ଓଡିଶା ଖବର

ବିଭାଗୀୟ ଅଧିକାରୀଙ୍କ ଅବହେଳା ପାଇଁ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ, ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗ

ବିଭାଗୀୟ ଅଧିକାରୀଙ୍କ ଅବହେଳା ପାଇଁ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ, ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗ

ନୂଆପଡ଼ା,(AKN NEWS) 27 4 2024: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କୋପିଆ ଠାରୁ ଝାକରଗୁଡା ପିଚୁରାସ୍ତା କାମ ଅନିୟମିତତା ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ଏହି ରାସ୍ତା ନୂତନ ଭାବେ କାମ ଚାଲିଥିବା ବେଳେ ବିଭାଗୀୟ ଅଧିକାରୀ ଙ୍କ ଅବହେଳା ପାଇଁ ଠିକାଦାର ଜଣକ ମନମୁଖୀ କରି ରାସ୍ତା ନିର୍ମାଣ ରେ ଅନିୟମିତତା କରୁଛି। ଯାହା ଫଳ ରେ ଖୁବ କମ ସମୟରେ ଏହି ରାସ୍ତା ଉପୁଡି ଯାଇ ଖାଲଖମା ହେବା ସହ ସମ୍ପୂର୍ଣ୍ଣ ଖରାପ ହୋଇଯିବ ବୋଲି ଲୋକେ ଅଭିଯୋଗ ପ୍ରକାଶ କରୁଛନ୍ତି। ସ୍ଥାନୀୟ ଲୋକେ ଅଭିଯୋଗ କଲାପରେ ବିଭାଗୀୟ ଜେଇ ତୁରନ୍ତ ଉକ୍ତ ସ୍ଥାନ କୁ ପହଞ୍ଚିଥିଲେ। ସେଠାରୁ ଅଭିଯୋଗକାରୀ ମାନେ ରାସ୍ତା କିଭଳି ନିର୍ମାଣ ହେଉଛି ବା କିଭଳି ଅନିୟମିତତା କରାଯାଉଛି ତାହାକୁ ନେଇ ତଦାରଖ କରିବାକୁ ଜେଇ ଙ୍କୁ କହିଥିଲେ।ଏବଂ ଜେଇ ଙ୍କୁ ଘେରିଯାଇ କାମର ତଦାରଖ ପାଇଁ ଏକ କିଲୋମିଟର ରୁ ଅଧିକ ଦୁର ଚଲାଇଥିଲେ। ସେଠାରୁ ବିଭାଗୀୟ ଜେଇ ପିଚୁରାସ୍ତା କାମ ରେ ଅନିୟମିତତା ହୋଇଥିବା ଯାଣିପାରିଥିଲେ। ଏବଂ ଉକ୍ତ ରାସ୍ତା କୁ ଭଲ ଭାବରେ କରାଯିବ ବୋଲି ଲୋକଙ୍କୁ ପ୍ରତିସ୍ରୁତି ଦେଇଥିବା ଜଣାପଡିଛି। ଏହି ରାସ୍ତା କାମରେ ବିଭାଗୀୟ ଅଧିକାରୀ କର୍ମଚାରୀ ଓ ଠିକାଦାର ଙ୍କ ସଲାସୁତୁରା ପାଇଁ ଏଭଳି ନିମ୍ନମାନର କାମ ହେଉଛି ବୋଲି ଲୋକେ ସନ୍ଦେହ ମନେ କରୁଛନ୍ତି।ପ୍ରାପ୍ତ ଖବର ଅନୁସାରେ ଏହି ରାସ୍ତା କାମ ଆରଡି ବିଭାଗୀୟ ର ହୋଇଥିବା ବେଳେ ସରକାର ଲକ୍ଷ୍ଯ ଲକ୍ଷ୍ଯ ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବିଭାଗୀୟ ସରକାରୀ ଅଧିକାରୀ କର୍ମଚାରୀ ଠିକାଦାର ମିଲିମିଶି ସରକାର ଙ୍କ ଟଙ୍କା ହରିଲୁଟ କରୁଥିବା ଲୋକେ ପ୍ରକାଶ କରୁଛନ୍ତି। ଏହି ରାସ୍ତା ନିର୍ମାଣ କାମରେ ନିର୍ମାଣ ସାମଗ୍ରୀ ଭଲ ଭାବେ ନଦେଇ କମ ପରିମାଣ ସାମଗ୍ରୀ ଦେଇ ଅନିୟମିତତା କରୁଛନ୍ତି। ଏନେଇ ବିଭାଗୀୟ ଉଚ୍ଚ ଅଧିକାରୀ ତୁରନ୍ତ ଦୁଷ୍ଟିଦେଇ ଉଚିତ୍ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହୋଇଥିବା ବେଳେ ଯଦି ଆଗାମୀ ଦିନରେ ଏହାର ଉଚିତ୍ ପଦକ୍ଷେପ ନନେଲେ ରାଜରାସ୍ତାକୁ ଉଲ୍ଲାଇବୁ ବୋଲି ସ୍ଥାନୀୟ ଜନପ୍ରତିନିଧି ଓ ଅଭିଯୋଗକାରୀ ଚେତାବନୀ ଦେଇଛନ୍ତି।

ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!