ତିତିପ ଗ୍ରାମରେ ଅଷ୍ଟଶମ୍ଭୁ ଙ୍କ ମହା ମେଳଣ ପର୍ବ ଅନୁଷ୍ଠିତ ।

ପୁରୀ ଜିଲ୍ଲା (AKN NEWS)କୃଷ୍ଣ ପ୍ରସାଦΥ ବ୍ଲକ ଅନ୍ତର୍ଗତ ତିତୀପ ଗ୍ରାମରେ ଅଷ୍ଟଶମ୍ଭୁ ଙ୍କ ମହା ମେଳଣ ପର୍ବ ବେଶ୍ ଆଡମ୍ବର ସହକାରେ ପାଳନ ହୋଇଯାଇଛି । ଏହି ଅବସରରେ ତିତିପ ଗ୍ରାମ୍ୟ କମିଟି ଦ୍ବାରା ଆୟୋଜିତ ଅନୁଷ୍ଠାନରେ ପାରିକୁଦ ଅଞ୍ଚଳରୁ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ପାଇକ ଆଖଡ଼ା ତାଳେ ତାଳେ ଘଣ୍ଟ ବାଦ୍ୟ ଧ୍ଵନୀ ସହିତ ଝୁଣା ଧୂପର ମହକରେ ଗ୍ରାମ ପରିକ୍ରମା କରିବା ସମୟରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଗ୍ରାମ ପ୍ରକମ୍ପିତ ହୋଇ ଉଠିଥିଲା । ଖରାର ଅସହ୍ୟ ଗରମ ତାତି ସହିତ ଅନେକ ଭକ୍ତ ଶ୍ରଦ୍ଧାଳୁ ଙ୍କୁ ଦୃଷ୍ଟିରେ ରଖି ଗ୍ରାମ୍ୟ କମିଟି ପକ୍ଷରୁ ଥଣ୍ଡା ପାଣି ସହିତ ଟଙ୍କ ତୋରାଣି ସହ ଅନ୍ନ ପ୍ରସାଦ ର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ଏବଂ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଗ୍ରାମ୍ୟ କମିଟି ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି ହୋଇଥିଲା । ଏବଂ ନିମନ୍ତ୍ରିତ ହୋଇ ଆସିଥିବା ଠାକୁର ମାନଙ୍କ ସେବା କରିବା ପାଇଁ ପରସ୍ପର ସଦସ୍ୟ ଙ୍କ ଭିତରେ ଦାୟିତ୍ଵ ବଣ୍ଟନ କରାଯାଇ ଏହାକୁ ସୁଚାର ରୁପେ ସଂପାଦନ କରିଥିଲେ ।।
କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ A K N News


