ଅନନ୍ୟ
Trending

ନିର୍ବାଚନ ପୂର୍ବରୁ ବ୍ରିଜ ନିର୍ମାଣ ନହେଲେ ଭୋଟ ବର୍ଜନ ଚେତାବନୀ*

ନୂଆପଡ଼ା,(AKN NEWS) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର କେନ୍ଦୁମୁଣ୍ଡା ଗ୍ରାମ ପଞ୍ଚାୟତର ଧୁଙ୍ଗିଆମୁଣ୍ଡା ଗ୍ରାମର କଲୋନୀ ପଡ଼ା ରେ ରହନ୍ତି ବାଇଶି ପରିବାର ୧୫୦ଜଣ। ପଡ଼ା ର ଦୁଃଖ ହେଲା ଝରିଆ ନାଲା। ଏହି ନାଳ ପାଇଁ ପଡ଼ାବାସୀ ଅକଥନୀୟ ଯନ୍ତ୍ରଣା ଭୋଗନ୍ତି। ନାଳ ଚିର ସ୍ରୋତ ପାଣି ବୋହୁଥାଏ। ବର୍ଷା ଦିନରେ ପାଣିର ସ୍ରୋତ ବଢିଯାଏ। ଲୋକେ ଆଉ ଯିବା ଆସିବା କରି ପାରନ୍ତି ନାହିଁ। ଲୋକେ ରୋଗରେ ପଡିଲେ କିବା ପ୍ରସବ ଯନ୍ତ୍ରଣା ଭୋଗିଲେ ଦୋଳା ବାନ୍ଧି ପାର କରିବାକୁ ପଡେ ଓ ନାଳ ସେ ପାରିରୁ ଆମ୍ବୁଲାନ୍ସ କିବା ଅନ୍ୟ ଯାନରେ ଡାକ୍ତରଖାନା ନେବାକୁ ପଡେ। ପଡ଼ା ରେ ଅଙ୍ଗନୱାଡି କେନ୍ଦ୍ର ନାହିଁ କି ବିଦ୍ୟାଳୟ ନାହିଁ। ପୁଅ ଝିଅ ଧୁଙ୍ଗିଆ ମୁଣ୍ଡା କିବା ଅନ୍ୟ ଗାଁ କୁ ପଢିବାକୁ ଯାଆନ୍ତି। କିନ୍ତୁ ସେମାନଙ୍କ ପାଇଁ ବାଧକ ସାଜେ ଝରିଆ ନାଲା। ବ୍ରିଜ ନିର୍ମାଣ ପାଇଁ ସେମାନଙ୍କ ଦାବି କେହି ଶୁଣୁ ନାହାନ୍ତି ଫଳରେ ପଡ଼ାବାସି ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ବର୍ଷା ଦିନରେ ପ୍ରାୟ ତିନି ମାସ ପର୍ଯ୍ୟନ୍ତ ପଢିବାକୁ ସେମାନେ ଯାଇ ପାରନ୍ତି ନାହିଁ ବୋଲି ଅଭିଯୋଗ କରନ୍ତି ଲୋକେ।ଏହି ସବୁ ମାସରେ ପିଡ଼ିଏସ ଚାଉଳ ଆଣିବାକୁ ବିଲ ହିଡରେ ଚାରି କିଲୋମିଟର ବୁଲିକି ଯିବାକୁ ପଡ଼େ। ନାଳ ରେ ପୋଲ ନିର୍ମାଣ ପାଇଁ ଅନେକ ଥର ଦାବି ହେଲାଣି। ଅନେକ ରାଜନେତା ଓ ପ୍ରଶାସକ ଆସି କି ପ୍ରତିଶ୍ରୁତି ଦେଇକି ଯାଇଛନ୍ତି। ଜଗନ୍ନାନ

ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!