ଓଡିଶା ଖବର

ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ସାବିତ୍ରୀ ଅମାବାସ୍ୟା ପାଳନ ନେଇ ସ୍ବତନ୍ତ୍ର ବଜାର, ଜଙ୍ଗଳ ଜାତ ଦ୍ରବ୍ୟ ଚାହିଦା ବୃଦ୍ଧି

ନୂଆପଡା(AKN NEWS): ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ସାବିତ୍ରୀ ଅମାବାସ୍ୟା ପାଳନ ନେଇ ସ୍ବତନ୍ତ୍ର ବଜାର ବ୍ୟବସ୍ଥା ରହିଅଛି। ଜଙ୍ଗଳ ଜାତ ଦ୍ରବ୍ୟ ଚାହିଦା ବୃଦ୍ଧି ହେଉଥିବା ବେଳେ ଏହି ବ୍ରତ ବିଶେଷ ରୂପେ ଜଙ୍ଗଳ ରେ ପାଳିତ ହୋଇଥିବା ପୌରାଣିଆକ ବିଶ୍ଵାସ ରହିଅଛି। ସାବିତ୍ରୀ ଏବଂ ସତ୍ୟବାନ ଉଭୟ ସ୍ବାମୀ ସ୍ତ୍ରୀ ଜଙ୍ଗଳ କୁ ଯାଇଥିବା ବେଳେ ସତ୍ୟବାନ ଙ୍କ ସ୍ବାସ୍ଥ୍ୟ ସମସ୍ୟା ହୋଇଥିଲା। ସାବିତ୍ରୀ ବ୍ରତ କରି ନିଜ ସ୍ବାମୀ ଙ୍କ ଦୀର୍ଘାୟୁ କାମନା କରି ତାଙ୍କ ଜୀବନ ଫେରି ପାଇଥିଲେ। ସେହି ଦିନ ଠାରୁ ଏହି ବ୍ରତ ନିଜ ସ୍ବାମୀ ର ଦୀର୍ଘାୟୁ କାମନା ପାଇଁ ମହିଳା ମାନେ ପାଳନ୍ କରିଆସୁଛନ୍ତି। ଆଜି ଏହି ସାବିତ୍ରୀ ବ୍ରତ ପାଇଁ ବଜାର ରେ ଜଙ୍ଗଳ ଜାତ ଦ୍ରବ୍ୟ ଚାହିଦା ବ୍ୟାପକ ରହିଅଛି। ୨୨ ପ୍ରକାର ଜଙ୍ଗଳ ଦ୍ରବ୍ୟ ବିକ୍ରି ହେଉଥିବା ବେଳେ ଫଳ ମୂଳ ବିକ୍ରି ହେଉଅଛି ବଜାର ରେ ବର୍ତ୍ତମାନ ହାଇବ୍ରିଡ ଫଳ ର ବ୍ୟାପକ ବିକ୍ରି ଦେଖିବାକୁ ମିଳିଛି।

ଓମ ପ୍ରକାଶ ଚୌଧୁରୀଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!