ଓଡିଶା ଖବର

ନବରଙ୍ଗପୁର ଜିଲ୍ଲାରେ ‘”ପି ଏମ କିସାନ ” ଯୋଜନା ରେ କୃଷକ ମାନଙ୍କୁ ୨୧ ତମ ସହାୟତା ପ୍ରଦାନ

 

ନବରଙ୍ଗପୁର(AKN NEWS): ଆଜି ତା ୧୯.୧୧.୨୦୨୫:ଦେଶର କୃଷକମାନଙ୍କ କଲ୍ୟାଣ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ‘ପିଏମ କିସାନ୍’ ଯୋଜନା ଅଧୀନରେ ୨୦୨୫-୨୬ ବର୍ଷ ପାଇଁ ୨୧ତମ ସହାୟତା ଅର୍ଥବିତରଣ କାର୍ଯ୍ୟକ୍ରମ ଆଜି ନବରଙ୍ଗପୁର ମିଶନ୍ ଶକ୍ତି ସମ୍ମିଳନୀ କକ୍ଷ ଏବଂ ଉମରକୋଟ କୃଷି ବିଜ୍ଞାନ କେନ୍ଦ୍ର ଠାରେ ସଫଳତାର ସହ ଆୟୋଜିତ ହୋଇଥିଲା। ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁର କୋଏମ୍ବାଟୁରରୁ ସିଧା ପ୍ରସାରଣ ଆଭାସି ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଜାତୀୟ ଉଦଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଗୌରୀ ଶଙ୍କର ମାଝି ଏବଂ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ତପନ କୁମାର ଖୁଣ୍ଟିଆ ଉପସ୍ଥିତ ହୋଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସେମାନେ କୃଷକମାନଙ୍କୁ ଶୁଭେଚ୍ଛା ଜଣାଇ, ପିଏମ-କିସାନ୍ ଯୋଜନା କୃଷକମାନଙ୍କ ଆର୍ଥିକ ସଶକ୍ତିକରଣରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଉଥିବା ବୋଲି ଉଲ୍ଲେଖ କରିଥିଲେ। ନବରଙ୍ଗପୁର, ନନ୍ଦାହାଣ୍ଡି ଓ ତେନ୍ତୁଳୀଖୁଣ୍ଟି ବ୍ଲକର ସର୍ବମୋଟ ୧୦୦ ଜଣ କୃଷକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସେଭଳି ଉମରକୋଟ କୃଷି ବିଜ୍ଞାନ କେନ୍ଦ୍ରରେ ଆୟୋଜିତ “ପି ଏମ କିସାନ୍ ” ସିଧା ପ୍ରସାରଣ କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ଲୋକସଭା ବଳଭଦ୍ର ମାଝି ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି କୃଷକ ମାନଙ୍କୁ ଏହି ଅର୍ଥ ସହାୟତା କୃଷିର ଉନ୍ନତିରେ ନିଶ୍ଚୟ ସହାୟକ ହେବ ବୋଲି କହିଥିଲେ। ମାନ୍ୟବର ସାଂସଦ ଙ୍କ ସମେତ କୁଞ୍ଜ ବିହାରୀ ଦାସ,ଶ୍ରୀମତୀ ବାସନ୍ତୀ ମାଝୀ,ରାମ ନାୟକ ଓ କୃଷି ଅଧିକାରୀ ଉପସ୍ଥିତ ଥିଲେ।ଜିଲ୍ଲାର ୧୦୪୦୯୩ ଜଣ କୃଷକ ଙ୍କ ଜମା ଖାତାକୁ ପ୍ରତ୍ୟେକ ୨୦୦୦ ଟଙ୍କା ହିସାବରେ ମୋଟ ୨୦ କୋଟି ୮୧ ଲକ୍ଷ ୮୬ ହଜାର ଟଙ୍କା ଆଜି ଜମା ହୋଇଛି।

ଏହି ଅର୍ଥ ସହାୟତା ପାଇବା ଫଳରେ ଜିଲ୍ଲାର କୃଷକମାନେ ନୂତନ ଉତ୍ସାହ, ଆଶା ଓ ଏକ ସୁନ୍ଦର କୃଷି ଭବିଷ୍ୟତ ପାଇଁ ପ୍ରେରଣା ସହିତ ଚାଷକାମରେ ଲାଗିପାରିବେ ବୋଲି ମତବ୍ୟକ୍ତ ହୋଇଛି।ମିଶନ ଶକ୍ତି ସମ୍ମିଳନୀ ଗୃହ ସିଧା ପ୍ରସାରଣ କାର୍ଯ୍ୟକ୍ରମ ରେ ଡି ଆଇ ପି ଆର୍ ଓ ମନୋଜ ବେହେରା, ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଚିନ୍ତାମଣି ବେହେରା,ସମସ୍ତ ବ୍ଲକ୍ କୃଷି ଅଧିକାରୀ, ସହକାରୀ କୃଷି ଅଧିକାରୀ ,କୃଷି ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ।

ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!