ଓଡିଶା ଖବର

ସଂସ୍କୃତି ପରମ୍ପରା କୁ ନେଇ ପାଳନ ହେବ ପଦ୍ମପୁର ସ୍ବପ୍ନେଶ୍ବର ବାବା ଶୀତଳଷଷ୍ଠୀ ଉତ୍ସବ

ସଂସ୍କୃତି ପରମ୍ପରା କୁ ନେଇ ପାଳନ ହେବ ପଦ୍ମପୁର ସ୍ବପ୍ନେଶ୍ବର ବାବା ଶୀତଳଷଷ୍ଠୀ ଉତ୍ସବ —

ତା 06/06/24
ସ୍ଥାନ ବରଗଡ
ରିପୋର୍ଟ ରଜନୀକାନ୍ତ ସାହୁ

ବରଗଡ଼/ପଦ୍ମପୁର – ବରଗଡ ଜିଲ୍ଲା ପଦ୍ମପୁର କଟାବନ୍ଧ ନିକଟସ୍ଥ ସ୍ୱପ୍ନେଶ୍ୱର ବାବା ମହାଦେବ ମନ୍ଦିର ଶୀତଳଷଷ୍ଠୀ ଉତ୍ସବ ପାଳନ କମିଟି ତରଫରୁ ୨ୟ ଶୀତଳଷଷ୍ଠୀ ଉତ୍ସବ ପାଳନ କୁ ନେଇ ବୁଧବାର ସନ୍ଧ୍ୟାରେ କଟାବନ୍ଧ ସ୍ୱପ୍ନେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ଶୀତଳଷଷ୍ଠୀ ଉତ୍ସବ ପାଳନ କମିଟି ତରଫରୁ ସଭାପତି ପ୍ରିତମ ମେହେର ଙ୍କ ସଭାପତିତ୍ବରେ ଆୟୋଜିତ ଖବରଧାତା ସମ୍ମୀଳନୀ ଅନୁଷ୍ଠିତ ହୋଇ ଚୂଡାନ୍ତ ପ୍ରସ୍ତୁତି, ପୂଜାର୍ଚ୍ଚନା ବିଧି ଓ ବିଭିନ୍ନ କାର୍ଯ୍ୟକ୍ରମ ର ସୂଚନା ପ୍ରଦାନ କରାଯାଇଛି। ଶୀତଳଷଷ୍ଠୀ କମିଟି ର ସଂପାଦକ ବିଜୟ କୁମାର ସାହୁ ମହୋତ୍ସବ ସଂପର୍କରେ ସୂଚନା ପ୍ରଦାନ କରି ଥିଲେ ।ମହୋତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି ।ଆସନ୍ତା ୭ ତାରିଖ ଶୁକ୍ରିବାର ଦିନ ବିଧି ଓ ପରମ୍ପରା ଅନୁସାରେ ଜଗତ ଜନନୀ ମାତା ପାର୍ବତୀ ଙ୍କ କନ୍ୟା ମାତା ପିତା ଙ୍କ ଗୃହକୁ ଯିବାର କାର୍ଯ୍ୟକ୍ରମ ଥିବା ବେଳେ ଆସନ୍ତା ୮ ତାରିଖ ଶନିବାର ଦିନ ସପ୍ତରୁଷି ଙ୍କ ସହ କନ୍ୟା ମାତା ପିତା ଙ୍କ ଘରେ ପତର ପେଣ୍ଡି ଉତ୍ସବ ୯ ତାରିଖ ରବିବାର ଦିନ ମାତା ପାର୍ବତୀ ଙ୍କ ର ଅଳଙ୍କାର ଧାରଣ ଉତ୍ସବ ଥିବା ବେଳେ ୧୦ ତାରିଖ ରବିବାର ଦିନ ମନ୍ଦିର ପ୍ରାଙ୍ଗଣ ରେ ବାବା ସ୍ଵପ୍ନେଶ୍ଵର ମହାଦେବ ଙ୍କର ରୁଦ୍ରାଭିଷେକ ହରିଦ୍ରାବାସ ପରେ ସନ୍ଧ୍ୟା ସମୟରେ ସଂକୀର୍ତନ୍ୟ, କର୍ମା, ସମ୍ପର୍ଦା, ଘଣ୍ଟାବାଦ୍ୟ, ଦୁଲ ଦୁଲି ସହ ବ୍ରାହ୍ମଣ ଙ୍କ ଶୁଭ ମଙ୍ଗଳ ମନ୍ତ୍ର ଉଚ୍ଚାରଣ ରେ କନ୍ୟା ମାତା ପିତା ଙ୍କ ଘର ଅଭିମୁଖେ ବରଯାତ୍ରୀ ଯାଇ ବିବାହ ପାଣିଗ୍ରାହଣ ର କାର୍ଯ୍ୟକ୍ରମ ରହିଛି। ତେବେ ମଙ୍ଗଳବାର ୧୧ ତାରିଖ ଦିନ କନ୍ୟା ମାତା ପିତା ଙ୍କ ଘରେ ମହାଉତ୍ସବ ଏବଂ ଉଭୟ ବାବା ଶିବ ଶଙ୍କର ଏବଂ ମାତା ପାର୍ବତୀ ଙ୍କର ଯୁଗଳ ମୁରତି ଦର୍ଶନ ର କାର୍ଯ୍ୟକ୍ରମ ରହିଛି। ତେବେ ସେହିପରି ବୁଧବାର ଦିନ ୧୨ ତାରିଖରେ ଯୁଗଳ ମୂରତି ଙ୍କର ଭବ୍ୟ ନଗର ପରୀକ୍ରମ ସହ ମନ୍ଦିର ଫେରିବାର କାର୍ଯ୍ୟକ୍ରମ ରହିଥିବା କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦିଆଯାଇଛି। ଏହା ସହ ତିନି ଦିନ ଧରି ମନ୍ଦିର ପ୍ରାଙ୍ଗଣରେ ଶିବ ପୁରାଣ ପାଠ ର କାର୍ଯ୍ୟକ୍ରମ ମାନ ରହିଛି । ଏ ବର୍ଷ କନ୍ୟା ପିତା ମାତା ଭାବରେ ଅଶୋକ କୁମାର ଦାନୀ ଓ ମନସ୍ୱନି ଦାନୀ ଓ ବର ପିତା ମାତା ଭାବରେ ଯୋଗେଶ କୁମାର ସାହୁ ଓ ସୁନିତା ସାହୁ କର୍ତ୍ତା ଦାଇତ୍ଵ ତୁଲାଇବେ । କମିଟିର ଉପ ସଭାପତି ଶେଷ ଦେବ ମେହେର ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିବା ବେଳେ ସ୍ଵପ୍ନେଶ୍ଵର ମହାଦେବ ବାବା ମନ୍ଦିର ର ପୂଜକ ଟଙ୍କଧର ମହାପାତ୍ର କମିଟିର ଆବାହକ ସନ୍ତୋଷ କୁମାର ମହାନ୍ତି, କିଶୋର କୁମାର ଦାନୀ, ଦିଲୀପ ବାରିକ, ପୂର୍ଣଚନ୍ଦ୍ର ପାଣିଗ୍ରାହୀ,ଗୋରାଚନ ବାଗ,ଅରୁଣ କୁମାର ଦାନୀ, ଭାସ୍କର ମହାନ୍ତି, ଶୈଳେଶ ଚନ୍ଦ୍ର ମହାନ୍ତି, ଭୂପେଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ବରଗଡ ଜିଲ୍ଲା ଗାଇସିଲେଟ ରୁ ରଜନୀକାନ୍ତ ସାହୁ ଙ୍କ ରିପୋର୍ଟ akn ନ୍ୟୁଜ l

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!