ଅତିଥି ଭାବେ ବ୍ଲକ ସଭାପତି ପ୍ରଦୀପ ନାୟକ, ପୂର୍ବତନ ବିଧାୟିକା ଅଜୟନ୍ତୀ ପ୍ରଧାନ, ପୂର୍ବତନ ସମିତି ଅଧକ୍ଷ ଲୁକ ସୁନାମାଝୀ, ପୂର୍ବତନ ସମିତି ଉପାଧକ୍ଷ ରମାକାନ୍ତ ବଳିୟାରସିଂ, ପୂର୍ବତନ ସମିତି ସଭ୍ୟ କରମସିଂ ନାୟକ, ବରିଷ୍ଠ କଂଗ୍ରେସ କର୍ମୀ ଭାସ୍କର ନାୟକ, ଲିଓ ନାୟକ, ସଚ୍ଚିଦାନନ୍ଦ ବଳିୟାରସିଂ, ଧୀରେନ ପରିଛା, ଯୁବ ନେତା କାଶୀନାଥ ସିଂ, ଅକେଶ୍ୱର ମାଝୀ , ଛାତ୍ର ନେତା ତରୁଣ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ଗାଁ ମୁଖିଆ ମାର୍ତ୍ତିନ ରଣସିଂ, ପ୍ରସାଦ ପରିଛା, କୀର୍ତ୍ତନ ରଣସିଂ ଓ ଯୁବକ ମାନଙ୍କ ସହଯୋଗରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ସଂଯୋଜନା ରାଜା ରଣସିଂ କରିଥିଲା ବେଳେ,ଗ୍ରାମ ବାସୀ ସମୂହଙ୍କ ସହଯୋଗ ରହିଥିଲା।
ଦାରିଙ୍ଗବାଡ଼ି ରୁ ଅଶ୍ଵିନ ମନ୍ତ୍ରୀଙ୍କ ରିପୋର୍ଟ AKN NEWS


