*ଦଶହରା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଫାଇନାଲ ରେ ଉମରି ଦଳ*

ନବରଙ୍ଗପୁର( AKN NEWS):ନବରଙ୍ଗପୁର ଟାଉନ ଫୁଟବଲ୍ ଏକାଡେମୀ ଆନୁକୂଲ୍ୟରେ ସ୍ଥାନୀୟ କଲେଜ ଫୁଟବଲ୍ ପଡ଼ିଆରେ ଦଶହରା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ର ପ୍ରଥମ ସେମି ଫାଇନାଲ ଅନୁଷ୍ଠିତ ହୋଇଯାଇଛି। ଟୁର୍ଣ୍ଣାମେଣ୍ଟରେ ଅତିଥି ଭାବରେ ଜିଲ୍ଲା କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ, ଉପ ସଭାପତି ତରିକ ହସନ୍ ଖାନ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ରାଜ୍ୟ ଓକିଲ ସଂଘର ଉପ ସଭାପତି ନରସିଂହ ତ୍ରିପାଠୀ, ବୈଷ୍ୟ ସମାଜ ର ସଭାପତି ପି. ଭେଙ୍କଟ, ସମ୍ପାଦକ ଏନ. ଈଶ୍ୱର ରାଓ, ବାରିକ ସଂଘର ସଭାପତି ଏନ. ଗଣେଶ, ପରିବର୍ତ୍ତନ ଫାଉଣ୍ଡେସନ ର ସଭାପତି ନିନିବାବୁ ତ୍ରିପାଠୀ, ପ୍ରାକ୍ତନ ଫୁଟବଲ୍ ଖେଳାଳୀ ଶିବ ଶଙ୍କର ଗନ୍ତାୟତ, ସମାଜ ସେବୀ କୁମୁଦ ନାୟକ ପ୍ରମୁଖ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।
ଏକ ସଂଘର୍ଷ ପୂର୍ଣ୍ଣ ସେମିଫାଇନାଲ ମ୍ୟାଚ ରେ କୋରାପୁଟ ଜିଲ୍ଲାର ଉମରି ଦଳ ନବରଗପୂର କଲେଜ ଦଳକୁ ୧-୦ ଗୋଲରେ ପରାସ୍ତ କରି ଦଶହରା କପ୍ ଫାଇନାଲ କୁ ଉନ୍ନୀତ ହୋଇଛନ୍ତି। ସୂଚନା ଯୋଗ୍ୟ ଯେ ଏହି ଟୁର୍ଣ୍ଣାମେଣ୍ଟରେ ଅବିଭକ୍ତ କୋରାପୁଟ ଜିଲ୍ଲାର ମୋଟ ୧୬ ଗୋଟି ଦଳ ଅଂଶ ଗ୍ରହଣ କରିଛନ୍ତି। ଆଗାମୀ ୨୨ ତାରିଖ ସୋମବାର ଦିନ ପ୍ରଥମ ଥର ପାଇଁ ରାତ୍ରରେ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଅଶୋକ ପାତ୍ର କହିଛନ୍ତି। ଆଜିର ମ୍ୟାଚରେ ରେଫେରୀ ଭାବରେ ସଞ୍ଜୟ ଜେନା, ଲାଇନ୍ ରେଫେରି ଭାବରେ ବାବୁଲି ଖୋସଲା, ରଇଲା ଭତରା ପ୍ରମୁଖ ପରିଚାଳନା କରିଥିଲେ। ଉକ୍ତ ଫୁଟବଲ୍ ଖେଳ ଦେଖିବାକୁ ଆଖ ପାଖ ଅଞ୍ଚଳରୁ ଅନେକ ଦର୍ଶକ ଉପସ୍ଥିତ ଥିଲେ।
ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS


