ଓଡିଶା ଖବର

ଶହୀଦ ଜୟୀ ରାଜଗୁରୁଙ୍କ ଶ୍ରାଦ୍ଧ ଦିବସ ପାଳିତ।.

ପୁରୀ ୬/୧୨(AKN NEWS): ଶହୀଦ ଜୟୀ ରାଜଗୁରୁ ଥିଲେ ବୀରତ୍ୱ,ସାହସ,ତ୍ୟାଗ,ସ୍ବାଭିମାନ ଓ ଦେଶପ୍ରେମର ମୂର୍ତ୍ତିମନ୍ତ ପ୍ରତୀକ।ତାଙ୍କ ଆଦର୍ଶ ଯୁଗ ଯୁଗ ପାଇଁ ମାନବ ସମାଜକୁ ପ୍ରେରଣା ଦେଇ ଚାଲିଥିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା।ଆଜି ପୂର୍ବାହ୍ନରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଜୟୀ ରାଜଗୁରୁ ସ୍ମୃତି ପରିଷଦ ଓ ଶ୍ରୀ ଗୋପିନାଥ ଦେବସ୍ଥାନ ସମିତି ପକ୍ଷରୁ ବୀର ହରେକୃଷ୍ଣପୁର ଗ୍ରାମ ଠାରେ ଶହୀଦ ଜୟୀ ରାଜଗୁରୁ ଙ୍କ ୨୧୯ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଜୟୀ ରାଜଗୁରୁ ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ଭାବେ ଯେଉଁ ତ୍ୟାଗ ଓ ବଳିଦାନ ଦେଇଛନ୍ତି ତାହା ଅନନ୍ୟ ଓ ଅବିସ୍ମରଣୀୟ। ଏହି ଗ୍ରାମରେ ଜନ୍ମ ହୋଇ ସେ ଏ ମାଟିର ସୁଯୋଗ୍ଯ ସନ୍ତାନ ଭାବେ ପ୍ରମାଣିତ କରିଛନ୍ତି। ତାଙ୍କ କାର୍ଯ୍ୟଧାରା ଓ ଆଦର୍ଶ କୁ ଅଧିକ ପ୍ରଚାର, ପ୍ରସାର କରିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ସେ ଆହ୍ୱାନ ଦେଇଥିଲେ।ସଦର ବିଡିଓ ସମ୍ବିତ ଶତପଥୀ ଆଜିର ଦିବସ ରେ ଶହୀଦ ହୋଇଥିବା ଜୟୀ ରାଜଗୁରୁ ଙ୍କ ଦେଶପ୍ରୀତି ଅତୁଳନୀୟ ବୋଲି କହିବା ସହ ବର୍ତ୍ତମାନ ଓ ଭବିଷ୍ୟତ ର ପିଢି ତାଙ୍କ ଆଦର୍ଶ ଓ ଦେଶସେବାରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଜୟୀ ରାଜଗୁରୁ ଙ୍କ ସ୍ମୃତି ରକ୍ଷା ଓ ଏହି ପୀଠର ବିକାଶ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ଏହି ମହାନ ଦେଶଭକ୍ତ ବୀର ଙ୍କ ସ୍ମୃତି ଚାରଣ ଓ ତାଙ୍କ ସମ୍ପର୍କରେ ଆଲୋଚନା ତାଙ୍କ ବିରଳ ବ୍ୟକ୍ତିତ୍ୱ କୁ ଅଧିକ ଲୋକାଭିମୁଖୀ କରିବ ବୋଲି ସେ ମତ ଦେଇଥିଲେ।ସମିତି ସଭ୍ୟ ଅଜୟ କୁମାର ପ୍ରଧାନ ଶହୀଦ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶ୍ରୀ ଗୋପିନାଥ ଦେବସ୍ଥାନ ସମିତିର ସଭାପତି ଭାସ୍କର ନାରାୟଣ ରଥ ସଭାପତିତ୍ୱ କରିବା ସହ ସଂଧ୍ୟାରେ ଏକ ସାଧାରଣ ସଭା ର ଆୟୋଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଛି ବୋଲି ସୂଚନା ଦେଇଥିଲେ। ସମ୍ପାଦକ ପ୍ରକୃତି ପ୍ରସାଦ ମିଶ୍ର ,ଜୟୀ ରାଜଗୁରୁ ସ୍ମୃତି ପରିଷଦର ସଂପାଦକ ଡଃ ଜଟାଧାରୀ ମିଶ୍ର ଶହୀଦ ଜୟୀ ରାଜଗୁରୁ କ୍ଳବ ସଭାପତି ଶକ୍ତିପ୍ରସାଦ ମିଶ୍ର, ରବିନାରାୟଣ ମିଶ୍ର ସନ୍ନମୟ ମିଶ୍ର, ପ୍ରଭାତ କୁମାର ମହାପାତ୍ର, ଦୀପକ କୁମାର ଦାଶ, ଅଶୋକ ରଥ, ଦାସରଥୀ ନନ୍ଦ, ବିଷ୍ଣୁ ପ୍ରସାଦ ମହାପାତ୍ର , ଚନ୍ଦ୍ର ଶେଖର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ପୂର୍ବରୁ ବୀର ହରେକୃଷ୍ଣପୁର ବଜାର ସ୍ଥିତ ଜୟୀ ରାଜଗୁରୁ ଙ୍କ ପ୍ରତିମୂର୍ତ୍ତି ରେ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ। ଗ୍ରାମ ନିକଟସ୍ଥ ଲୋକନାଥ ମନ୍ଦିର ପୁଷ୍କରିଣୀ ଠାରେ ସାମୁହିକ ତିଳତର୍ପଣ କରାଯାଇଥିଲା।ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରଦତ୍ତ ଏବଂ ଗ୍ରାମବାସୀ ଙ୍କ ସହଯୋଗ ରେ ସଂକୀର୍ତ୍ତନ, ଘୋଡାନାଚ ପରିବେଷଣ କରାଯାଇଥିଲା।ପ୍ରତ୍ୟୁଷରୁ ରେଲୱେ ଷ୍ଟେସନ ଠାରେ ଥିବା ଶହୀଦ ଜୟୀ ରାଜଗୁରୁ ଙ୍କ ପ୍ରତିମୂର୍ତ୍ତି ରେ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସଂଗଠନ ଓ ବ୍ୟକ୍ତି ଙ୍କ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!