ଓଡିଶା ଖବର

ବିଷାକ୍ତ କମୁଡ଼ାରେ ଯୁବକ ମୃତ୍ୟୁ

ବିଷାକ୍ତ କମୁଡ଼ାରେ ଯୁବକ ମୃତ୍ୟୁ

ବୈପାରିଗୁଡ଼ା ୫/୬ ବୈପାରିଗୁଡ଼ା ଅଞ୍ଚଳରେ ସାପ କାମୁଡ଼ାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ଯୁବକ ଜଣକ ବୈପାରିଗୁଡ଼ା ବ୍ଲକ ଅଧିନସ୍ଥ ବାଲିଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜୁରିଆ ଗୁଡ଼ା ଗ୍ରାମର ଧନପତି ସାନ୍ତା ବୟସ (୧୮) ବୋଲି ଜଣାପଡ଼ିଛି। ସୂଚନା ମୁତାବକ ବୈପାରିଗୁଡ଼ା ବ୍ଲକ ଅଧିନସ୍ଥ ବାଲିଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜୁରିଆ ଗୁଡ଼ା ଗ୍ରାମର ଧନପତି ସାନ୍ତା ଗତକାଲି ରାତିରେ ଖାଇ ସାରି ବାପା ଓ ଭାଇଙ୍କ ଶୋଇଥିବା ବେଳେ ଗୋଟିଏ ବିଷାକ୍ତ ସାପ ସୋଇଥିବା ଜାଗାରେ ଆସି ଧନପତିଙ୍କୁ କାମୁଡ଼ି ଦେଇଥିଲା। ସାପ କାମୁଡ଼ିବା ଜାଗାରେ ବିଷାକ୍ତ ଜଳା ପଡ଼ା ହେବା ପରେ ଧନପତି ଉଠି ବିଷାକ୍ତ ସାପ ଦେଖିବାକୁ ପାଇଥିଲା। ଧନପତି ସାପକୁ ଦେଖି ସାପ କାମୁଡ଼ିଥିବା ନେଇ ପରିବାର ଲୋକଙ୍କୁ ଜଣେଇଥିଲା। ପରିବାର ଲୋକେ ଧାନପତିଙ୍କୁ ସାପ କାମୁଡ଼ି ଥିବା ଜାଣି ତୁରନ୍ତ ବାଲିଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ନେଇଥିଲେ। ବାଲିଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବୈପାରିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ଥାନାନ୍ତର କରାଯାଇଥିଲା। ତେବେ ବୈପାରିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଣି ଚିକିତ୍ସା କରିବା ସମୟରେ ଧନପତିଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ଘଟଣାର ବିଷୟକୁ ନେଇ ରାମଗିରି ପାଣ୍ଠି ଏ ଏସ ଆଇ ବଳରାମ ହିକକାଙ୍କୁ ପରିବାର ଲୋକେ ଜଣେଇ ଥିଲେ। ଖବର ପାଇ ଏସ ଆଇ ବଳରାମ ହିକକା ଘଟଣାସ୍ଥଳରେ ପହଞ୍ଚି ଧନପତିର ମୃତ୍ୟୁ ଶରୀରକୁ ଜବତ କରିଥିଲେ। ଏବଂ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିବା ନେଇ ରାମଗିରି ପାଣ୍ଠି ଏସ ଆଇ ବଳରାମ ହିକକା ସୂଚନା ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!