ପଞ୍ଚମ କଳାହାଣ୍ଡି ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଚଳିତ ମାସ ୨୭ ଓ ୨୮ ତାରିଖରେ ଅନୁଷ୍ଠିତ

(AKN NEWS): ପଞ୍ଚମ କଳାହାଣ୍ଡି ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଚଳିତ ମାସ ୨୭ ଓ ୨୮ ତାରିଖରେ ଅନୁଷ୍ଠିତ କରାଯିବ ବୋଲି କଳାହାଣ୍ଡି ବ୍ୟାଡମିଣ୍ଟନ ଆସୋସିଆସନର ସାଧାରଣ ବୈଠକରେ ନିର୍ଦ୍ଧାରିତ ହୋଇଅଛି।ପ୍ରକାଶ ଥାଉ କି ଯେ ଗତକାଲି ସଭାପତି ପ୍ରଦୀପ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବ୍ୟାଡମିଣ୍ଟନ ସଂଘର ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଅଛି।ଉକ୍ତ ସଭାରେ ରେ ସଂଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।ଚଳିତ ଚମ୍ପିୟାନଶିପ ରେ କନିଷ୍ଠ ବିଭାଗ ଠାରୁ ଆରମ୍ଭକରି ଭେଟେରାନ ବିଭାଗରେ ଏକକ, ଯୁଗଳ ଓ ମିଶ୍ରିତ ଯୁଗଳ ପ୍ରତିଯୋଗିତା ଅନୁଷ୍ଠିତ ହେବ।ଯୋଗ୍ୟ ବିବେଚିତ ଖେଳାଳି ଆଗକୁ ରାଜ୍ୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ରେ ଭାଗ ନେବେ ବୋଲି ସଂଘ ତରଫରୁ ପ୍ରକାଶ କରାଯାଇଥିଲା।ଶେଷରେ ଜିଲ୍ଲାରେ କିଭଳି ଭଲ ଖେଳାଳି ବାହାରିବେ ତାନେଇ ଆଗକୁ ଜିଲ୍ଲା ପ୍ରଶାସନର ସାହାଯ୍ୟ ନେଇ ଭବାନୀପାଟଣା, ଜୁନାଗଡ, ଧର୍ମଗଡ, କେସିଙ୍ଗା, ନର୍ଲା ଓ ମଦନପୁର ରାମପୁରରେ କୋଚିଂ ପ୍ରତି ଧ୍ୟାନ ଦିଆଯିବ ବୋଲି ସଭାପତି ମତପୋଷଣ କରିଥିଲେ।
ବ୍ୟୁରୋ ରିପୋର୍ଟ AKN NEWS


