ଓଡିଶା ଖବର

ତରଭାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ 

ତରଭା, ତା ୨୩/୦୯ (AKN NEWS): ସ୍ଥାନୀୟ ଭାଷା ସଂସ୍କୃତିର ଅଗ୍ରଣୀ ଅନୁଷ୍ଠାନ କୋଶଳ ସାହିତ୍ୟ ଏକାଡେମୀ ଓ ତହଁକ ସାହିତ୍ୟ କୁଟୁମ୍, ବଲାଙ୍ଗୀର ମିଳିତ ସହଯୋଗିତାରେ ନବଜ୍ୟୋତି କ୍ଲବଠାରେ ନୂଆଁଖାଇ ଭେଟଘାଟ — ୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସକାଳୁ ମାଁ ପାଟଣେଶ୍ବରୀଙ୍କଠାରେ ପୂଜାର୍ଚ୍ଚନା ପରେ ମାଁ କୁଣ୍ଡାମାଲିଏନ ଦୁଲଦୁଲି ପରିଷଦର ନୃତ୍ୟ ବାଦ୍ୟର ତାଳେ ତାଳେ କବି କଳାକାରଗଣ ସାଂସ୍କୃତିକ ଶୋଭାଯାତ୍ରାରେ ବାହାରି ତରଭା ସହର ପରିକ୍ରମା କରିଥିଲେ। ଫଲଶାଫୁଲର ସମ୍ପାଦକ ପ୍ରଭାତ ଖମାରୀଙ୍କ ନେତୃତ୍ୱରେ ଆୟୋଜିତ ଶୋଭାଯାତ୍ରାରେ ଶୁଭମ୍ ମିଶ୍ର ମଶାଲ ଓ ତ୍ରିଲୋଚନ ଦଳବେହେରା ମାଁ ପାଟଣେଶ୍ବରୀଙ୍କ ଫଟୋଚିତ୍ର ଧରିବା ସାଙ୍ଗେ ସାଙ୍ଗେ ଲୋକକବି ଗରିବ ମଲ୍ଲିକ ତଥା ଯୁବକବି ରୋଶନ ସାହୁ ବାଟେଘାଟେ କୋସଲୀ ଭାଷା ସଂସ୍କୃତି ଉପରେ ବକ୍ତବ୍ୟ ରଖିଥିଲେ।ପ୍ରଥମ ଅଧିବେଶନରେ ଶାନ୍ତନୁ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ବ୍ଲକ୍ ଅଧ୍ୟକ୍ଷ ସରୋଜ କୁମାର କମ୍ପ ମୁଖ୍ୟ ଅତିଥି, ସହକାରୀ ଜିଲ୍ଲା କୃଷି ଅଧିକାରୀ ଜଗବନ୍ଧୁ ପଟେଲ ମୁଖ୍ୟ ବକ୍ତା ତଥା ଏନ୍.ଏ.ସି. ଉପ-ନଗରପାଳ ଗଗନ ଅଗ୍ରୱାଲ, କ୍ଲବ୍ ସଭାପତି ଜନାର୍ଦ୍ଦନ ଥନାପତି, ବିଶିଷ୍ଟ ଶିଳ୍ପପତି ଜନାବ୍ ଆକବର ଅଲ୍ଲୀ, ବ୍ୟଙ୍ଗକବି ଅର୍ଜୁନ କୁମାର ସାହୁ,ସଙ୍ଗଠକ ରାଜେଶ ଦଣ୍ଡସେନା, କୋଶଳପ୍ରେମୀ ରାଜେନ୍ଦ୍ର ଝାଙ୍କର ଓ ସାହିତ୍ୟିକ ଦେବେନ୍ଦ୍ର କୁମାର ନାଏକ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇର ମହତ୍ତ୍ଵ ଓ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।ସଭା ପ୍ରାରମ୍ଭରେ କଣ୍ଠଶିଳ୍ପୀ ମାନସୀ ସାହୁ, ତପସ୍ଵିନୀ ପଟ୍ଟନାୟକ, ସରିତା ନାଏକ ଓ ସ୍ବର୍ଣ୍ଣକାନ୍ତି ପତି ସ୍ବାଗତ ସଙ୍ଗୀତ ଗାନ କରିଥିଲେ।ଯୁବ ବ୍ଲଗର ସ୍ବପ୍ନିକା ସାହୁ, ବିଶିଷ୍ଟ ଗବେଷକ ଅଖୋଜ ଷାଣ୍ଢ, କଳାକାର ରଞ୍ଜନ କୁମାର ସା ଏବଂ ଜନପ୍ରିୟ ମାହେଶ୍ଵରୀ ସଂଗଠନକୁ କୋସଲୀ ଭାଷା ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁଁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ଦ୍ବିତୀୟ ପର୍ଯ୍ୟାୟରେ କାଇଁଚ ମିଡ଼ିଆ ମୁଖ୍ୟ ଗୋପୀନାଥ ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୋସଲୀ କବିତା ଆସରରେ କବି ସଞ୍ଜୀବ ସେଠି, ଇଂ ଗୋପାଲ ଚନ୍ଦ୍ର ମେହେର, ଗୀତାଞ୍ଜଳି ମିଶ୍ର, ଲେଖକ ରାଜୀବ ପ୍ରସାଦ ଭୋଇ, ଶ୍ରିୟାକାନ୍ତ ଦାଶ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ସୁବର୍ଣ୍ଣପୁର ସମେତ ପଡୋଶୀ ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ବୌଦ୍ଧ ଓ ନୂଆପଡ଼ା ଜିଲ୍ଲାରୁ ଶତାଧିକ କବି କବୟିତ୍ରୀ ସ୍ବରଚିତ କବିତା ପାଠ କରିଥିଲେ।ଏସବୁ କାର୍ଯ୍ୟକ୍ରମରେ ସୁଦାମ ପୁଟେଲ, ଥବୀର କର୍ମୀ, ସୁଧୀର ପଣ୍ଡା,ରୋଶନ ସାହୁ, ଲୋକନାଥ ଦଳବେହେରା, ଅଭିଜିତ ଫରିକାର, ଲୀନା ମେହେର,କାହ୍ନା ପାତ୍ର ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସେହିଭଳି କୁନି ନୃତ୍ୟଶିଳ୍ପୀ ଅଲିଭା ନାଏକ, ପ୍ରିୟଦର୍ଶିନୀ ଜେନା,ରିନି ନାଏକ, ସ୍ଵିକୃତୀ ମିଶ୍ର, ଅର୍ଚ୍ଚନା କୁମ୍ଭାର ଇତ୍ୟାଦି ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଯଦୁମଣି କର୍ଣ୍ଣ ଓ ଦ୍ବିତୀୟ ପର୍ଯ୍ୟାୟରେ ତ୍ରିଲୋଚନ ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!