ଓଡିଶା ଖବର

ମୁନମୁନ ଙ୍କ ଜୀବନ ରେ ପିତା ମାତାଙ୍କ ସୌଭାଗ୍ୟ ଅର୍ଜନ, ନୂତନ ପରିଚୟ, ନୂତନ ନାମକରଣ, ଭବିଷ୍ୟତ ଉଜ୍ଜ୍ବଳମୟ କାମନା

ମୁନମୁନ ଙ୍କ ଜୀବନ ରେ ପିତା ମାତାଙ୍କ ସୌଭାଗ୍ୟ ଅର୍ଜନ, ନୂତନ ପରିଚୟ, ନୂତନ ନାମକରଣ, ଭବିଷ୍ୟତ ଉଜ୍ଜ୍ବଳମୟ କାମନା

ନୂଆପଡା ( AKN NEWS):୦୫.୦୬. ମୁନମୁନ ଏକ ଅନାଥ ଝିଅ। ଜୀବନ ରେ ପିତା ମାତାଙ୍କ ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କର ନୂତନ ପରିଚୟ ସୃଷ୍ଟି ହୋଇଥିବା ବେଳେ ନୂତନ ନାମକରଣ ମଧ୍ୟ ହୋଇଅଛି। ଆଜି କଳାହାଣ୍ଡି ଠାରେ ତାଙ୍କ ଜୀବନରେ ଅମୂଲ୍ୟ ଆଶା ଓ ଆକାଂକ୍ଷା ପୂରଣ ହୋଇଅଛି। ଭବିଷ୍ୟତ ଉଜ୍ଜ୍ବଳମୟ କାମନା କରିଛନ୍ତି ଅବିଭକ୍ତ କଳାହାଣ୍ଡି ଜିଲ୍ଲା । ମୁନମୁନ ଙ୍କ ପିତା ରୂପେ ଅଶୋକ ରାମସ୍ଵମୀ, ସ୍ତ୍ରୀ ଶ୍ରିଲେଖା ଚେନେଇ ର ନିବାସୀ ହୋଇଥିବା ବେଳେ ଦୀର୍ଘ ୧୬ ବର୍ଷ ରୁ ଦୁବାଇ ରେ କାର୍ଯ୍ୟରତ। ସା (ସ୍ବତନ୍ତ୍ର ପୋଷ୍ୟ ଏଜେନ୍ସି) ନେହେରୁ ସେବା ସଂଘ କଳାହାଣ୍ଡି ଦ୍ବାରା ଏହି ପୋଷ୍ୟତା ପ୍ରଦାନ କରିଥିବା ବେଳେ ନୂଆପଡ଼ା ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଡ଼.ଫଣିନ୍ଦମ୍ ଦେଓ ଯୋଗ ଦେଇ ଶିଶୁଙ୍କୁ ତାଙ୍କ ନୂତନ ପରିବାର ଙ୍କୁ ହସ୍ତାନ୍ତର କରିଛନ୍ତି । (ମୁନମୁନ) ନୂତନ ନାମକରଣ ହୋଇଥିବା ବେଳେ ଆଜିଠୁ (ମୁନମୁନ) ଆଦ୍ୟା ଅଶୋକ ନାମ ରେ ପରିଚିତ ହେବେ। କଳାହାଣ୍ଡି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଲେନ୍ଦୁ ମହାପାତ୍ର, ସା ସମ୍ପାଦକ ସରୋଜିନୀ ଦାସ ସିଡବ୍ଲୁସି ସଦସ୍ୟ ସଂଜୟ , ନୂଆପଡ଼ା ସିଡବ୍ଲୁସି ସଦସ୍ୟା ଅହଲ୍ୟା ଯୋଗ ଦେଇଥିଲେ।ଅଶୋକ ରାମସ୍ଵମୀ, ସ୍ତ୍ରୀ ଶ୍ରିଲେଖା ବିବାହ ଦିନ ଗୋଟି ସନ୍ତାନ ଜନ୍ମ କରି ଅନଟି ପୋଷ୍ୟ ନେବାକୁ ନିଷ୍ପତ୍ତି ନେଇଥିଲେ ।

ଓମ ପ୍ରକାଶ ଚୌଧୁରୀ ରିପୋର୍ଟ ଏକେଏନ୍ ନ୍ଯୁଜ। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!