ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଣକୁ ନେଇ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା; ୱାଚ୍ ଟାୱାର୍ରେ ମୁତୟନ ହେବେ ପୋଲି

ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଣକୁ ନେଇ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା; ୱାଚ୍ ଟାୱାର୍ରେ ମୁତୟନ ହେବେ ପୋଲି
ଭୁବନେଶ୍ୱର :(ସମୀର ରଞ୍ଜନ ନାୟକ )ଶ୍ରୀମନ୍ଦିର ଚାରିପାଖ ୱାଚ୍ ଟାୱାର୍ରେ ମୁତୟନ ହେବେ ପୋଲିସ । ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଣକୁ ନେଇ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ଖୁବଶୀଘ୍ର ୪ଟି ୱାଚ୍ ଟାୱାର୍ରେ ପୋଲିସ ମୁତୟନ ବ୍ୟବସ୍ଥା ହେବ ।’ଭବିଷ୍ୟତରେ କେହି ଯେମିତି ଡ୍ରୋନ ନଉଡ଼ାନ୍ତି ସେଥିପ୍ରତି ବ୍ୟବସ୍ଥା କରାଯିବ’ ।ଭୋର ୪ଟା ୧୦ ମିନିଟ୍ରେ ଡ୍ରୋନ୍ ଉଡୁଥିବା ଦୃଶ୍ୟ କ୍ୟାମେରାରେ କଏଦ । ନୋ ଫ୍ଲାଇଂ ଜୋନ୍ରେ କିଏ ଓ କାହିଁକି ଡ୍ରୋନ୍ ଉଡ଼ାଇଲା ଅସ୍ପଷ୍ଟ ।ଦୋଳମଣ୍ଡପ ସାହିରୁ ପ୍ରଥମେ ଆସି ମେଘନାଦ ପାଚେରୀ ବୁଲିଲା । ୧୦୦ ଫୁଟ ଉଚ୍ଚକୁ ଯାଇ ଦଧିନଉତି ଓ ନୀଳଚକ୍ର ଉପରେ ବୁଲିଲା । ପୋଲିସ କଣ୍ଟ୍ରୋଲ ରୁମ୍ରୁ ଆସିଛି କି ନାହିଁ ସ୍ପଷ୍ଟ ହୋଇନି ।ନୀଳଚକ୍ର ଉପରେ ବୁଲିବା ସହ ଉତ୍ତର ଦ୍ବାର ଗୁମୁଟ ଦେଇ ଶ୍ରୀଦାଣ୍ଡରୁ ଉଭାନ ହୋଇଯାଇଥିଲା। ତେବେ ଡ୍ରୋନ୍ କିଏ ଉଡାଇଥିଲା ଏବଂ ଶ୍ରୀମନ୍ଦିର ଉପରେ କେମିତି ଆସିଲା ତାର ତଦନ୍ତ ଜାରି ରହିଛି। ପୂର୍ବରୁ ଅତୀତରେ ମଧ୍ୟ ଅନେକ ଥର ସୁରକ୍ଷା ଗାଇଡ ଲାଇନକୁ ନ ମାନି ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଯାଇଛି। । ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ଓ ଗର୍ଭଗୃହର ଫଟୋ ଭାଇରାଲ୍ ହେବା ଭଳି ଘଟଣା ସାମ୍ନାକୁ ଆସିଛି ।
