ମାଲକାନଗିରି ଜିଲ୍ଲା ସ୍ତରୀୟ ଲିଙ୍ଗଗତ ହିଂସା ଦୂରୀକରଣ ନିମନ୍ତେ ୧୬ ଦିନିଆ ଅଭିଯାନର ଶପଥ ପାଠ କାର୍ଯ୍ୟକ୍ରମ

ମାଲକାନଗିରି,(AKN NEWS): ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ଵନ୍ ସ୍ଟପ ସେଂଟର୍, ଶକ୍ତି ସଦନ, ମିଶନ ଶକ୍ତି, ଚାଇଲ୍ଡ ଲାଇନ ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ DPRC ଟ୍ରେନିଂ ହଲ ରେ ଜିଲ୍ଲା ରେ ଲିଙ୍ଗଗତ ହିଂସା ଦୂରୀକରଣ ନିମନ୍ତେ ୧୬ ଦିନିଆ ଅଭିଯାନ ର ଏକ ଶପଥ ପାଠ ସମାରୋହ କାର୍ଯକ୍ରମ କରାଯାଇଥିଲା l ଏହି ସମାରୋହ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ବିଭାଗ ଅଧିକାରୀ ଶ୍ରୀ ନାରାୟଣ ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲାର DSP-HQ ଶ୍ରୀ ଲକ୍ଷ୍ମୀଧର ସ୍ବାଇଁ କହିଲେ ଯେ ଲିଙ୍ଗଗତ ହିଂସା ହେଉ ମହିଳା ଘରୋଇ ହିଂସା ହେଉ ଯେ କୌଣସି ଶିଶୁ ଓ ମହିଳା ଙ୍କ ସମସ୍ୟା /ଅସୁବିଧା ସମୟରେ ଆମ ବିଭାଗ ସବୁ ବେଳେ ସହଯୋଗ କରିବୁ ବୋଲି ପ୍ରତିଶୃତି ଦେଇଥିଲେ । ଡକ୍ଟର M MH Hussain ଜିଲ୍ଲା ଜନ ସ୍ୱାସ୍ଥ ଅଧିକରୀ କହିଥିଲେ ଯେ ମହିଳା ଓ ଶିଶୁ ପିଡ଼ିତାଙ୍କୁ ମାନସିକ ଏବଂ ସ୍ବାସ୍ଥ୍ୟ ଉପରେ ପରାମର୍ଶ ଦେବା ନିମନ୍ତେ ସ୍ୱାସ୍ଥ ବିଭାଗ ସମ୍ପୂର୍ଣ ସହଯୋଗ କରିବୁ ବୋଲି ପ୍ରକାଶ କରିଥିଲେ । ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗଙ୍କୁ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କହିଥିଲେ ୪ ପ୍ରକାର ହିଂସା ତଥା ଯୌତୁକ ନିରୋଧ ଆଇନ, ପୋକସୋ ଆଇନ, ଘରୋଇ ହିଂସା ଆଦି ବିଷୟରେ PPT ମାଧ୍ୟମରେ ବୁଝାଇଥିଲେ ଏବଂ ଏହି ବାର୍ତ୍ତା ନିଜ ନିଜ ବିଭାଗର ତୃଣମୂଳ ସ୍ତରୀୟ କର୍ମଚାରୀ ମାନଙ୍କୁ ଗ୍ରାମ ସ୍ତରରେ ଜନ ସଚେତନ କରାଇବାକୁ ଅନୁରୋଧ କରିଥିଲେ l ସ୍ଥାନୀୟ ଅଭିଯୋଗ କମିଟି ର ଅଧକ୍ଷ୍ୟା ନମିତା ଦଣ୍ଡସେନା କହିଥିଲେ ଯେ ପ୍ରତେକଙ୍କୁ ନିଜ ଅଧିକାର ସହ ସ୍ବର ଉତ୍ତଳନ କରିବାକୁ ପଡିବ, ଯେକୌଣସି ସମସ୍ୟାକୁ ନ ଲୁଚାଇ ତାକୁ ଜଣାଇବାକୁ ପଡିବ l ଆଉ ମହିଳା ବl ପିଲମାନଙ୍କ ଯେଉଁ ନିର୍ଯାତନl ହେଉଛି ସେଠୀ ନିମନ୍ତେ ଦୃଢ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିବାକୁ ପଡିବ l ସେଥିନିମନ୍ତେ ମହିଳା ମାନଙ୍କୁ ପିଲା ମାନଙ୍କୁ ମାନସିକ ସହାୟତା ପ୍ରଦାନ କରିବା ଉଚିତ l ଏହା ଳିଙ୍ଗଗତ ସମାନତା ଓ ମହିଳା ମାନଙ୍କୁ ସମାଜରେ ଉପଯୁକ୍ତ ସମ୍ମାନରେ ସହାୟକ ହେବ ବୋଲି କହିଥିଲେ ଏହି କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ କମିଟି ଅଧକ୍ଷ୍ୟା ସଂଯୁକ୍ତା ପ୍ରଧାନ, ସ୍ବାସ୍ଥ୍ୟ ବିଭାଗର ମହାମାରୀ ବିଶେଷଜ୍ଞ ଶ୍ରୀ ଦୂର୍ଗା ପ୍ରସାଦ ରାଜ, ପ୍ରୋଗ୍ରାମ ଅଫିସର ଇନ୍ଦିରା ପ୍ରଧାନ, ଏକଶନ ଐଡ ର ଜିଲ୍ଲା ସଂଯୋଜିକା ସୁଷମା କର, ମାଲକାନଗିରି ବ୍ଲକର cdpo ମାନେ, ଵନ୍ ସ୍ଟପ ସେଂଟରର, ଚାଇଲ୍ଡ ଲାଇନ, ଶକ୍ତି ସଦନ ଓ ସ୍ବାସ୍ଥ୍ୟ ବିଭାଗର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ l ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ l
Jyoti Ranjan Behera Malkangiri District Bureau Chief AKN NEWS


