ଅନନ୍ୟ

ଜାତୀୟ ରଗବୀ ଫୁଟବଲ୍ ବିଜେତା ଖେଳାଳିଙ୍କୁ ସମ୍ବର୍ଦ୍ଧନା

ଜାତୀୟ ରଗବୀ ଫୁଟବଲ୍ ବିଜେତା ଖେଳାଳିଙ୍କୁ ସମ୍ବର୍ଦ୍ଧନା

ତା ୦୪.୦୧.୨୦୨୪ ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ଅନ୍ତର୍ଗତ ମହୁଲପାଲି ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଅଷ୍ଟମ ଶ୍ରେଣୀ ଛାତ୍ର ଆରିଷ ସେଠ୍ ଜାତୀୟ ରଗବୀ ଫୁଟବଲ ପ୍ରତିଯୋଗିତାରେ ଭାଗ ନେଇଥିଲେ l ଯାହା ଦୁଇ ଦିନ ଧରି ପାଟନା ର ବିହାର ରେ ହେବାକୁ ଥିବା ୬୮ ତମ ଜାତୀୟ ବିଦ୍ୟାଳୟ ସମୂହ ରଗବୀ ଫୁଟବଲ ପ୍ରତିଯୋଗିତା ଆୟୋଜନ ହୋଇଥିଲା ଏହି ପ୍ରତିଯୋଗିତାରେ ଓଡ଼ିଶା ର ଉଭୟ ୧୪ ବର୍ଷରୁ କମ ବାଳକ ବାଳିକା ଦୁଇଟି ଦଳ ଭାଗ ନେଇ ଥିଲେ l ଓଡ଼ିଶା ଦଳ ଖେଳରେ ବହୁତ୍ ଭଲ ପ୍ରଦର୍ଶନ କରି ବାଳିକା ଦଳ ପ୍ରଥମ ଉପ ବିଜେତା ଓ ବାଳକ ଦଳ ଦ୍ୱିତୀୟ ଉପ ବିଜେତା ହୋଇଥିଲେ l ବର୍ତ୍ତମାନ ଚାରି ଆଡେ ଖୁସିର ଲହରୀ ଖେଳିଯାଇଛି l ଆରିଷ ସେଠ୍ ଙ୍କୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ କାହ୍ନୁ ଚରଣ ଦାସ ଶନିବାର ଦିନ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଛନ୍ତି l ଆରିଷ ସେଠ୍ ଙ୍କ କୃତିତ୍ୱ ପାଇଁ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ଏବଂ ତାଙ୍କ ଖେଳ ଶିକ୍ଷକ ଶ୍ରୀ ଯୁକ୍ତ ତ୍ରିବିକ୍ରମ ରଣା ଙ୍କୁ ମଧ୍ୟ ବହୁତ କୃତଜ୍ଞତା ର ସୁଅ ଛୁଟୁଛି l ବିଦ୍ୟାଳୟରେ ମଧ୍ୟ ଏହି ବିଜେତା ଖବର ଶୁଣି ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ଆନନ୍ଦିତ ହୋଇଛନ୍ତି l ଏହି କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ଶମ୍ଭୁନାଥ ନାୟକ, ମିଲନ ହୋତା, ମନୋଜ କୁମାର ସିଂହ, ସହକାରୀ ଶିକ୍ଷୟତ୍ରୀ ଶୁଭଶ୍ରୀ ବେହେରା, ଶୀମାରାଣୀ ଶାଷିନି, ଅଭସ୍ମିତା ପଣ୍ଡା, ସୁଜାତା ସିଂହ ଧୁରୁଆ ଓ ଖେଳ ଶିକ୍ଷକ ତ୍ରିବିକ୍ରମ ରଣା ପ୍ରମୁଖ ଆରିଷ ସେଠ୍ ଙ୍କୁ ଉତ୍ସାହିତ କରିଥିଲେ l

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!