ଓଡିଶା ଖବର

ଭବାନୀପାଟଣା ସ୍ଥିତ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ରଡିଗ୍ରୀ କ୍ୟାମ୍ପସ ଆନୁକୂଲ୍ୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି

ଭବାନୀପାଟଣା ସ୍ଥିତ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ରଡିଗ୍ରୀ କ୍ୟାମ୍ପସ ଆନୁକୂଲ୍ୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି

ଭବାନୀପାଟଣା:ଭବାନୀପାଟଣା ସ୍ଥିତ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ର ଡିଗ୍ରୀ କ୍ୟାମ୍ପସ ଆନୁକୂଲ୍ୟରେ ୟୁଥ୍ ରେଡ୍‌କ୍ରସ୍ ଓ ଏନ.ଏସ.ଏସ ୟୁନିଟର ଛାତ୍ର ଛାତ୍ରୀଙ୍କ ଦ୍ଵାରା ବନ ମହୋତ୍ସବ ପାଳିତ ହୋଇଯାଇଛି । ସରସ୍ଵତୀ ଇନଷ୍ଟିଚ୍ୟୁଟ ଅଫ ଆଇ .ଟି.ଏଣ୍ଡ୍ ମ୍ୟାନେଜ୍‌ମେଣ୍ଟ୍ ଅଧ୍ୟକ୍ଷ ଡ଼. ସୁଦିପ୍ତ ଜେନାଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥ୍‌ ଭାବେ ବିକାଶ ଗ୍ରୁପ୍ ଅଫ ଇନଷ୍ଟିଚ୍ୟୁସନ୍ ଭବାନୀପାଟଣାର ନିର୍ଦ୍ଦେଶକ ଡ଼ି. ରାମ କୁମାର ଏବଂ ବିକାଶ ଅନୁଷ୍ଠାନର ପରିଚାଳନା କମିଟି ସଦସ୍ୟା ଡ଼ି. ପଦ୍ମିନୀ ପ୍ରମୁଖ ପ୍ରମୁଖ ମଞ୍ଚାସୀନ ରହି ମାର୍ଗ ଦର୍ଶନ ଦେଇଥିଲେ । ସଭା ଅନୁଷ୍ଠିତ ହେବା ପରେ ପ୍ରଥମେ ଅତିଥ୍‌ ବୃନ୍ଦଙ୍କ କର କମଳରେ ବୃକ୍ଷ ରୋପଣ କାର୍ଯ୍ୟ ଆରମ୍ଭ ହୋଇଥିଲା।ଏହି ବନ ମହୋତ୍ସବ କାର୍ଯ୍ୟକ୍ରମ ଡିଗ୍ରୀ କ୍ୟାମ୍ପସ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥି ସହିତ ଅନୁଷ୍ଠାନର ବିଜ୍ଞାନ ବିଭାଗ ଅଧ୍ୟକ୍ଷ୍ୟ ଡ଼. ଆଦିତ୍ୟ ପଟ୍ଟନାୟକ,ନର୍ସିଂ ମହାବିଦ୍ୟାଳୟର ଅଧ୍ୟକ୍ଷା କେ.ଜୟଶ୍ରୀ ଏବଂ ଡିଗ୍ରୀ ମହାବିଦ୍ୟାଳୟର ଷ୍ଟାଫ ଅଭିଜିତ ପଟଯୋଶୀ,ଲିପିକା ନାଏକ, ଆୟୁଶି ଭୋଇ,ଶେଫାଳୀ ଯୋଶୀ,ମନ୍ ଥନ୍ ସାହୁ,ପୂଜା ରାଣୀ ମିଶ୍ର,ରାମ ଚନ୍ଦ୍ର ସାହୁ,ସଂକଳ୍ପ ସାଗର ତାଣ୍ଡି ,ଜ୍ଞାନ ରଞ୍ଜନ ମିଶ୍ର ପ୍ରମୁଖଙ୍କ ତତ୍ତ୍ବାବଧନରେ କଲେଜର ଛାତ୍ରଛାତ୍ରୀ ଚାରା ରୋପଣ କରିଥିଲେ। ବିକାଶ ଗ୍ରୁପ୍ ଅଫ ଇନଷ୍ଟିଚ୍ୟୁସନ୍ ଭବାନୀପାଟଣାର ନିର୍ଦ୍ଦେଶକ ଡ଼ି. ରାମ କୁମାର ଗଛ ଆମର ବନ୍ଧୁ ଏହାକୁ ଆମ ପରିବାର ସଦସ୍ୟ ଭଳି ଏଣୁ ଏହାର ଯନ୍ତ୍ର ନେବା ଉଚିତ୍ ବୋଲି କହିଥିଲେ ଏବଂ ଅଧ୍ଯକ୍ଷ ମାଟି ମା ପାଇଁ ଗୋଟିଏ ଗଛ ଲଗାଇବା ଆମର କର୍ତ୍ତବ୍ୟ ବୋଲି ଉଦ‌ବୋଧନ ଦେଇଥିଲେ।

ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ଯୁଜ

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!