ଓଡିଶା ଖବର

ପାଠକ ବହିମନସ୍କ ହୁଅନ୍ତୁ ୨୮ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳା ଉଦଘାଟିତ

  1. (AKN NEWS): ସମାଜ ରେ ହିତ , ଏକ ଶୃଙ୍ଖଳିତ ସମାଜ ଓ ସଂସ୍କୃତିମୟ ପରିବାର ପାଇଁ,ସାହିତ୍ୟ ସ୍ବର ଉଠାଇବା ଆଜିର ଆବଶ୍ୟକତା ବୋଲି କହିଛନ୍ତି ବିଶିଷ୍ଟ ଗୀତିକାର, ପ୍ରାବନ୍ଧିକ, ଗାଳ୍ପିକ ତଥା ଶ୍ରୀମନ୍ଦିର ର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ।ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଲା ପ୍ରଶାସନ ଓ ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି ର ମିଳିତ ସହଯୋଗ ରେ ପବିତ୍ର ଶରଧାବାଲି ରେ ୨୮ତମ ପୁସ୍ତକ ମେଳା କୁ ଉଦଘାଟନ କରିବା ଅବସରରେ ଶ୍ରୀଦାସ,ଏକ ଶୃଙ୍ଖଳିତ ଓ ବିକଶିତ ଭାରତବର୍ଷ ପାଇଁ ସାହିତ୍ୟ, ସାଧାରଣ ମଣିଷ ର କଥା କହୁ ବୋଲି ଆହ୍ୱାନ ଦେଇଥିଲେ।ମେଳା କମିଟି ଅଧ୍ୟକ୍ଷ ଭାଷାବିତ୍ ଡଃ କୈଳାଶ ଚନ୍ଦ୍ର ଟିକାୟତରାୟଙ୍କ‌‌‌ ସଭାପତିତ୍ବରେ ଅନୁଷ୍ଠିତ ଏହି ଉଦଘାଟନ ଉତ୍ସବ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ମୁଖ୍ୟବକ୍ତା , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଓ ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଅତିଥି ଭାବେ ଯୋଗଦେଇ,ଏକ ଧର୍ମିୟ ଜାଗରଣ ପାଇଁ, ଭାଇଚାରା ପାଇଁ ବିଶେଷତଃ ଉତ୍କଳୀୟ ସଂସ୍କୃତି ଓ ଭାଷା-ସାହିତ୍ୟ ର ସୁରକ୍ଷା ପାଇଁ ସାହିତ୍ୟିକମାନେ କଲମ ଧରନ୍ତୁ ବୋଲି ନିବେଦନ ରଖିଥିଲେ। ସଂପାଦକ ଚକ୍ରଧର ମହାପାତ୍ରଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି ସଭାରେ ଶ୍ରୀମହାପାତ୍ର, ପୁରୀ ର ସାମଗ୍ରିକ ବିକାଶ ରେ ପୁସ୍ତକ ମେଳା ର ୨୭ବର୍ଷର ଅବଦାନ ସଂପର୍କ ରେ ସଂପାଦକୀୟ ଅଭିବ୍ୟକ୍ତି ପ୍ରକାଶ କରିଥିଲେ। କାର୍ଯ୍ୟକାରୀ ସଭାପତି ଅନାମ ଚନ୍ଦ୍ର ସାହୁ ବହିମେଳା ର ସଫଳତା ସଂପର୍କ ରେ ଅଭିଭାଷଣ ଦେଇଥିବା ବେଳେ, ମିଡ଼ିଆ ସଂପାଦକ ଵଦ୍ରି ମିଶ୍ରଙ୍କ ସଂଯୋଜନାରେ ଵହିମେଳା ର ସ୍ମରଣିକା ବହିବିଚିତ୍ରା ସମେତ ଔପନ୍ୟାସିକା ସୁମିତା ବେହେରାଙ୍କ ଉପନ୍ୟାସ ମଧୁମତୀ, ଶ୍ରୀକାନ୍ତ ମହାନ୍ତି ଙ୍କ ଅମୃତ ଅନୁଭବ, ସ୍ବର୍ଣ୍ଣଲତା ମହାରଣାଙ୍କ ଗୀତିକବିତା ସ୍ବର୍ଣ୍ଣପ୍ରଭା, ଜ୍ୟୋର୍ତିବିଦ୍ ଅନାମ ସାହୁଙ୍କ ଜ୍ଞାନବିଜ୍ଞାନ ବାର୍ତ୍ତା ଓ ପ୍ରବନ୍ଧ ବିଚିତ୍ରା କୁ ଅତିଥିମାନେ ଉନ୍ମୋଚନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଉପସଭାପତି ଜଟାଧାରୀ ମିଶ୍ର, ରାଜକିଶୋର ମିଶ୍ର ଓ ସଂଗଠନ ସଂପାଦକ ପ୍ରସନ୍ନ କୁମାର ମିଶ୍ର ମଞ୍ଚାସୀନ ଥିବା ବେଳେ, କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ବୀରେନ୍ଦ୍ର ମହାନ୍ତି,ବିପିନ୍ ଦଳାଇ, ,ସୁକାନ୍ତ ପଣ୍ଡା, ସ୍ବାଧୀନ ପଣ୍ଡା, ଶ୍ରୀକାନ୍ତ ମହାନ୍ତି,ସୁନୀଲ ରଥ, ଗୀତାଞ୍ଜଳୀ ପଣ୍ଡା, ଭବାନୀ ବଳିୟାରସିଂହ। ପ୍ରାରମ୍ଭରେ ଓଡ଼ିଶା ସଂଗୀତ ପରିଷଦ ପକ୍ଷରୁ ସରସ୍ବତୀ ବନ୍ଦନା ପରିବେଷଣ କରିଥିଲେ।ଏହି ମେଳାରେ ଚଳିତବର୍ଷ ୬୨ଜଣ ପ୍ରକାଶନ ସଂସ୍ଥା ସହ ୧୫୦ଟି ଷ୍ଟଲ ହୋଇଛି। ପୁରୀ ଜିଲ୍ଲା ର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ପୁରୀ ର ସାହିତ୍ୟପ୍ରେମୀ ଜନସାଧାରଣ, ଏଗାର ଦିନ ବ୍ୟାପି ଚାଲୁଥିବା ଏହି ମେଳାରେ ଯୋଗଦେବାକୁ ସଂପାଦକ ଚକ୍ରଧର ମହାପାତ୍ର ଓ ମିଡ଼ିଆ ସଂପାଦକ ଵଦ୍ରି ମିଶ୍ର ନିବେଦନ କରିଛନ୍ତି।

ପୁରୀ ରୁ ରଞ୍ଜନ ଦାସ ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!