ଓଡିଶା ଖବର

୬୪ ବାଟାଲିୟନ ସିଆର ପି ଏଫ୍ ତରଫରୁ ସିଭିଲ ଆକ୍ସନ ପ୍ରୋଗ୍ରାମ ଅନୁଷ୍ଠିତ

ଗୋଲାମୁଣ୍ଡା:(AKN NEWS): କଲାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ନକଟିକାନୀ ଗ୍ରାମପଞ୍ଚାୟତ ଅଧୀନରେ ଥିବା ଝୁଲେନବର ପତିଆଲ ପଡା ନାଗେଶ ପାହାଡ଼ ରେ ଅବସ୍ତିତ ୬୪ ବାଟାଲିୟନ ସିଆର ପି ଏଫ୍ କ୍ୟାମ୍ପରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ସଦସ୍ୟ ସଦସ୍ୟା ମାନଙ୍କୁ ନେଇ ସିଭିଲ ଆକ୍ସନ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା,ଏହି କାର୍ଯ୍ୟକ୍ରମ ୬୪ ବାଟାଲିୟନ ସିଆର ପି ଏଫ୍ ଯବାନ ଙ୍କ କମାଣ୍ଡୋ ସଞ୍ଜୟ ମୁଦୁଲୀ ଙ୍କ ନେତୃତ୍ୱରେ ଆୟୋଜନ ହୋଇଥିବାବେଳେ ଉକ୍ତ ସମାବେଶ ର ମୁଖ୍ୟ ଅତିଥି ୨ ଆଇସି- ପି.କେ ମିଶ୍ର ଯୋଗଦାନ ଦେଇଥିଲେ, ଏବଂ ନକଟିକାନୀ ଗ୍ରାମପଞ୍ଚାୟତ ର ସରପଞ୍ଚ ସୁଶ୍ରୀ ସାବିତ୍ରୀ ମାଝୀ ସମ୍ମାନିତ ଅଥିତି ଭାବେ ଯୋଗଦାନ କରିଥିଲେ,ବିଭିନ୍ନ ବାଦ୍ୟ ଯନ୍ତ୍ର ସହ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ବୃନ୍ଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସମାବେଶ ଅତି ଆକର୍ଷଣୀୟ ହୋଇଥିଲା,ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଗୀତ ନୃତ୍ୟ କଳା ସଂସ୍କୃତିକ ପ୍ରତିଯୋଗିତା କାର୍ଯ୍ୟକ୍ରମ ମଧ୍ୟ ସୁନ୍ଦର ଭାବରେ ପରିବେଷଣ ହୋଇଥିଲା,

ଏହି ତାଲିମ ଶିବିର ରେ ନକଟିକାନୀ ଗ୍ରାମପଞ୍ଚାୟତ ଅଧୀନରେ ଥିବା ଝୁଲେନବର, ପାତିଆଲପଡା, ଗୁଦୁଡୁଘୁମା ନକଟିକାନୀ ଅମୁର୍ଲାପଦର, ଆନ୍ତର୍ଲା ସମେତ ଅନେକ ଗ୍ରାମର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ଓ ପୁରୁଷ ଯୋଗଦାନ କରିଥିବାବେଳେ କମାଣ୍ଡୋ ଶ୍ରୀଯୁକ୍ତ ସଞ୍ଜୟ ମୁଦୁଲୀ ସ୍ୱୟଂ ସହାୟିକା ଗୋଷ୍ଠୀ କିପରି ରୋଜଗାର କରି ସ୍ୱାବଲମ୍ବୀ ହେବେ ସେହି ଦିଗରେ ପୁଙ୍ଖାନୁ ପୁଙ୍ଖ ଭାବରେ ତାଲିମ ପ୍ରଦାନ କରିଥିଲେ, ପରବର୍ତ୍ତୀ ସମୟରେ ସରପଞ୍ଚ ସୁଶ୍ରୀ ସାବିତ୍ରୀ ମାଝୀ ଙ୍କ ନିଷ୍ପତ୍ତି କ୍ରମେ ଝୁଲେନଵର ଗ୍ରାମର ଲଙ୍କେଶ୍ୱରୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ କୁ ଧୂପକାଠି ତିଆରି କରିବା ମେସିନ ପ୍ରଦାନ କରିଥିଲେ ଏବଂ ପାତିଆଲପଡା ଗ୍ରାମର ସୁଭଦ୍ରା ମହିଳା ସ୍ୱୟଂ ସହାୟିକା ଦଳ କୁ କାଗଜ ଖଲି ଦନା ମେସିନ ଏବଂ ପାତିଆଲପଡା ଗ୍ରାମର ତାରିଣୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ କୁ ଛତୁ ଚାଷ କରିବା ପାଇଁ ଛତୁ ବିହନ ପ୍ରଦାନ କରାଯାଇଥିଲା, ଏବଂ କିପରି ଖଲି ଦନା ତିଆରି କରିବେ ତଥା ଦଧୁପକାଠି କି ପରି ତିଆରି କରାଯିବ ତାହା ଉପରେ ତାଲିମ ଦିଆଯାଇଥିଲା,ଶେଷରେ ସମସ୍ତଙ୍କ ପାଇଁ ଖାଦ୍ୟ ପେୟ ର ବ୍ୟବସ୍ଥା ଥିବା ବେଳେ ସମସ୍ତେ ଭୋଜନ କରିଥିଲେ,ଏହି କାର୍ଯ୍ୟକ୍ରମ କୁ ଅଞ୍ଚଳର ଜନସାଧାରଣ ବେଶ ପ୍ରଶଂସା କରୁଛନ୍ତି

dhramgarh upa khanda ru shyam sundar agrawal akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!