ଓଡିଶା ଖବର

ନିର୍ବାଚନୀ ପ୍ରଚାରରେ ଶିଶୁ ।ଆଦର୍ଶ ଆଚରଣ ବିଧି ଉଲଘଂନ ଅଭିଯୋଗ। 

କଣ୍ଟାବାଞ୍ଜି, ୦୭/୦୪, (AKN NEWS): ସବୁ ଦଳର ସଭାପତିଙ୍କୁ ନିର୍ବାଚନ ଅଧିକାରୀଙ୍କ କଡ଼ା ଚିଠି ପରେ ମଧ୍ୟ ନିର୍ବାଚନରେ ଶିଶୁଙ୍କୁ ସାମିଲ କରାଯାଉଛି । କଣ୍ଟାବାଞ୍ଜି ରେ ନିର୍ବାଚନୀ ରେଳୀରେ ଏକ ନିର୍ଦିଷ୍ଟ ଦଳ ତରଫରୁ ଶିଶୁ ମାନଙ୍କୁ ସାମିଲ କରି ପ୍ରଚଣ୍ଡ ଖରା ରେ ୱାର୍ଡ ରୁ ୱାର୍ଡ ପ୍ରଚାର କରାଯାଉଛି । ନିର୍ବାଚନ ଆୟୋଗ ର ଆଦେଶ କୁ ଅବମାନନା କରି ଚାଲିଛି ପ୍ରଚାର ।

ନିର୍ବାଚନ ସଂପର୍କିତ କୌଣସି ପ୍ରକାର କାର୍ଯ୍ୟକଳାପରେ ଶିଶୁଙ୍କୁ ନିୟୋଜିତ କରାଯାଇ ପାରିବ ନାହିଁ । ଏ ସଂକ୍ରାନ୍ତରେ ବିଭିନ୍ନ ଦଳ ପକ୍ଷରୁ ଲମ୍ବା ଅଭିଯୋଗ ଫର୍ଦ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ହସ୍ତଗତ ହୋଇଛି । ଆଗାମୀ ଦିନରେ ଏଭଳି କୌଣସି ଦୃଷ୍ଟାନ୍ତ ଆସିଲେ ଏହାକୁ ଗୁରୁତର ସହ ଗ୍ରହଣ କରାଯିବ। ଆଦର୍ଶ ନିର୍ବାଚନ ନିର୍ବାଚନ ଆଚରଣବିଧି ନିୟମ ଅନୁଯାୟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ମୁଖ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଥିଲେ । କୌଣସି ରାଜନୈତିକ ଦଳ କିମ୍ବା ପ୍ରାର୍ଥୀଙ୍କ ଦ୍ବାରା ଶିଶୁଙ୍କୁ ନିଯୋଜିତ କରିବା ଉପରେ ଭାରତ ନିର୍ବାଚନ ଆୟୋଗ ନିଷେଧାଦେଶ ଜାରି କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶିଶୁଙ୍କୁ କୌଣସି ନିର୍ବାଚନ ସମ୍ପର୍କିତ କାର୍ଯ୍ୟକଳାପରେ ନିୟୋଜିତ ନକରିବା ପାଇଁ ଏବଂ ଭାରତ ନିର୍ବାଚନ ଆୟୋଗଙ୍କ ନିୟମାବଳୀ ମାନିବାକୁ ରାଜ୍ୟର ସମସ୍ତ ସ୍ୱୀକୃତିପ୍ରାପ୍ତ ଜାତୀୟ ଏବଂ ରାଜ୍ୟସ୍ତରୀୟ ରାଜନୈତିକ ଦଳ, ସ୍ବୀକୃତିପ୍ରାପ୍ତ ଅଣପଞ୍ଜିକୃତ ରାଜନୈତିକ ଦଳର ସଭାପତି/ସମ୍ପାଦକଙ୍କୁ ଅବଗତ କରାଯାଇଛି। ସମସ୍ତ ରାଜନୈତିକ ଦଳ/ ପ୍ରାର୍ଥୀ/ ନିର୍ବାଚନ ପ୍ରତିନିଧ୍ ନିର୍ବାଚନ ସମଯରେ ନ୍ୟାସନାଲ କମିସନ୍ ଫର ପ୍ରୋଟେକସନ୍ ଅଫ୍ ଚାଇଲ୍ଡ ରାଇଟ୍ (ଏନ୍‌ସିପିସିଆର୍) ର ପ୍ରଚଳିତ ନିୟମ ମାନିବେ । ଏତଦ୍‌ବ୍ୟତୀତ କାଖରେ ଶିଶୁ ଧରିବା, ଗାଡ଼ିରେ ଶିଶୁ ନେବା ଓ ଶିଶୁଙ୍କୁ ନିର୍ବାଚନ ପ୍ରଚାର/ ଶୋଭାଯାତ୍ରା ଇତ୍ୟାଦିରେ ବ୍ୟବହାର କରିବା ନିୟମାବଳୀର ଉଲ୍ଲଙ୍ଘନ ବୋଲି ଧରାଯିବ ।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!