ଓଡିଶା ଖବର

ମରଣଯନ୍ତା ପାଲଟିଛି ମନେଇପାଦ ରୁ ସେମେଲମୁଣ୍ଡା ରାସ୍ତା

ପାଟଣାଗଡ଼ (AKN NEWS):ସରକାର କୋଟି କୋଟି ଟଙ୍କା ବିନିମୟ କରି ଲୋକଙ୍କ ଗମନାଗମନ ପାଇଁ ଗ୍ରାମ ପଞ୍ଚାୟତ, ଗ୍ରାମ ଉନ୍ନୟନ ବିଭାଗ ଏବଂ ପୂର୍ତ୍ତ ବିଭାଗ କୁ ରାସ୍ତା ନିର୍ମାଣ ପାଇଁ ଦାୟିତ୍ୱ ଦେଇଛନ୍ତି!ହେଲେ ଭାରତ ସ୍ୱାଧୀନତା ହେବାର 76 ବର୍ଷ ପରେ ମଧ୍ୟ ଅନେକ ଗୁଡିଏ ଗାଁ ରେ ପକ୍କା ରାସ୍ତା ନ ଥିବାରୁ ଲୋକେ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି!ପକ୍କା ରାସ୍ତା ତିଆରି ନ ହେବାର ମୁଖ୍ୟ କାରଣ ହେଉଛି ପ୍ରଶାସନିକ ଅଧିକାରୀ ଙ୍କ ଅବହେଳା ଓ ସ୍ଥାନୀୟ ରାଜନେତା ଙ୍କ ଉଦାସୀନ ମନୋଭାବ!ଦୀର୍ଘ ଦିନ ଧରି ପୂର୍ବ ସରକାର ଙ୍କ ଅମଳ ରେ ଯେଉଁ ରାସ୍ତା ଗୁଡିକ ପଡିରହିଥିଲା ଆଜି ମଧ୍ୟ ସେହି ଅବସ୍ଥା ରେ ପଡ଼ିରହିଛି ଏବେ ରାଜ୍ୟ ରେ ନୂଆ ସରକାର ଥିବାବେଳେ ରାଜ୍ୟବାସୀ ଙ୍କ ନୂଆ ଆଶା ନୂଆ ସ୍ବପ୍ନ ଅଛି ଯେ କିଛି ସୁବିଧା ମିଳିପାରିବ କିନ୍ତୁ ଯଥା ପୂର୍ବଂ ତଥା ପରମ ବୋଲି ଲୋକେ ଅଭିଯୋଗ କରୁଛନ୍ତି!ସୂଚନା ଅନୁସାରେ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ମଣ୍ଡୋମହୁଲ ଗ୍ରାମ ପଞ୍ଚାୟତ ମନେଇପାଦ ଗାଁ ରୁ ଘୁଚେପାଲି ଗ୍ରାମ ପଞ୍ଚାୟତ ସେମେଲମୁଣ୍ଡା ଗାଁ କୁ ଥିବା 6 କିଲୋମିଟର ରାସ୍ତା ମରଣଯନ୍ତା ପାଲଟିଛି!ଗତ 10 ବର୍ଷ ତଳେ ତଥା 2015-16 ମସିହାରେ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କରାଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ତାର ରକ୍ଷନାବେକ୍ଷଣ କରାଯାଉନାହିଁ ଯାହାଫଳରେ ରାସ୍ତା ରେ ମେଟାଲ ଗୁଡିକ ଦେଖାଯାଉଛି ଏବଂ ରାସ୍ତା ଟି ଭୟଙ୍କର ହୋଇଛି!ଏହି ରାସ୍ତା ଦେଇ ପ୍ରତି ଦିନ ସେମେଲମୁଣ୍ଡା, ଗଏଲମରା ସମେତ ଅଞ୍ଚଳର ହଜାର ହଜାର ଲୋକ ଉକ୍ତ ରାସ୍ତା ଦେଇ ଯାତାୟାତ କରୁଥିବା ବେଳେ ଅନେକ କଷ୍ଟ ଭୋଗୁଛନ୍ତି!ବେଳେ ବେଳେ ଏହି ରାସ୍ତା ରେ ଛୋଟ ଛୋଟ ଦୁର୍ଘଟଣା ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି!ଅଞ୍ଚଳବାସୀ ଙ୍କ ଠାରୁ ଶୁଣିବାକୁ ମିଳେ ଯେ ନିର୍ବାଚନ ସମୟ ରେ ନେତା ମାନେ ଖାଲି ଭୋଟ ପାଇଁ ଆସିଥାନ୍ତି ଏବଂ ପ୍ରତିଶୃତି ଦିଅନ୍ତି କିନ୍ତୁ ବାସ୍ତବରେ ତାହା ଭିନ୍ନ!ଏ ରାସ୍ତା ପାଇଁ ବାରମ୍ବାର ଗ୍ରାମ ପଞ୍ଚାୟତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ କୁ କହିଥିଲେ ସୁଦ୍ଧା କିଛି ସୁଫଳ ମିଳିନାହିଁ!ଘୁଚେପାଲି ଗ୍ରାମ ପଞ୍ଚାୟତ ର ସରପଞ୍ଚ ଙ୍କ ସ୍ୱାମୀ ଶିଶୁଦେବ ପଟେଲ ବର୍ତ୍ତମାନ ସାଶକ ଦଳର ଜୋନ ସଭାପତି ଥିବା ବେଳେ ତାଙ୍କ ଅଞ୍ଚଳରେ ଲୋକେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ଥିବା ଅତ୍ୟନ୍ତ ପରୀତାପ ର ବିଷୟ ବୋଲି ଜନସାଧାରଣ ରେ ଆଲୋଚନା ହେଉଛି!ଏଥିପ୍ରତି ପାଟଣାଗଡ଼ ବିଧାୟକ ତଥା ଓଡିଶାର ଉପମୁଖ୍ୟମନ୍ତ୍ରୀ ମହୋଦୟ ଦୃଷ୍ଟି ଆକର୍ଷଣ କରି ପକ୍କା ରାସ୍ତା ନିର୍ମାଣ କରାଇବାକୁ ନିର୍ଦେଶ ଦିଅନ୍ତୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।

ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!