୨ ଲୋକସଭା ଓ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

୨ ଲୋକସଭା ଓ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
ଭୁବନେଶ୍ୱର(AKN NEWS): ରାଜ୍ୟ ରାଜନୀତି ରେ ଘଡିକେ ଘଡିଏ ରାଜନୀତି ପାଗ ବେଶ ସଗମ ହେବା କୁ ଲାଗିଛି l ରାଜନୀତି ପାଣିକେତେବେଳେ ଯେ କେଉଁ ପଟ କୁଗଡୁଛି ତା କହିବା ମୁସ୍କିଲ l ସୂଚନା ଯୋଗ୍ୟ ଯେ ଭାରତୀୟ ଜାତୀୟ କଂଗ୍ରେସ ରବିବାର ୨ଟି ଲୋକସଭା ଆସନ ଓ ୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । କଂଗ୍ରେସ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ପ୍ରାର୍ଥୀ ପରିବର୍ତ୍ତନ କରିଛି । ସେହିପରି ବାରପଦା ଓ ଖଣ୍ଡପଡ଼ା ବିଧାନସଭାରେ ମଧ୍ୟ ପ୍ରାର୍ଥୀ ପରିବର୍ତ୍ତନ କରିଛି ।
ଲୋକସଭା ନିର୍ବାଚନ ୨୦୨୪
ଆସନ | ପ୍ରାର୍ଥୀ | ନିର୍ବାଚନ ତାରିଖ
ତେବେ ପୂର୍ବରୁ ସମ୍ବଲପୁର ଆସନ ପାଇଁ ଦଳ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କ ନାମ ଘୋଷଣା କରିଥିବାବେଳେ, ଏବେ ତାଙ୍କୁ ବଦଳାଇ ନଗେନ୍ଦ୍ର ପ୍ରଧାନଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଛି । ସେହିପରି କଟକରୁ ଲୋକସଭା ପ୍ରାର୍ଥୀ ହେଇଛନ୍ତି ସୁରେଶ ମହାପାତ୍ର । ସେପଟେ ବାରିପଦା ବିଧାନସଭା ଆସନରେ ମଧ୍ୟ ପ୍ରାର୍ଥୀ ବଦଳାଇଛି କଂଗ୍ରେସ । ବାଦଲ ହେମ୍ବ୍ରମଙ୍କ ବଦଳରେ ପ୍ରମୋଦ କୁମାର ହେମ୍ବ୍ରମଙ୍କୁ ଦଳ ଟିକେଟ୍ ଦେଇଛି । ସେହିପରି ଖଣ୍ଡପଡାରେ ମନୋଜ କୁମାର ପ୍ରଧାନଙ୍କ ବଦଳରେ ଦଳ ବୈଜୟନ୍ତୀ ମହାନ୍ତିଙ୍କୁ ଦଳ ଟିକେଟ୍ ଦେଇଛି ।
ଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକ ଙ୍କ ରିପୋର୍ଟ AKN NEWS



