ଓଡିଶା ଖବର

ପଞ୍ଚମ ଶ୍ରେଣୀ ଛାତ୍ର କୁ କାମୁଡ଼ିଲା କୁକୁର

ପଞ୍ଚମ ଶ୍ରେଣୀ ଛାତ୍ର କୁ କାମୁଡ଼ିଲା କୁକୁର

ଧର୍ମଗଡ଼,(ଏକେଏନ୍ ନ୍ୟୁଜ୍ ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରାଗୁଡା ପ୍ରାଥମିକ ବିଦ୍ୟାଳୟ ରେ ଗୁରୁବାର ଜଣେ ୫ମ ଶ୍ରେଣୀ ଛାତ୍ରକୁ କୁକୁର କାମୁଡିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ମଧ୍ୟାହ୍ନ ଭୋଜନ ପରେ ବେହେରାଗୁଡା ଗ୍ରାମର ଆର୍ଯ୍ୟନ ଗାନ୍ଧୀ(୧୦) ନାମକ ପଞ୍ଚମ ଶ୍ରେଣୀ ର ଛାତ୍ର ବିଦ୍ୟାଳୟ ପରିସରରେ ଖେଳୁଥିବା ବେଳେ ଏକ କୁକୁର ଛୁଆ କାମୁଡି ଦେଇଥିଲା । ଛାତ୍ର ର ଅଭିଭାବକ ତୁରନ୍ତ ଧର୍ମଗଡ଼ ଡାକ୍ତରଖାନା ନେଇ ଚିକିତ୍ସିତ କରାଇଥିଲେ । ଏ ନେଇ ଛାତ୍ର ର ଅଭିଭାବକ ଧର୍ମଗଡ଼ ଶିକ୍ଷା ଅଧିକାରୀ ଙ୍କୁ ଶିକ୍ଷକ ମାନଙ୍କ ଦାୟିତ୍ବହୀନତା ଯୋଗୁ ଏପରି ଘଟଣା ହୋଇଥିବା ଅଭିଯୋଗ କରିଛନ୍ତି । ଶିକ୍ଷକ ମାନେ କୁକୁର କାମୁଡ଼ିଲାପରେ ମଧ୍ୟ ଅଭିଭାବକ ଙ୍କୁ ଜଣାଇ ନଥିବା ତଥା କୌଣସି ପ୍ରାଥମିକ ଚିକିତ୍ସା ମଧ୍ୟ କରାଇ ନଥିବା ଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି । ବିଦ୍ୟାଳୟ ରେ ୧୦ ଜଣ ଶିକ୍ଷକ ଥାଇ ,ବାଡ଼ ଭିତରେ କୁକୁର ପଶି ଛାତ୍ରକୁ କୁକୁର କାମୁଡ଼ିବା ନିଶ୍ଚିତ ଭାବରେ ପ୍ରଧାନ ଶିକ୍ଷକ ବିଦ୍ୟାଳୟ ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏନେଇ ସିଆରସିସି ଧରଣୀ ଟୋଲଟିଆ ଙ୍କୁ ପଚାରିବାରୁ ଶିକ୍ଷା ବିଭାଗ ଏହି ଘଟଣା କୁ ଗୁରୁତର ସହ ନେଇ ଏହାର ତଦନ୍ତ ଚଳାଇଛି ବୋଲି ପ୍ରକାଶ କରିଥିଲେ ।

ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ୟୁଜ୍। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!