ଓଡିଶା ଖବର

କଳାହାଣ୍ଡି ବିଶ୍ବବିଦ୍ୟାଳୟର ପ୍ରେରଣାଦାୟୀ ବକ୍ତୃତାମାଳା “ଉତିଷ୍ଠତ”ରେ କୋଭିଡ ପରବର୍ତ୍ତୀ ଜୀବନ।

କଳାହାଣ୍ଡି ବିଶ୍ବବିଦ୍ୟାଳୟର ପ୍ରେରଣାଦାୟୀ ବକ୍ତୃତାମାଳା "ଉତିଷ୍ଠତ"ରେ କୋଭିଡ ପରବର୍ତ୍ତୀ ଜୀବନ।

କଳାହାଣ୍ଡି ବିଶ୍ବବିଦ୍ୟାଳୟର ପ୍ରେରଣାଦାୟୀ ବକ୍ତୃତାମାଳା “ଉତିଷ୍ଠତ”ରେ କୋଭିଡ ପରବର୍ତ୍ତୀ ଜୀବନ।
ଭବାନୀପାଟଣା,(AKN NEWS) ତା-୧୦/୧୧/୨୩:
କଳାହାଣ୍ଡି ବିଶ୍ବବିଦ୍ୟାଳୟର ପ୍ରତି ଶୁକ୍ରବାରରେ ଆୟୋଜିତ  ପ୍ରେରଣଦାୟୀ ବକୃତାମାଳା “ଉତିଷ୍ଠତ”ର ୧୩୧ତମ ଅଧ୍ୟାୟରେ “କୋଭିଡ ପରପର୍ତ୍ତୀ ଜୀବନ” ଉପରେ ଆଲୋଚନା ହୋଇଯାଇଛି। କୁଳପତି କର୍ଣ୍ଣେଲ ଡ.ସଂଜୟ କୁମାର ଶତପଥୀ ସଭାପତିତ୍ୱରେ ବକୃତାମାଳାର ଏହି ସଂସ୍କରଣରେ ନିମନ୍ତ୍ରିତ ବକ୍ତାଭାବେ ବିଶିଷ୍ଟ ସମାଲୋଚକ ପ୍ରଫେସର କାଳିଦାସ ମିଶ୍ର କୋଭିଡ ପରବର୍ତ୍ତୀ ଜୀବନ ବିଷୟରେ  ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ। କୋଭିଡ ସମୟ ଥିଲା ଆଶା,ଆଶଙ୍କାର ଜୀବନ।କୋଭିଡ ପରବର୍ତ୍ତୀ ଜୀବନ ଏକ ବିଧିର ବିଧାନ ଥିଲା। ଏହା ପୂର୍ବରୁ ସଂଙ୍କେତ ମିଲିଥିଲା। ପ୍ରକୃତି ଉପରେ ଚାପ ଯୋଗୁ ପ୍ରକୃତିର ପରିଶୋଧ କୋଭିଡ ନୁହେଁ ତ ବୋଲି ଅନେକ କହୁଥିଲେ। ଏବେ ଜୀବନ ଧାରରେ ଲାଗିଲେ ମଧ୍ୟ ଅନେକ ପରିବାର ବେ ସାହାରା ଓ ଅସହାୟ ଅବସ୍ଥାରେ ରହିଛନ୍ତି। କୋଭିଡ ଆମକୁ ଅନେକ ବର୍ଷ ପଛକୁ ନେଇଯାଇଛି। ଆଉ ପୂର୍ବ ଅବସ୍ଥା ଫେରି ପାଇବା ପାଇଁ ଆହୁରି କିଛି ବର୍ଷ ଲାଗି ଯାଇପାରେ।ଏଣୁ ଜୀବନକୁ ବଞ୍ଚିବା ପାଇଁ କାହା ଉପରେ ଚାପ ନପକାଇ ସମସ୍ତଙ୍କୁ ସ୍ବାଧୀନତା ଦେଇ ବଞ୍ଚିବା ଶ୍ରେୟସ୍କର ହେବ।
ବିଶ୍ବବିଦ୍ୟାଳୟର ରେଜଷ୍ଟାର ପିତାମ୍ବର ଭୋଇ ଆଲୋଚ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ ଓ ଲିପ୍ସା ମହାରଣା ସ୍ବାଗତ ସଂଗୀତ ଗାନ କରିଥିଲେ।  ସହକାରୀ ପ୍ରଫେସର ଡୋଳାମଣି ଧରୁଆ ନିମନ୍ତ୍ରିତ ବକ୍ତାଙ୍କ ପରିଚୟ ପ୍ରଦାନ କରିଥିଲେ।ଉତିଷ୍ଠତର ଆବାହକ  ମେଜର ଡ. ଜୟଦେବ ସାହୁଙ୍କ  ଆବାହକତ୍ୱକରେ  ସମ୍ବଲପୁର ବିଶ୍ବବିଦ୍ୟାଳୟର ଓଡିଆ ବିଭାଗର ମୂଖ୍ୟ ଡ.ଗୋପିନାଥ ବାଗ  ଏହି ବ୍ୟାଖାନମାଳାର ସଂଯୋଜନା କରିଥିଳାବେଳେ  ସୁଶ୍ରୀ ବନ୍ଦନା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।।ଉତିଷ୍ଠତର ଏହି ଆଭାସୀ ପ୍ରେରଣାଦାୟୀ ବକୃତା ମାଳାରେ  ଅନେକ ଲେଖକ,କବି, ବୁଦ୍ଧିଜିବୀ, ବିଶ୍ୱବିଦ୍ୟାଳୟର ପ୍ରଫେସର, ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ।

ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ୟୁଜ୍। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!