ଯୁବ ରେଡକ୍ରସ ଶାଖା ପକ୍ଷରୁ ବନ ମହୋତ୍ସବ ପାଳିତ

(AKN NEWS): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବଡ ଚେରଗାଁ ସ୍ଥିତ ଭଗବାନ ସାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଯୁବ ରେଡକ୍ରସ ଶାଖା ପକ୍ଷରୁ ବନ ମହୋତ୍ସବ ପାଲିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ କିଶୋରଚନ୍ଦ୍ର ଶତପଥିଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ କେଗାଁ ବନରକ୍ଷକ ଗୋପାଳ ଚନ୍ଦ୍ର ସିପକା, ମୁଖ୍ୟ ବକ୍ତା ଭାବେ ଆମ ଜଙ୍ଗଲ ଯୋଜନା ଅଧିକାରି ମଧୁକର ପଟେଲ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ବୃକ୍ଷ ର ଆବଶ୍ୟକତା ଓ ଉପକାରିତା ଉପରେ ବାର୍ତ୍ତା ପ୍ରଦାନ କରିଥିଲେ l
ଏହି ଅବସରରେ ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ l ଅଧ୍ୟକ୍ଷ ଶ୍ରୀଯୁକ୍ତ ନିରାକାର ମାହାର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଯୁବ ରେଡକ୍ରସ ପରାମର୍ଶ ଦାତା ଶ୍ରୀଯୁକ୍ତ ମଣ୍ଟୁ ରଣା ଧନ୍ୟବାଦ ଅର୍ପଣ କରିଥିଲେ l ସମସ୍ତ ଅଧ୍ୟାପକ,ଅଧ୍ୟାପିକା, କର୍ମଚାରୀ ଓ ସଦସ୍ୟ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ପ୍ରମୂଖ ସହଯୋଗ କରିଥିଲେ l
ବ୍ୟୁରୋ ରିପୋର୍ଟ AKN NEWS


