ଓଡିଶା ଖବର

ଜିଲ୍ଲା ସ୍ତରୀୟ ବିଶ୍ବ ମୃତ୍ତିକା ଦିବସ ପାଳିତ।

ପୁରୀ ୫/୧୨(AKN NEWS): ଆଜି ପୂର୍ବାହ୍ନରେ ଜିଲ୍ଲା କୃଷି କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଜିଲ୍ଲା ସ୍ତରୀୟ ବିଶ୍ବ ମୃତ୍ତିକା ଦିବସ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା କୃଷି ଭାରତର ଆତ୍ମା ସଦୃଶ।କୃଷି ଓ ଜୀବନ ପାଇଁ ମୃତ୍ତିକା ମୂଳ ଆଧାର।ଏହାକୁ ସୁସ୍ଥ ଓ ସୁରକ୍ଷିତ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ସେ କହିଥିଲେ।ମଣିଷ ଶରୀର ପରି ମାଟିରେ ମଧ୍ୟ ବିଭିନ୍ନ ଉପାଦାନ ର ସନ୍ତୁଳନ ଆବଶ୍ୟକ।ତେଣୁ ମୃତ୍ତିକାର ବୈଜ୍ଞାନିକ ପରୀକ୍ଷା ନିରୀକ୍ଷା ଓ ସ୍ବାସ୍ଥ୍ୟ ପରୀକ୍ଷା ମାଧ୍ୟମରେ ମୃତ୍ତିକା ସୁରକ୍ଷା ଓ ସଂରକ୍ଷଣ ପାଇଁ ଶ୍ରୀ ବେହେରା ପରାମର୍ଶ ଦେଇଥିଲେ। ଏଥିରେ ଅଧ୍ୟକ୍ଷତା କରି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ଦାସ ଜୀବନ ପାଇଁ ଖାଦ୍ୟ ଆବଶ୍ୟକ ଓ ଖାଦ୍ୟ ଉତ୍ପାଦନ ପାଇଁ ମୃତ୍ତିକା ଜରୁରୀ।ବର୍ତ୍ତମାନ ମାଟି ପ୍ରଦୂଷିତ ହେଉଥିବାରୁ ଫସଲ ପ୍ରଭାବିତ ହେଉଛି।ପୁରୀ ଜିଲ୍ଲାରେ ପ୍ରାୟ ୭୦ ଭାଗ ଜମି ଏସିଡିକ ବା ଅମ୍ଲ ପ୍ରଭାବିତ।

ଯାହା ଫଳରେ ତୈଳ ଓ ଡାଲି ଜାତୀୟ ଫସଲ ଭଲ ହେଉ ନାହିଁ।ଅନ୍ୟ ମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦେଶକ ସନ୍ତୋଷ କୁମାର ସେଠୀ, ମୁଖ୍ୟ ପଶୁ ସମ୍ପଦ ଅଧିକାରୀ ଡା ଶରତ କୁମାର ବେହେରା,ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଭୂତି ଭୂଷଣ ରାଉତ, ରାଷ୍ଟ୍ରୀୟ କେମିକାଲ ଫର୍ଟିଲାଇଜର ବରିଷ୍ଠ ପରିଚାଳକ ଇନ୍ଦିରା ମୁଖାର୍ଜୀ, ସାକ୍ଷୀଗୋପାଳ କୃଷି ଅଧିକାରୀ ଅଜୟ କୁମାର କର,ପୁରୀ କୃଷି ଅଧିକାରୀ ସୁଶାନ୍ତ କୁମାର ଦାସ ଅଣ ଅନୁମୋଦିତ ଭାବେ ବ୍ୟବହାର ହେଉଥିବା ସାର ଓ କୀଟ ନାଶକ ଯୋଗୁ ମୃତ୍ତିକା ରେ ପ୍ରାକୃତିକ ପୋଷାକତତ୍ତ୍ୱର ହାନୀ ଘଟୁଛି।ଉତ୍ପାଦନ ବୃଦ୍ଧି ପାଉଛି କିନ୍ତୁ ଗୁଣାତ୍ମକ ତତ୍ତ୍ୱ କମିଯାଉଛି।ଗଛ ପାଇଁ ୧୬ ପ୍ରକାର ଖାଦ୍ୟ ଆବଶ୍ୟକ ଥାଏ।କିନ୍ତୁ ବର୍ତ୍ତମାନ ତାହାର ଅଭାବ ରହୁଛି।ପ୍ରତି ୩ ବର୍ଷ ଅନ୍ତରରେ ମାଟି ର ସ୍ୱାସ୍ଥ୍ୟ ପରୀକ୍ଷା କରିବା,ମାଟିରେ ଥିବା ଅଭାବର ଆବଶ୍ୟକତା କୁ ପୂରଣ କରିବା ସମ୍ପର୍କରେ ସେମାନେ ମତ ରଖିଥିଲେ।ଏ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରାଇ ମାଟିର ସ୍ୱାସ୍ଥ୍ୟ ସଠିକ ରଖିବା ଆଜିର ଦିବସ ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେମାନେ କହିଥିଲେ।।ପୂର୍ବରୁ ଅନୁଷ୍ଠିତ ବିବିଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ଶେଷରେ ସସ୍ମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।ରସାୟନ ବିତ ଜି ଶ୍ବେତା ସଭା ପରିଚାଳନା କରିଥିଲେ।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!