ଓଡିଶା ଖବର

ତାଲପାଲି ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା   

(AKN NEWS): ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ତାଲପାଲି ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ କ୍ଷିରୋଦ୍ର ପ୍ରଧାନଙ୍କ ସଭାପତିତ୍ବରେ ମହାବିଦ୍ୟାଳୟର ମୁଖ୍ୟ କିରାଣୀ ଦୋଳଗୋବିନ୍ଦ ସାହୁଙ୍କ ଉଦ୍ଧେଶ୍ୟରେ ଅବସର କାଳୀନ ବିଦାୟୀ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ଅଧ୍ୟାପକ ଜିତେନ୍ଦ୍ର ସାହୁ, ମୋତିଲାଲ ବେହେରା, ଟିକେଲାଲ ସାହୁ,ସୁଦାମ ଦାଶ,ଖେଳ ଶିକ୍ଷକ ହୃଷୀକେଶ ଗିରି,ଅଧ୍ୟାପିକା ଭୂମିସୂତା ମେହେର,ଅନୁପମା ବେହେରା,ସୁଷମା ସାହୁ ଓ ଗିରିଧାରୀ ସାହୁ,ମଧୁସୂଦନ ସାହୁ,ଅଞ୍ଜନ କୁମାର ବାଗ, ଟିକେଶ୍ୱର ସାହୁ,ମହିମା ସାହୁ,ସୁରୁବାଲି ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବିଦାୟୀ କିରାଣୀଙ୍କୁ ଅତିଥି ମାନେ ନିଜ ନିଜ ଅଭିଭାଷଣ ମାଧ୍ୟମରେ ଅନୁଷ୍ଠାନ ପ୍ରେମୀ, ଛାତ୍ର ବତ୍ସଳ, ସମୟାନୁ ବର୍ତିତା, ପ୍ରଧାନ ସେବକ, କର୍ମ ନିଷ୍ଠା, ଓ ଅନୁଷ୍ଠାନର ଜଣେ ଅନ୍ୟତମ ପ୍ରତିଷ୍ଠାତା ଭାବରେ ଅଞ୍ଚଳରେ ବେଶ ଖ୍ୟାତି ଅର୍ଜନ କରିଥିବା ପ୍ରକାଶ କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ପ୍ରଥମେ ଅତିଥି ଗଣ ଅଗ୍ର ପୂଜ୍ୟ ଗଜାନନ ମହାପ୍ରଭୁ ଏବଂ ବିଦ୍ୟାଦାତ୍ରୀ ମା ସରସ୍ବତୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ । କୃଷ୍ଣ ଚନ୍ଦ୍ର ସାହୁ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ପୂର୍ବତନ ଛାତ୍ର ତଥା ସାମ୍ବାଦିକ ଝସକେତନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଦୋଳଗୋବିନ୍ଦ ସାହୁ ୧୦/୦୮/୧୯୯୩ ରୁ ୩୧/୦୩/୨୦୨୫  ଦୀର୍ଘ ୩୨ ବର୍ଷ ତାଲପାଲି ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ କିରାଣୀ ଭାବରେ କାର୍ଯ୍ୟ କରି ଆଜି ଅବସର ନେଇଥିଲେ । ଏହି ଅବସରରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ,ଅଧ୍ୟାପିକା ଏବଂ ସମସ୍ତ କର୍ମଚାରୀ ଓ ଗ୍ରାମବାସୀ ତାଙ୍କୁ  ମହାବିଦ୍ୟାଳୟ ରୁ ଏକ ବିରାଟ ପଟୁଆରରେ କିର୍ତ୍ୟନ ଦଳ ନାଚ ଗୀତ କରି ଗ୍ରାମ ପରିକ୍ରମା କରିଥିଲେ ଏବଂ ଗ୍ରାମର ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଶେଷରେ ନିଜ ବାସଭବନରେ ତାଙ୍କୁ ଛାଡିଥିଲେ l

ବରଗଡ ରୁ ରଜନୀକାନ୍ତ ସାହୁ ଙ୍କ ରିପୋର୍ଟ akn ନ୍ୟୁଜ 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!