ଅନନ୍ୟ

ଠିକା ସରକାରୀ କର୍ମଚାରୀଙ୍କ କଟିବନି ରାସନ କାର୍ଡ: କାର୍ଡ ଫେରାଇଲେଣି ୨୦ହଜାର

ଠିକା ସରକାରୀ କର୍ମଚାରୀଙ୍କ କଟିବନି ରାସନ କାର୍ଡ: କାର୍ଡ ଫେରାଇଲେଣି ୨୦ହଜାର

ଭୁବନେଶ୍ବର:(ସମୀର ରଞ୍ଜନ ନାୟକ )ଠିକାରେ ନିଯୁକ୍ତ ହୋଇଥିବା ସରକାରୀ କର୍ମଚାରୀଙ୍କର କଟିବନି ରାସନ କାର୍ଡ। ଯେଉଁ କର୍ମଚାରୀଙ୍କର ମାସିକ ୧୫ହଜାର ଟଙ୍କାରୁ କମ୍ ଦରମା ପାଉଛନ୍ତି, ସେମାନଙ୍କ ରାସନକାର୍ଡ କଟିବ ନାହିଁ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏହି ଠିକା ସରକାରୀ କର୍ମଚାରୀମାନେ କାର୍ଡ ଫେରାଇବାର ଆବଶ୍ୟକତା ନାହିଁ।ଦରମା କମ୍ ଥିଲେ କଟିବ ନାହିଁ ‘ରାସନ କାର୍ଡ’ ଏପରିକି କଣ୍ଟ୍ରାଚୁଆଲ ସରକାରୀ ଚାକିରି କରି ୧୦ ରୁ ୧୨ ହଜାର ଟଙ୍କା ପାଉଥିଲେ ମଧ୍ୟ କଟିବନି ରାସନ କାର୍ଡ । ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।ମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି, ସ୍ୱଳ୍ପ ବେତନ ଭୋଗୀ କମ୍ ଦରମା ପାଉଥିଲେ ରାସନ କାର୍ଡ ଫେରାଇବେ ନାହିଁ । ଗ୍ରାମୀଣ ଅଞ୍ଚଳରେ ୧୦ ହଜାର ରୋଜଗାର ଥିଲେ ରାସନ କାର୍ଡ ବ୍ୟବହାର କରିପାରିବେ ହିତାଧିକାରୀ । ହେଲେ ଯଦି ଜଣେ ବ୍ୟକ୍ତିଙ୍କ ଆୟ ୧୫ ହଜାରରୁ ଅଧିକ ତେବେ ସେ ରାସନ କାର୍ଡ ଫେରାଇବେ । ୨୦ ହଜାର ସରକାରୀ କର୍ମଚାରୀ ରାସନ କାର୍ଡ ଫେରାଇ ସାରିଥିବା ନେଇ ସୂଚନା ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!