ଓଡିଶା ଖବର

କଳାହାଣ୍ଡି ଜିଲ୍ଲା ଅମଲା ସଂଘର ବୈଠକ ଅନୁଷ୍ଠିତ 

ଭବାନୀପାଟଣା,୧୧/୮(AKN NEWS): ଓଡ଼ିଶା ଅମଲା ସଂଘ କଳାହାଣ୍ଡି ଜିଲ୍ଲା ଶାଖାର ଏକ ସାଧାରଣ ବୈଠକ ଜିଲ୍ଲା ସଭାପତି ସୁକାନ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଅମଲା ଭବନ ସଭାଗୃହରେ ଆୟୋଜିତ ହୋଇଯାଇଛି l ଏଥିରେ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ଶତାଧିକ ଅମଲା ଯୋଗଦାନ କରିଥିଲେ l ନୂତନ ଭାବେ ନିଯୁକ୍ତି ପାଇଥିବା ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ୬୦ରୁ ଅଧିକ କନିଷ୍ଠ ସହାୟକ ଲମାନଙ୍କୁ ଆନୁଷ୍ଠାନିକ ଭାବରେ ସ୍ବାଗତ କରାଯାଇଥିଲା l ଅମଲା ମାନଙ୍କ ଏକ ମାତ୍ର ଦାବି ନିଯୁକ୍ତି ପ୍ରବେଶରେ ଲେଭେଲ୍ -୯ ଦାବିକୁ ଆଜିଯାଏଁ ସରକାର ପୂରଣ କରି ନ ଥିବାରୁ ସମସ୍ତେ ପୂର୍ବ ସରକାରଙ୍କୁ ସମାଲୋଚନା କରିଥିଲେ l ଆଗାମୀ ଦିନରେ ସଂଘକୁ ଆହୁରି ସଂଗଠିତ କରି ଦାବିଗୁଡ଼ିକୁ ହାସଲ କରିବା ପାଇଁ ଯୋଜନାକୁ କ୍ରିୟାନିତ କରିବା ପାଇଁ ସମସ୍ତ ବକ୍ତା ମତ ପ୍ରକାଶ କରି ଥିଲେ l ଗତ ୧୫ମାର୍ଚ୍ଚରେ ପ୍ରକାଶିତ କ୍ୟାଡ଼ର ପୁନର୍ଗଠନ ସମ୍ବନ୍ଧୀୟ ସରକାରୀ ବିଜ୍ଞପ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ସମସ୍ତେ ମତ ରଖିଥିଲେ। ସଂଘର ଉପଦେଷ୍ଟା ରୂପକେଶରୀ ଦଳେଇ ସଂଘର ଆଭିମୁଖ୍ୟ ବିଷରେ ସମସ୍ତଙ୍କୁ ଅବଗତ କରି ଥିଲେ l ସଂଘର ଜିଲ୍ଲା ସଂପାଦକ ଜିତେନ୍ଦ୍ର କୁମାର ମୁଣ୍ଡ ସ୍ବାଗତ ଭାଷଣ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ରାଜ୍ଯ ଉପସଭାପତି ରତ୍ନାକର ଧଙ୍ଗଡlମାଝି ଓ ଟଙ୍କଧର ସାହୁ, ପୂର୍ବତନ ଜିଲ୍ଲା ସଭାପତି କେଦାରନାଥ ସେଠୀ, ଉପଦେଷ୍ଟା ଅଭିମନ୍ୟୁ ମହାନନ୍ଦ, କୋଷାଧ୍ୟକ୍ଷ ମନୋରଞ୍ଜନ ଛତ୍ରପାଲ ମଞ୍ଚାସୀନ ଥିଲେ l ବିଶ୍ଵନାଥ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ l

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!