ଓଡିଶା ଖବର

ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଖରିଫ୍ ଋତୁ ୨୦୨୪-୨୫ରେ ଧାନ ସଂଗହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

(AKN NEWS): ଆଜି ତା.୩0.୧0.୨୪ ରିଖ ଅପରାହ୍ନ ୪ ଘଟିକା ସମୟରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଖରିଫ୍ ଋତୁ ୨୦୨୪-୨୫ରେ ଧାନ ସଂଗହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ(,ପ୍ରୋଟୋକଲ)ଶ୍ରୀ ନୀଳମାଧବ ଭୋଇ,ଭାରପ୍ରାପ୍ତ ଉପଜିଲ୍ଲାପାଳ ଶ୍ରୀ ନୀଳମାଧବ ମାଝି, କୋଅପରେଟିଭ ଉପନିବନ୍ଧକ ଶ୍ରୀମତୀ ସୁନିତା ପତି, ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀ ସୁବୋଧ ହୋତା,ମୁଖ୍ୟ କୃଷି ଅଧିକାରୀ ଶ୍ରୀ ପ୍ରଦୀପ କୁମାର ଦାସ,ବରିଷ୍ଠ ସହକାରୀ ନିବନ୍ଧକ,କୋଅପରେଟିଭ ସୋସାଇଟି ଶ୍ରୀ ସ୍ୱରୂପ କୁମାର କର,ଚାଷୀ ପ୍ରତିନିଧି ଶ୍ରୀ ଅଶୋକ ପ୍ରଧାନ,ଧରଣୀଧର ସାହୁ ଓ ପ୍ରମୋଦ କୁମାର ସ୍ୱାଇଁ ଏବଂ ମିଲର୍ ପ୍ରତିନିଧି ଶ୍ରୀ ସୂର୍ଯ୍ୟନାରାୟଣ ସେନାପତି ଓ ଶ୍ରୀ ଦେବରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଧାନ ସଂଗ୍ରହ କାର୍ଯ୍ୟକ୍ରମକୁ ସୁବ୍ୟବସ୍ଥିତ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା।ଚଳିତ ବର୍ଷ ପ୍ରତ୍ୟେକ ମଣ୍ଡି ପାଇଁ ଜଣେ ନୋଡ଼ାଲ ଅଧିକାରୀ ନିଯୁକ୍ତ ହେବେ ଏବଂ ଚାରିରୁ ପାଞ୍ଚଟି ମଣ୍ଡିପାଇଁ ଜଣେ ସୁପରରଭାଇଜିଙ୍ଗ ଅଧିକାରୀ ନିଯୁକ୍ତ ହେବେ।FAQ ମାନର ଧାନ ନିମନ୍ତେ ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ପ୍ରତି କୁଇଣ୍ଟାଲ୍ ରହିଛି।ଏହା ଛଡା ରାଜ୍ୟ ସରକାରଙ୍କ ତରଫରୁ କୁଇଣ୍ଟାଲ ପିଛା ୮୦୦ ଟଙ୍କା ଇନପୁଟ୍ ସହାୟତା ଦିଆଯିବ।ଏହିପରି ଭାବେ ପ୍ରତି କୁଇଣ୍ଟାଲ ପିଛା ଚାଷୀଙ୍କୁ ୩୧୦୦ ଟଙ୍କା ପ୍ରଦାନ କରାଯିବ।ଧାନ ସଂଗ୍ରହ ପ୍ରକ୍ରିୟାକୁ ସ୍ୱଚ୍ଛ କରିବା ନିମନ୍ତେ ଚାଷୀ ସଚେତନତା କରିବା ସହ ଚାରିଗୋଟି ଧାନ analyser ମେସିନ କ୍ରୟ କରିବାକୁ RMC କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଅଛି।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!