ଓଡିଶା ଖବର

ଜମି, ଜଳ ଓ ଜଙ୍ଗଲ ତଥା ପେସା ଆଇନକୁ କାର୍ଯ୍ୟକାରୀ କରିବା ଦାବୀ କରି ବିରାଟ ଶୋଭାଯାତ୍ରା ଓ ପ୍ରତିବାଦ ସଭା 

କୁଚିଣ୍ଡା :23/9(AKN NEWS): ଲୋକ ମୁକ୍ତି ସଂଗଠନ ର ଉପଦେଷ୍ଠା ଅନନ୍ତ ପଣ୍ଡା ଓ ବିଶିଷ୍ଟ ସାମାଜିକ କର୍ମୀ ସୁବାସ ଚନ୍ଦ୍ର ନାୟକ ଙ୍କ ନେତୃତ୍ୱରେ ସଇଡା ଖେଳ ପଡିଆରୀ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଶ୍ରୀ ପଣ୍ଡା ଓ ଶ୍ରୀ ନାୟକ ଙ୍କ ସମେତ ବାମରା ବ୍ଲକର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଖତୁ ନାଥ ପିଙ୍ଗ, ଜମନକିରା ବ୍ଲକ ରପୂର୍ବତନ ଅଧ୍ୟକ୍ଷ କେଦାର ନାଥ

ବରିହା ପ୍ରମୁଖ ଭାଷଣ ଦେଇ ଆଦିବାସୀ ଅଂଚଳରେ ଏକରେ ରୁ କିସମ ଜମି ଥିବା ସମସ୍ତଙ୍କୁ ଅବଦାନ କରିଥିବା ସମସ୍ତ ଜଙ୍ଗଲ ଜମି କୁ ପଟ୍ଟ କରିବା ଓ ଘର ଡିହ ମଧ୍ୟ ଯୋଗାଇଦେବାକୁ ଦାବୀ କରିଥିଲେ ।ଏହା ପରେ ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ୟେଶ୍ୟ ରେ ଉପ ଜିଲ୍ଲାପାଳ ଙ୍କ ଜରିଆରେ ଏକ ଦାବିପତ୍ର ଦିଆ ଯାଇ ଆଦିବାସୀ ଙ୍କୁ ଜମି, ଜଳ ଓ ଜଙ୍ଗଲ ଉପରେ ଅଧିକାର ପ୍ରଦାନ ସହ ପେଶା ଆଇନ କୁ ଅକ୍ଷରେ, ଅକ୍ଷରେ ପାଳନ କରିବାକୁ ଦାବୀ କରି ସାତ ଦଫା ଦାବିପତ୍ର ପ୍ରଦାନ କରି ଥିଲେ ।ଏହି ପ୍ରତିବାଦ ସଭା ଓ ଶୋଭାଯାତ୍ରାରେ ପ୍ରାୟ ପାଞ୍ଚ ହଜାର ଆଦିବାସୀ ଓ ଗରିବ ମହିଳା ଓ ପୁରୁଷ ଅଂଶ ଗ୍ରହଣ କରିଥିବା ଦେଖା ଯାଇଥିଲା ।

ବ୍ୟୁରୋ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!