ଓଡିଶା ଖବର

ଟି. ଏନ. ଟି ଜୀବନ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟି. ଏନ. ଟି ଜୀବନ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

‘ସଂକଳ୍ପ ‘ଯୋଜନା ମାଧ୍ୟମ ରେ ଧର୍ଭି ଏଯୁକେସନ ଏଣ୍ଡ ଇନୋଭାଟିଭ ସୋସାଇଟି, ଅନକାପଲି ଆନୁକୂଲ୍ୟ ରେ ସ୍ଥାନୀୟ ଟି. ଏନ. ଟି ସ୍କିଲ ସେଣ୍ଟର ରେ ୨୬ ଅକ୍ଟୋବର ଠାରୁ ଜୀବନ ସୁରକ୍ଷା ନିମିତ୍ତ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି, ଏହି ତାଲିମ ଶିବିର ରେ ଉଭୟ ପ୍ରାକୃତିକ ଏବଂ କୃତ୍ରିମ ଉପାୟ ଦ୍ଵାରା ହେଉଥିବା ଜୀବନ ହାନି କୁ କିଭଳି ରୋକଯାଇପାରିବ ସେ ନେଇ ବିଭିନ୍ନ ଶିକ୍ଷା ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରାଯାଇଛି, ପି. ନୀଳିମା ଏବଂ ପି. ବି. ଏସ ଚୈତନ୍ୟ ଏହାକୁ ପ୍ରତିନିଧିତ୍ୱ କରିଥିବା ବେଳେ,  ଏହି ଛ ଦିନିଆ ତାଲିମ ଶିବିରକୁ ପରିଚାଳନା କରିବାରେ ଟି. ଏନ. ଟି ର ମୁଖ୍ୟ ଅଜୟ ଦ୍ବିବେଦୀ, ନାଇଡ଼ୁ, ଏବଂ ବି. ଇଶ୍ୱର ରାଓ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ, ଏଥିରେ ଉଲ୍ଲେଖ ଥାଉ ଯେ ଏହି ତାଲିମ ଶିବିର ର ସମାପ୍ତି ପାରେ ମାଗଣା ସ୍କିଲ ପ୍ରମାଣ ପତ୍ର ସହ ମାଗଣା କିଟ ପ୍ରଦାନ କରିବାର ବ୍ୟବସ୍ଥା ରହି ଅଛି, ଫଳରେ ବ୍ରହ୍ମପୁର ର ୧୮ବର୍ଷ ରୁ ଉର୍ଦ୍ଧ ଅନେକ ଛାତ୍ର ଛାତ୍ରୀ ଏଥିରେ ଯୋଗ ଦେଇ ଏହାର ଲାଭ ଉଠେଇବାରେ ସକ୍ଷମ ହୋଇପାରିଛନ୍ତି ।

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!