ଦିବାରାତ୍ର ଭଲିବଲ୍ ପ୍ରତିଯୋଗିତା।

(AKN NEWS): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବଡଧାରପୁର ଗ୍ରାମର ବଡଧାରପୁର ଯୁବକ ସଂଘ ର ୨୪ତମ ଭଲିବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଯାଇଅଛି। ଉକ୍ତ ପ୍ରତିଯୋଗିତା କୁ ଉଦ୍ଘାଟନ କରିଥିଲେ ବଡଧାରପୁର ର ସରପଞ୍ଚ ପର୍ଶୁରାମ ହରପାଲ, ପି ଏସ୍ ମେମ୍ବର ବିଜୟ ହରପାଲ ଓ ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ଯୁଗଳ କିଶୋର ରଥ। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ସମ୍ମାନୀତ ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି,ସମାଜସେବୀ ଚିତ୍ତରଂଜନ ମଣ୍ଡଳ , ଏବଂ ପଞ୍ଚମେନ୍ ସତ୍ୟପୀର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ଉକ୍ତ ପ୍ରତିଯୋଗିତା ରେ ୮ ଗୋଟି ଦଳ ଭାଗନେଇ ଥିବା ବେଳେ ଫାଇନାଲ ମ୍ୟାଚ୍ ରେ ତୁଣ୍ଡଳା ଦଳ ବିଜେତା ହୋଇଥିବା ବେଳେ ବଲାଙ୍ଗୀର ଦଳ ଉପବିଯେତାହୋଇଥିଲେ ।

କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ରାଜ୍ୟ ସ୍ତରୀୟ ରେଫ୍ରୀ ମଳୟ କୁମାର ବିଶ୍ବାଳ ,ଚନ୍ଦ୍ରମୋହନ ବିଶ୍ବାଳ , ଏବଂ ଉକ୍ତ ଉକ୍ତ ଅନୁଷ୍ଠାନ ର ନେପାଳ ଚନ୍ଦ୍ର ବିଶ୍ବାଳ , ତୁଷାର କାନ୍ତ ସା, ପ୍ରମୁଖ ସୁଚାରୁରୂପେ ଖେଳ ପରିଚାଳନା କରିଥିବା ବେଳେ ଫାଲଗୁନୀ ପ୍ରଧାନ କମେଣ୍ଟ୍ରି କରିଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ସ୍ଵେଚ୍ଛାସେବୀ ମିଲନ କୁମାର ଭୋଇ ଏବଂ ବଡ଼ଧାରପୁର ଯୁବକ ସଂଘର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
ବ୍ୟୁରୋ ରିପୋର୍ଟ AKN NEWS


