ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ବୈପାରିଗୁଡ଼ା ୧୯/୧୧ (AKN NEWS): କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ସଦର ସରକାରୀ ମାଧ୍ୟମିକ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ଆୟୋଜିତ ହୋଇଥିବା ବିଜ୍ଞାନ ମେଳାରେ ବୈପାରିଗୁଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁକାନ୍ତ କାର୍ତ୍ତାମୀଙ୍କ ଅଧ୍ୟକ୍ଷତାରେ ଉଦ୍ଘାଟନ ହୋଇଥିଲା । ଆଜିର ଏହି ବିଜ୍ଞାନମେଳା କାର୍ଯ୍ୟ କ୍ରମରେ ବୈପାରିଗୁଡ଼ା ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ଲକ, ବୈପାରିଗୁଡ଼ା ଜୋନ ୧ ଜିଲ୍ଲା ପରିଷଦ ସଭ୍ୟ ରାଜେଶ୍ବର ମହୁରୀଆ, ଜୋନ ୨ ଜିଲ୍ଲା ପରିଷଦ ସଭ୍ୟା ମଣିଜାନି ସମିତି ସଭ୍ୟା ମଞ୍ଜୁଲତା ପଟ୍ଟନାୟକ, ରାଜ୍ୟ ଆଞ୍ଚଳିକ ସାଧାରଣ ସମ୍ପାଦକ ତ୍ରିନାଥ ହରିଜନ, ବ୍ଲକ ଶିକ୍ଷକ ସଙ୍ଘର ସଭାପତି ସୁରେନ୍ଦ୍ର ଖରା ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଆଜିର ବିଜ୍ଞାନ ମେଳା କାର୍ଯ୍ୟକ୍ରମରେ ବୈପାରିଗୁଡ଼ା ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ସମୁଦାୟ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ୭୮ ଟି ପ୍ରୋକଳ୍ପ ଆଣିଥିଲେ । ଛାତ୍ର ଛାତ୍ରୀମାନେ ଭାଗନେଇ ଆସିଥିବା ପ୍ରତ୍ୟେକ ପ୍ରୋକଳ୍ପ ଗୁଡ଼ିକ ବୁଲି ଅତିଥି ମାନେ ଦେଖି ପିଲାଙ୍କୁ ଉତ୍ସାହିତ କରିଥିଲେ ।
ଆଜିର ବିଜ୍ଞାନ ମେଳା କାର୍ଯ୍ୟକ୍ରମରେ ଚୟନ ପ୍ରକ୍ରିୟା ନିମନ୍ତେ ଜୟପୁର ବୈଶାସ୍କୁଲର ଦୁଇଜଣ ବିଜ୍ଞାନ ଶିକ୍ଷକ ଜର୍ଜ ଭାବେ ନିୟୋଜିତ ହୋଇଥିଲେ। ବର୍ଜ୍ୟବସ୍ତୁ ପରିଚାଳନା, ପରିବହନ ଓ ଯୋଗାଯୋଗ, ପ୍ରାକୃତିକ ବିପର୍ଯ୍ୟୟ ସମ୍ବଳ ପରିଚାଳନା, ସହଜ ଗଣିତ ନମୁନା, ସଛ ପାନୀୟ ଜଳ ଖାଦ୍ୟ ନିରାପତ୍ତା, କୃଷି ଉଦ୍ୟାନ, ଜଙ୍ଗଲ ସୁରକ୍ଷା, ବନ୍ୟଜନ୍ତୁ ସୁରକ୍ଷା, ବର୍ଷା ଜଳ ସଂରକ୍ଷଣ ବିଷୟକୁ ନେଇ ବିଭିନ୍ନ ପ୍ରକଳ୍ପ ଛାତ୍ର ଛାତ୍ରୀମାନେ ନେଇ ଆସିଥିବା ଦେଖିବାକୁ ମିଳିଥିଲା । ଆଜିର ଏହି ବ୍ଲକ ସ୍ତରୀୟ ବିଜ୍ଞାନ ମେଳାରେ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ ବିତରଣ କରାଯାଇଥିଲା । ଏଥି ମଧ୍ୟରୁ ଚୟନ କରାଯାଇ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ପଠାଯିବ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାର ସୂଚନା ଦେଇଛନ୍ତି ।ବୈପାରିଗୁଡ଼ା ସରକାରୀ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଚର୍ଚିଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ହୋଇଥିଲେ ।
ବୈପାରିଗୁଡ଼ା ରୁ ବିଜୟ ପାଙ୍ଗି ଙ୍କ ରିପୋର୍ଟ AKN NEWS


