ଅନନ୍ୟ

ଗାଁର ବିକାଶ ନ ହେଲେ ବିକଶିତ ଭାରତର ସ୍ୱପ୍ନ ପୂରଣ ହୋଇପାରିବ ନାହିଁ: ଧର୍ମେନ୍ଦ୍ର ପ୍ରଧାନ

ଗାଁର ବିକାଶ ନ ହେଲେ ବିକଶିତ ଭାରତର ସ୍ୱପ୍ନ ପୂରଣ ହୋଇପାରିବ ନାହିଁ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର :(ସମୀର ରଞ୍ଜନ ନାୟକ )ଗାଁର ବିକାଶ ହେଲେ ଦେଶର ବିକାଶ ହେବ । ୨୦୪୭ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିକଶିତ ଭାରତ ଗଠନର ଯେଉଁ ଲକ୍ଷ୍ୟ ରଖିଛନ୍ତି, ତାହା କେବଳ ଗାଁର ସାମଗ୍ରିକ ବିକାଶ ଦ୍ୱାରା ହିଁ ସମ୍ଭବ ହେବ । ଗାଁର ବିକାଶ ନ ହେଲେ ବିକଶିତ ଭାରତର ସ୍ୱପ୍ନ ପୂରଣ ହୋଇପାରିବ ନାହିଁ ବୋଲି ରବିବାର ସମ୍ବଲପୁର ଠାରେ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିବା “ଲୋକାଲ୍ ଚମ୍ପିଆନ୍” ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ସେ କହିଛନ୍ତି ଆମ ଦେଶରେ ପଞ୍ଚାୟତିରାଜ ବ୍ୟବସ୍ଥା ଏକ ମଜଭୂତ୍ ବ୍ୟବସ୍ଥା । ଗ୍ରାମାଞ୍ଚଳର ବିକାଶ ତଥା ଗାଁରେ ବସବାସ କରୁଥବା ଲୋକମାନଙ୍କର ଜୀବନଜୀବିକାରେ ପରିବର୍ତ୍ତନ ଆଣିବାରେ ପଞ୍ଚାୟତିରାତ ଅନୁଷ୍ଠାନ ଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଗ୍ରାମ ପଞ୍ଚାୟତଗୁଡ଼ିକ ମଧ୍ୟରେ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ସୁସ୍ଥ ପ୍ରତିଯୋଗିତା କରିବାର ଲକ୍ଷ୍ୟ ନେଇ ଲୋକାଲ୍ ଚମ୍ପିଆନ ପ୍ରଶିକ୍ଷଣ କାର୍ୟ୍ାକ୍ରମ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ।ଗ୍ରାମୀଣ ବିକାଶ ପାଇଁ ଭାରତ ସରକାର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ଗୁଡିକର କିପରି ସଠିକ୍ ପରିଚାଳନା ହେବ, ସେ ଲକ୍ଷ୍ୟ ନେଇ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ସ୍ଥାନୀୟ ନେତୃତ୍ୱ, ଜନପ୍ରତିନିଧିଙ୍କ ଭୂମିକା ଓ ଆଞ୍ଚଳିକ କାର୍ଯ୍ୟକୁ ଗୁରୁତ୍ୱ ଦେଇ ଲୋକାଲ୍ ଚମ୍ପିଆନ ପ୍ରଶିକ୍ଷଣ ହେଉଛି । ସମ୍ବଲପୁର ଜିଲ୍ଲା ଗ୍ରାମାଞ୍ଚଳର ପାନୀୟ ଜଳ, ଜଳସେଚନ, ସ୍ୱାସ୍ଥ୍ୟ, ଶିକ୍ଷା, ରୋଜଗାର ଓ ଅନ୍ୟା ନ୍ୟ ଉପରେ ଯେଉଁ ଦୀର୍ଘମିଆଦୀ ଯୋଜନା ହେବ, ତା’ର ମୂଳ ଆଧାର ପଞ୍ଚାୟତିରାଜ ବ୍ୟବସ୍ଥା ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!