ଓଡିଶା ଖବର

ପୁଣି ଆଳୁ ଟେନସନ୍, କିଲୋ ପିଛା ୧୦ ଟଙ୍କା ବଢିଲା ଦର

 

ଭୁବନେଶ୍ଵର:(AKN NEWS): ପୁଣି ବଢିଲା ଆଳୁ ଦର । ଟଙ୍କେ କି ଦୁଇ ଟଙ୍କା ନୁହେଁ କିଲୋ ପ୍ରତି ଏକାଥରେ ୧୦ ଟଙ୍କା ବୃଦ୍ଧି ପାଇଛି ଆଳୁ ଦର । ଯାହାକୁ ନେଇ ଏବେ ଚିନ୍ତାରେ ପଡିଛନ୍ତି ଖାଉଟି । ୪ଦିନ ପୂର୍ବରୁ ୪୦କେଜି ଆଳୁ ପ୍ୟାକେଟ ଦର ୮ଶହ ଟଙ୍କା ଥିବା ବେଳେ ଏବେ ସେହି ଆଳୁ ପ୍ୟାକେଟ ଦର ୧୨ଶହ ଟଙ୍କାରେ ପହଞ୍ଚିଛି। ଏହାର ପ୍ରଭାବରେ ଖୁଚୁରା ବେପାରୀ ପୂର୍ବରୁ ଆଳୁ କେଜି ୩୦ ଟଙ୍କାରେ ବିକ୍ରି କରୁଥିବା ବେଳେ ଏବେ ୪୦ ଟଙ୍କାରେ ବିକ୍ରି କରୁଛନ୍ତି ।ତେବେ ଆଳୁ ଦର ବୃଦ୍ଧିକୁ ନେଇ ଗତ ୬ମାସ ହେଲା ରାଜ୍ୟ ରାଜନୀତି ସରଗରମ ହେଉଥିବା ବେଳେ ଶାସକ ଦଳ ଏବଂ ବିରୋଧୀ ପରସ୍ପରକୁ ସମାଲୋଚନା କରୁଛନ୍ତି। ହେଲେ ଏହାର ଉପକାର ସାଧାରଣ ଲୋକଙ୍କୁ ମିଳୁନାହିଁ। ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ଆଳୁ କିଲୋ ୨୦ଟଙ୍କାରେ ବିକ୍ରି କରାଯାଉଥିଲା। କିନ୍ତୁ ସାଧାରଣ ନିର୍ବାଚନ ପରେ ହଠାତ ବଜାରରେ ଆଳୁ ସଙ୍କଟ ଦେଖାଦେବାରୁ କେଜି ୫୦ରୁ ୬୦ଟଙ୍କା ଛୁଇଁଥିଲା। ଏଭଳି ପରିସ୍ଥିତି ସ୍ବାଭାବିକ କରିବାକୁ ଉତ୍ତରପ୍ରଦେଶରୁ ଆଳୁ ଆମଦାନୀ କରିଥିଲେ। ତଥାପି ରାଜ୍ୟରେ ଆଳୁ ଦର ନିୟନ୍ତ୍ରଣକୁ ଆସିପାରିଲା ନାହିଁ। ବର୍ତ୍ତମାନ ସ୍ଥିତି ହେଉଛି ଓଡ଼ିଶାକୁ ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରୁ ଆଳୁ ଆସୁଛି। ହେଲେ ପରିବହନ ଖର୍ଚ୍ଚ ଅଦିକ ପଡୁଥିବାରୁ ଦର ବୃଦ୍ଧି ପାଉଥିବା ବ୍ୟବସାୟୀ କହିଛନ୍ତି।ତେବେ ଉତ୍ତର ପ୍ରଦେଶରୁ ଆସୁଥିବା ଆଳୁ କିଲୋ ପ୍ରତି ପରିବହନ ଖର୍ଚ୍ଚ ୪ ଟଙ୍କା ପଡୁଛି । ଅନ୍ୟପଟେ ଉତ୍ତର ପ୍ରଦେଶରୁ ଆଳୁ ପର୍ଯ୍ୟାପ୍ତ ମାତ୍ରାରେ ମଧ୍ୟ ଆସୁନାହିଁ । ସେହିପରି ଲୋକମାନେ ମଧ୍ୟ ଉତ୍ତର ପ୍ରଦେଶ ଆଳୁ ଖାଇବାକୁ ସେତେଟା ପସନ୍ଦ କରୁନାହାଁନ୍ତି । ଯେଉଁଥିପାଇଁ ଆଳୁ ବିକ୍ରି କମ ରହୁଛି। ସେପଟେ ପଶ୍ଚିମବଙ୍ଗରେ ଆଳୁ କେଜି ୧୮ରୁ ୧୯ ଟଙ୍କା ରହିଥିବାରୁ ଓଡ଼ିଆ ବ୍ୟବସାୟୀଙ୍କୁ କମ ଦାମ ପଡୁଛି । ପୂର୍ବରୁ ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ କିଲୋ ପ୍ରତି ପରିବହନ ଖର୍ଚ୍ଚ ୧ଟଙ୍କା ୫୦ପଇସା ପଡୁଥିଲା। କିନ୍ତୁ ଏବେ ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ କିଲୋ ପ୍ରତି ପରିବହନ ଖର୍ଚ୍ଚ ୫ଟଙ୍କା ପଡୁଛି। ଏସବୁକୁ ଦୃଷ୍ଟିରେ ରଖି ଆଳୁ ଦର ବଢିଛି ବୋଲି କୁହାଯାଉଛି

ସମୀର ରଞ୍ଜନ ନାୟକ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!