କହ୍ଲେଇ ପାଲି ହାଇ ସ୍କୁଲରେ ବନ ଓ ବାନ୍ୟ ପ୍ରାଣୀ ସୁରକ୍ଷା ଶୀର୍ଷକ ଆଲୋଚନା

କୁଚିଣ୍ଡା(AKN NEWS): , ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ସ୍ଥିତ ତ୍ରିଭୁବନ ସରକାରୀ ଉଚ୍ଚ ବିଦ୍ୟାଳୟ , କହ୍ଲେଇପାଲି ସ୍କୁଲ ପରିସରରେ ବନ ଓ ବନ୍ୟପ୍ରାଣୀ ସୁରକ୍ଷା ର ଆବଶ୍ୟକତା ଶୀର୍ଷକ ଆଲୋଚନା ଚକ୍ର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସ୍କୁଲ ର ପ୍ରଧାନଶିକ୍ଷକ ସୋଭାନେଟ୍ରି ରନ ବିଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆଲୋଚନା ସଭାରେ ବିଶିଷ୍ଟ ପରିବେଶବିତ୍ ଓ ସୁ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବୈଜ୍ଞାନିକ ଦୃଷ୍ଟି କୋଣରୁ ତଥା ପୌରାଣିକ କାହାଣୀରେ ବନ ଓ ବନ୍ୟପ୍ରାଣୀ ର ସୁରକ୍ଷା ର ଆବଶ୍ୟକତା କିପରି ରହିଛି , ତାହା ବୁଝାଇ ଥିଲେ । ଉଦ୍ୟାନ ବିତ ରବୀନ୍ଦ୍ର କୁମାର ଦାସ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଚାରା ରୋପଣ ର ପ୍ରଣାଳୀ ଓ ଜତ୍ନ ନେବାର ଆବଶ୍ୟକତା ଉପରେ କହିଥିଲେ ।ରାଜ୍ୟ ପୁରସ୍କୃତ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ତୁଳସୀ ମଞ୍ଜରୀ ବହିଦାର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।ନିକଟରେ ଆୟୋଜିତ ଜାତୀୟ ସ୍ତରୀୟ କର୍ମଶାଳାରେ ମହାମହିମ ରାଜ୍ୟପାଳ ଙ୍କ ହସ୍ତରୁ ପରିବେଶବିତ୍ ସୁବାସ ନାୟକ ପରିବେଶ ଯୋଦ୍ଧା ସମ୍ମାନ ଲାଭ କରିବା ଏବଂ ବନ୍ୟ ପ୍ରାଣୀ ସୁରକ୍ଷା ପାଇଁ ମୁଖ୍ୟ ମନ୍ତ୍ରୀ ପୁରସ୍କାର ପାଇ ଥିବାରୁ ସ୍କୁଲ ମାକ୍ଷରୁ ଶ୍ରୀ ନାୟକ ଙ୍କୁ ମାନପତ୍ର ଓ ଉତ୍ତରୀ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ମାନପତ୍ର ଟିକୁ ବରିଷ୍ଠ ଶିକ୍ଷକ ଦେବରାଜ ପ୍ରଧାନ ପାଠ କରିବା ସହ ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।ପ୍ରାରମ୍ଭରେ ସହକାରୀ ଶିକ୍ଷୟିତ୍ରୀ ମିଲି ପଟେଲ ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଛାତ୍ର,ଛାତ୍ରୀ ଓ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଜ ଜନ୍ମ ଦିନ ଓ ସ୍ଵତନ୍ତ୍ର ଦିବସ ଗୁଡିକରେ ଚାରା ରୋପଣ କରି ତାର ଯତ୍ନ ନେବାକୁ ହାତ ଉଠାଇ ଶପଥ କରିଥିଲେ ।ଏହା ପରେ ସମସ୍ତେ ଗୋଟିଏ ଲେଖାଏଁ ଫଳ ଚାରା ରୋପଣ କରିଥିଲେ ।ଏହି କାର୍ଯ୍ୟକ୍ରମ କୁ ଶିକ୍ଷୟିତ୍ରୀ କଳ୍ପନା ଧାନ,ସୂଚିତ ଏକ୍କା,ସଞ୍ଜୁ ମରେଇ, କବିତା ପଧାନ ସହଯୋଗ କରିଥିଲେ ।
ବ୍ୟୁରୋ ରିପୋର୍ଟ AKN NEWS


