ଓଡିଶା ଖବର

ଦିନକୁ ଦିନ ବଢ଼ିବାରେ ଲାଗିଛି ସମର୍ଥନ ,ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ସମର୍ଥନ କଲା ଗରିବସେନା ସଂଗଠନ

ଦିନକୁ ଦିନ ବଢ଼ିବାରେ ଲାଗିଛି ସମର୍ଥନ ,ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ସମର୍ଥନ କଲା ଗରିବସେନା ସଂଗଠନ

ନୂଆପଡ଼ା, (AKN NEWS) 27 4 2024 :ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ଵାଧୀନ ପ୍ରାର୍ଥୀ ଘାସିରାମ ମାଝିଙ୍କ ପ୍ରତି ଦିନକୁ ଦିନ ସମର୍ଥନ ବଢ଼ିବାରେ ଲାଗିଛି । ଆସନ୍ତା ସାଧାରଣ ନିର୍ବାଚନ ପାଇଁ ସ୍ବାଧୀନ ପ୍ରାର୍ଥୀ ଘାସିରାମଙ୍କୁ ଗରିବ ସେନା ସଂଗଠନ ଖୋଲାଖୋଲି ଭାବେ ସମର୍ଥନ କରିବାକୁ ଆଜି ଘୋଷଣା କରିଛି। ସ୍ଥାନୀୟ ଗୋଡ଼ଫୁଲା ବରଗଛ ପଡ଼ିଆରେ ଗରିବ ସେନା
ସଂଗଠନ ଜିଲ୍ଲା ସଭାପତି ରବି ମଙ୍ଗରାଜଙ୍କ ନେତୃତ୍ଵରେ ଶତାଧ‌ିକ ଯୁବକ ଏକତ୍ରିତ ହୋଇଥିଲେ। ଗତ ଏକ ବର୍ଷ ହେବ ଗରିବ ସେନା ସଂଗଠନ ନିର୍ବାଚନ ଲଢ଼ିବାକୁ ଯୋଜନା କରିଥିଲା। କିନ୍ତୁ ସଂଗଠନର ସଭାପତି ରବିଙ୍କ
ରାଜନୈତିକ ଗୁରୁ ଘାସିରାମ ସ୍ବାଧୀନ ପ୍ରାର୍ଥୀ ହେବାରୁ ଅଡୁଆରେ ପଡ଼ିଥିଲେ। ବର୍ତ୍ତମାନ ବିଜେଡି, ବିଜେପି ଓ କଂଗ୍ରେସ ଦଳରେ ଆର୍ଥିକ ସ୍ବଚ୍ଛଳ ତଥା ଅଭିଜ୍ଞ ନେତାମାନେ ନିର୍ବାଚନକୁ ଓହ୍ଲାଇଛନ୍ତି। ଏହି ହେଭିୱେଟ ଲଢ଼େରରେ ଗରିବ ସେନା ପ୍ରାର୍ଥୀ ଦେଲେ କେତେ ସଫଳ ହେବ ବୋଲି ସଂଗଠନର କାର୍ଯ୍ୟକର୍ତ୍ତା ବିଚାର ବିମର୍ଶ କରିଥିଲେ। ଶେଷରେ ସ୍ବାଧୀନ ପ୍ରାର୍ଥୀ ଘାସିରାମଙ୍କୁ ସମର୍ଥନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଅପରାହ୍ନରେ ଘାସିରାମଙ୍କୁ ଅଚାନକ ବୈଠକକୁ ନିମନ୍ତ୍ରଣ କରି ନିର୍ବାଚନରେ ସମର୍ଥନ ଜଣାଇବାକୁ
ଘୋଷଣା କରିଥିଲେ । ଏଥ‌ିରେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଶିଷ୍ୟ ରବିଙ୍କୁ କୋଳେଇ ନେଇ ଆତ୍ମବିଭୋର ହୋଇଥିଲେ। ଏଭଳି ଦୀର୍ଘ ୫ ବର୍ଷ ପରେ ଗୁରୁ ଓ ଶିଷ୍ୟଙ୍କ ମହାମିଳନ ହୋଇଥିଲା। ଏହାକୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଆଜି ଭାରତୀୟ ଗୋଣ୍ଡୱାନା ମହାସଭା କାର୍ଯ୍ୟକାରୀ ସଭାପତି ଖାମସିଂ ମାଝି, ରାଜ୍ୟ ଆଦିବାସୀ କଲ୍ୟାଣ ସଂଘ ସଭାପତି ବାଳକୃଷ୍ଣ
ଶବର, ସାଧାରଣ ସମ୍ପାଦକ ଭାନୁପ୍ରତାପସିଂ ମାଝି, ଖୋଲାରାଜ ଗୋଣ୍ଡ ସମାଜ ସଂଯୋଜକ ହୋମସିଂ ମାଝି, ସୁଧୀର ମିଶ୍ର ପ୍ରମୁଖ ସ୍ଵାଗତ କରିଥିଲେ । ଗତ ୨୦୧୪ରେ ରବି କଂଗ୍ରେସରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ୨୦୧୬ରେ ଗରିବସେନା ସଂଗଠନ ଆରମ୍ଭ କରି ଜିଲ୍ଲାରେ ହେଉଥ‌ିବା ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତିକୁ ବିରୋଧ
କରି ସ୍ବରତ୍ତୋଳନ କରିଥିଲେ। ୨୦୧୯ରେ କଂଗ୍ରେସ ଦଳରୁ ଦୂରେଇ ଯାଇ ସେ ଗରିବ ସେନା ସଂଗଠନକୁ ସୁସଂଗଠିତ କରିଥିଲେ । ଗତ ନୂଆପଡ଼ା ଏନଏସି ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ମହମ୍ମଦ ଆଦମଙ୍କ ପ୍ରଚାର ମଙ୍ଗଧରି ବିଜୟୀ କରିବାରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଆଗକୁ ସ୍ବାଧୀନ ପ୍ରାର୍ଥୀ ଘାସିରାମଙ୍କ ବିଜୟ ପାଇଁ ସଂଗଠନର ସବୁ ସଦସ୍ୟ ଜଣେଜଣେ ସିପାହୀ ଭଳି
କାମ କରିବୁ ବୋଲି ସଂଗଠନ ସଭାପତି ଶ୍ରୀ ମଙ୍ଗରାଜ କହିଛନ୍ତି। ସଂଗଠନର ହରୀ କୁଳଦୀପ, ଦୁସ୍ମନ୍ତ ଦୁରିଆ, ଗଦାଧର ମାଝି, ସୁବାସ ଆଡ଼ବଙ୍ଗ, ଖୁସି ଜଗତ, ଧର୍ମରାଜ ନାଗବଂଶୀ, ସୁଶାନ୍ତ ଜଗତ, ଲକ୍ଷ୍ମଣ ତାଣ୍ଡି, ବାଲେଶ୍ବର ସାହୁ, ସୁନ୍ଦର ଚିନ୍ଦା, ନାଥୁରାମ ମାଝି, ଏକାମ ଦୀପ, ନରୁ ପାଣ୍ଡେ, ଯୋଗେଶ୍ବର ପାଣ୍ଡେ,
ଘାସି ଦୀପ, ସାଗର କରୁଆଁ, ବିବେକାନ୍ତ କଟା, ନରେଶ ଯାଦବ ପ୍ରମୁଖ ଶତାତ୍ତ୍ଵିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!