ଓଡିଶା ଖବର

୫୭ତମ ଜାତୀୟ ଖୋ ଖୋ ଚମ୍ପିୟାନସିପ ଉଦଘାଟିତ।

ପୁରୀ ୩୧/୩ (AKN NEWS): ଆଜି ଅପରାହ୍ନରେ ତାଳବଣିଆ ସ୍ପୋର୍ଟ୍ସ ଗ୍ରାଉଣ୍ଡ ପରିସରରେ ୫ ଦିନିଆ ଜାତୀୟ ୫୭ ତମ ପୁରୁଷ ଓ ମହିଳା ଖୋ ଖୋ ଚମ୍ପିୟାନସିପ୍ ଉଦଘାଟିତ ହୋଇଯାଇଛି।ରାଜ୍ୟ ଖୋଖୋ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କ୍ରୀଡା କୁ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଏହାକୁ ଉଦଘାଟନ କରିବା ସହ ପ୍ରତ୍ୟେକ କ୍ରିଡା ଶୃଙ୍ଖଳା ଓ ଭାଇଚାରାର ଶିକ୍ଷା ଦେଇଥାଏ।ବିଭିନ୍ନ ରାଜ୍ୟ ରୁ ଆସିଥିବା ଏହି କ୍ରୀଡାବିତ ମାନେ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରି ଦେଶ ପାଇଁ ସମ୍ବଳ ହୋଇ ପାରିବେ। ପ୍ରତିଭାର ବିକାଶ ଦିଗରେ ଖୋ ଖୋ ଖେଳ ସହାୟକ ହୋଇ ପାରିବ ବୋଲି ସେ କହିଥିଲେ।ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ସରକାର କ୍ରୀଡାକୁ ଅଗ୍ରାଧିକାର ଦେଇଛନ୍ତି।କ୍ରୀଡାବିତ ମାନେ ନିଷ୍ଠା ଓ ଏକାଗ୍ରତା ର ସହ ଶ୍ରେଷ୍ଠ ପ୍ରଦର୍ଶନ କରନ୍ତୁ ବୋଲି ସେ ଆହ୍ୱାନ ଦେଇଥିଲେ। ଖୋଖୋ ଫେଡେରେସନ ଅଫ ଇଣ୍ଡିଆ ର ସଭାପତି ସୁଧାଂଶୁ ମିତଲ ଏଥିରେ ଅଧ୍ୟକ୍ଷତା କରିବା ସହ ସୁନ୍ଦର ବ୍ୟବସ୍ଥା ପାଇଁ ଆୟୋଜକ ଙ୍କୁ ପ୍ରଶଂସା କରିଥିଲେ।ଖୋ ଖୋ କୁ କମନୱ୍ବେଲଥ,ଏସିଆନ ଓ ଅଲମ୍ପିକ ରେ ସାମିଲ କରିବାର ପ୍ରୟାସ ଜାରି ରହିଛି ବୋଲି କହିଥିଲେ।ସାଧାରଣ ସମ୍ପାଦକ ଏମ ଏସ ତ୍ୟାଗୀ ବହୁତ କମ ସମୟ ମଧ୍ୟରେ ଏହି ଜାତୀୟ କ୍ରୀଡା ର ସଫଳ ଆୟୋଜନ ପାଇଁ ରାଜ୍ୟ ଆୟୋଜକ ଙ୍କୁ କୃତଜ୍ଞତା ଜଣାଇଥିଲେ।

ଓଡିଶା ଖୋ ଖୋ ସଂଘର ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ସମସ୍ତଙ୍କୁ ସ୍ବାଗତ ସହ ସମ୍ବର୍ଦ୍ଧିତ କରିଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ପୁରୀ ଜିଲ୍ଲା ଆଥଲେଟିକ ଆସୋସିଏସନ ର ପୂର୍ବତନ ସମ୍ପାଦକ ରବି ଶଙ୍କର ପ୍ରତିହାରୀ,ଅନ୍ୟାନ୍ୟ ଅତିଥି ମାନେ ଖୋଖୋ ପ୍ରତିଯୋଗିତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଜିଲ୍ଲା କ୍ରିଡା ଅଧିକାରୀ ଶ୍ରୀ ଚନ୍ଦନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ମୁଖ୍ୟ ଅତିଥି କ୍ରୀଡା ପତାକା ଉତ୍ତୋଳନ କରିବା ସହ ପ୍ରତିଯୋଗିତା ଆରମ୍ଭ ର ଘୋଷଣା କରିଥିଲେ।ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟ ରେଲୱେ, ପୋଷ୍ଟାଲ ଇତ୍ୟାଦି ର ୮୦ ଟିମ ସାମିଲ ହୋଇଛନ୍ତି।ଅପ୍ରେଲ ୪ ତାରିଖରେ ଏହାର ଉଦଯାପନୀ କାର୍ଯ୍ୟକ୍ରମ ରହିଛି ବୋଲି ଆୟୋଜକ ଜଣାଇଛନ୍ତି।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!