ଓଡିଶା ଖବର

ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜରିଆରେ ଅଭିଭାବକଙ୍କୁ ସଚେତନ ବାର୍ତ୍ତା

ନବରଙ୍ଗପୁର (AKN NEWS): ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜରିଆରେ ସଚେତନ ବାର୍ତ୍ତା ୧୭୦୩ ଗୋଟି ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ରେ ଦ୍ୱିତୀୟ ଅଭିଭାବକ ଶିକ୍ଷକ/ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା/ ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଜିଲ୍ଲା ର ୧,୪୪, ୪୯୪ ଜଣ ଅଭିଭାବକ ଅଂଶଗ୍ରହଣ କରିଥିଲେ। ଏହି ବୈଠକ ରେ ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ମାନଙ୍କ ନିରାପତ୍ତା ବ୍ୟବସ୍ଥା, ଅନଲାଇନ ସୁରକ୍ଷା ଓ ସାଇବର ସଚେତନତା, ସ୍ୱଚ୍ଛତା ପକ୍ଷ ପାଳନ, ସୁରଭି-୨୦୨୪, ବିଦ୍ୟାଳୟ ରେ ୟୁଥ୍ ଏବଂ ଇକୋ କ୍ଲବ ଗଠନ, ବେଟି ବଚାଓ: ବେଟି ପଢ଼ାଓ , କୈଶୋରି ଛାତ୍ରୀମାନଙ୍କ ପାଇଁ ଇନସିନେରେଟର ଓ ଭେଣ୍ଡିଂ ମେସିନ୍ ର ବ୍ୟବସ୍ଥା, ଅଭିଭାବକ ମାନଙ୍କଠାରୁ ବିଦ୍ୟାଳୟ ଶିକ୍ଷାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଗଠନମୂଳକ ପ୍ରସ୍ତାବ ବିଷୟ ରେ ଆଲୋଚନା କରା ଯାଇଥିଲା।

ଏହା ବ୍ୟତୀତ ଛାତ୍ରଛାତ୍ରୀ ବୟସ ଅନୁଯାୟୀ ଉପୟକ୍ତ ଶ୍ରେଣୀରେ ନାମଲେଖାଇବା ଓ ନିୟମିତ ଭାବରେ ଶିକ୍ଷାସମାପ୍ତିକୁ ସୁନିଶ୍ଚିତ କରିବା ପାଇଁ ଆଲୋଚନା ହୋଇଥିଲା। ନିୟମିତ ବିଦ୍ୟାଳୟ ଆସୁନଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅଭିଭାବକ ମାନଙ୍କ ଦାୟିତ୍ଵ ଉପରେ ଆଲୋକପାତ କରାଯାଇଥିଲା। ସରକାର ଙ୍କ ବିଭିନ୍ୟ ଯୋଜନା ଯଥା ଛାତ୍ରବୃତ୍ତି, ସାଇକେଲ ଯୋଜନା ଏବଂ ଅନ୍ୟାନ୍ୟ ଯୋଜନା ର ସଫଳ ରୂପାୟନ ସମସ୍ତ ଙ୍କ ଅବଦାନ ନେଇ ବିସ୍ତୃତ ଆଲୋଚନା କରାଗଲା। ଜିଲ୍ଲା ଶିକ୍ଷା ଅଧିକାରୀ, ନବରଙ୍ଗପୁର ଙ୍କ ମାର୍ଗଦର୍ଶନ ଏବଂ ଜିଲ୍ଲା ଅନୁସୂଚିତ ଜାତି ଏବଂ ଜନଜାତି ସଂଯୋଜକ ଙ୍କ ତତ୍ତ୍ଵାବଧାନରେ ଏହି ବୈଠକ ସମସ୍ତ ସ୍କୁଲ ରେ ସୁଚାରୁ ରୁପେ ସମ୍ପାଦିତ ହୋଇଯାଇଅଛି। ପିରାମଲ ଫାଉଣ୍ଡେସନ ର ପ୍ରତିନିଧି ମାନେ ଏହି ପ୍ରକ୍ରିୟା ରେ ଅଂଶଗ୍ରହଣ କରିଥିଲେ।

ନବରଙ୍ଗପୁର ରୁ ସଞ୍ଜୀବ ଖୁରାଙ୍କ ରିପୋର୍ଟ AKN NEWS

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!