ଓଡିଶା ଖବର

ଟ୍ରାକ୍ଟର – ବାଇକ୍ ମୁହାମୁହିଁ : ଜଣେ ମୃତ,୬ ଆହତ ।

ଦାରିଙ୍ଗବାଡି,୩/୪ (AKN News): ଦାରିଙ୍ଗବାଡି ଥାନା ଅନ୍ତର୍ଗତ କୁଏରାଙ୍ଗା ଛକ ନିକଟ ବୁଲାଣି ରେ ଟ୍ରାକ୍ଟର – ଅଟୋ ଦୁର୍ଘଟଣା ଘଟି ଜଣେ ମୃତ୍ୟୁ ବରଣ କରିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ଟ୍ରାକ୍ଟର ରେ ବସିଥିବା ସୁନ୍ଦରଦଣ୍ଡ ଗ୍ରାମର ନରେନ୍ଦ୍ର ପ୍ରଧାନ ଙ୍କ ପୁଅ ରାଜୁ ପ୍ରଧାନ (୧୫) । ଆହତ ମାନେ ହେଲେ ଅଟୋ ରେ ବସିଥିବା କୁସିପଙ୍କା ଗ୍ରାମର ନିକୀମା ପ୍ରଧାନ, ଚନ୍ଦ୍ରିକା ପ୍ରଧାନ, ସୁମିତ୍ରା ପ୍ରଧାନ ରିତିକା ପ୍ରଧାନ ଓ ଟେପାରି ଗ୍ରାମର ନୟମି ପ୍ରଧାନ, ତମିତା ପ୍ରଧାନ । ରୀତିକା ପ୍ରଧାନ(୨୦) ଓ ଚନ୍ଦ୍ରିକା ପ୍ରଧାନ (୪୦) ଙ୍କ ଅବସ୍ଥା ଗୁରୁତର ଥିବା ଯୋଗୁଁ ଉଭୟ ଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ରେଫର କରାଯାଇଛି ।

{“remix_data”:[],”remix_entry_point”:”challenges”,”source_tags”:[“local”],”origin”:”unknown”,”total_draw_time”:0,”total_draw_actions”:0,”layers_used”:0,”brushes_used”:0,”photos_added”:0,”total_editor_actions”:{},”tools_used”:{“effects”:1},”is_sticker”:false,”edited_since_last_sticker_save”:true,”containsFTESticker”:false}
ଟେପାରୀ ଓ କୁସିପଙ୍କା ଗ୍ରାମର ୮ ଜଣ ମହିଳା ଓ ପୁରୁଷ ଏକ ଅଟୋ ରେ ବସି ଦାରିଙ୍ଗବାଡି ଆସୁଥିବା ବେଳେ କୁଏରାଙ୍ଗା ଛକ ବୁଲାଣିରେ ବିପରୀତ ଦିଗରୁ ଏକ ଟ୍ରାକ୍ଟର ଆସୁଥିଲା । ଉଭୟ ଗାଡ଼ି ମୁହାଁ ମୁହିଁ ହେବା ଫଳରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ। ଦୁର୍ଘଟଣା ସ୍ଥଳରେ ହିଁ ରାଜୁ ପ୍ରଧାନ ଙ୍କ ମୃତ୍ୟୁ ଘଟିଥିଲା । ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ।

ଦାରିଙ୍ଗବାଡ଼ି ରୁ ଅଶ୍ୱିନ ମନ୍ତ୍ରୀଙ୍କ ରିପୋର୍ଟ AKN News।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!