ଜନ ସଂଖ୍ୟା ସପ୍ତାହ ପାଳନ ଓ ବୃକ୍ଷ ରୋପଣ

କୁଚିଣ୍ଡା (AKN NEWS): କୁଚିଣ୍ଡା ସହର ନିକଟସ୍ଥ ସାତକମା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ଵ ଜନ ସଂଖ୍ୟା ସପ୍ତାହ ପାଳିତ ହୋଇ ଯାଇଛି ।ଏହି ଉପଲକ୍ଷେ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସୁରଭି ନାଏକ ଙ୍କ ସଭାପତିତ୍ବରେ ଆୟୋଜିତ ସଚେତନତା ସଭାରେ ବିଶିଷ୍ଟ ସମାଜସେବୀ, ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜନ ସଂଖ୍ୟାର ହ୍ରାସ ତଥା ଜଙ୍ଗଲ ସମ୍ପଦ ଓ ବନ୍ୟ ପ୍ରାଣୀର ଶ୍ରୀବୃଦ୍ଧି ହେବା ଆବଶ୍ୟକ ବୋଲି କହିଥିଲେ ।ଏହି ସଭାରେ ଶତାଧିକ ଛାତ୍ର,ଛାତ୍ରୀ ଓ ଅଭିଭାବକ ଯୋଗ ଦେଇଥିଲେ ।କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ କୋଶଳେଶ୍ୱର ଖର୍ସେଲ ସଂଯୋଜନା କରିଥିବା ବେଳେ ସ୍ନେହଲତା ଠାକୁର ପ୍ରାରମ୍ଭିକ ସୂଚନା, ଯଶପ୍ରିତ୍ କୌର୍ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ବୈଦ୍ୟନାଥ ଷଣ୍ଢ ଧନ୍ୟବାଦ ଅର୍ପଣ କରିଥିଲେ ।ଏହା ପରେ ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମର ତିନୋଟି ଜଙ୍ଗଲ ର ସୁରକ୍ଷା କାମନା କରି ପରିକ୍ରମା କରାଯାଇଥିଲା । ସ୍କୁଲ ପରିସର ଓ ବାହାରେ ଅତିଥି ,ଶିକ୍ଷକ,ଶିକ୍ଷୟିତ୍ରୀ ଓ ଛାତ୍ର,ଛାତ୍ରୀ ତିରିଶ ଗୋଟି ଫଳ ଗଛ,ଫୁଲ ଚାରା ରୋପଣ କରିଥିଲେ ।
ବ୍ୟୁରୋ ରିପୋର୍ଟ AKN NEWS


